ମନୋରଞ୍ଜନ

New hairstyle: ଅନନ୍ୟାଙ୍କ ନୂଆ କେଶବିନ୍ୟାସ

ନିକଟରେ ନୂଆ ରୂପରେ ଦେଖାଦେଇଛନ୍ତି ଅଭିନେତ୍ରୀ ଅନନ୍ୟା ପାଣ୍ଡେ। ତାଙ୍କ ରୂପ ପରିବର୍ତ୍ତନର ମୁଖ୍ୟ ଅଂଶ ହେଉଛି ନୂଆ କେଶବିନ୍ୟାସ। ଅନନ୍ୟାଙ୍କ ଏହି ଚର୍ଚ୍ଚିତ କେଶବିନ୍ୟାସର ନାମ ‘ବ୍ୟାଙ୍ଗ୍‌ସ’।

ନିକଟରେ ନୂଆ ରୂପରେ ଦେଖାଦେଇଛନ୍ତି ଅଭିନେତ୍ରୀ ଅନନ୍ୟା ପାଣ୍ଡେ। ତାଙ୍କ ରୂପ ପରିବର୍ତ୍ତନର ମୁଖ୍ୟ ଅଂଶ ହେଉଛି ନୂଆ କେଶବିନ୍ୟାସ। ଅନନ୍ୟାଙ୍କ ଏହି ଚର୍ଚ୍ଚିତ କେଶବିନ୍ୟାସର ନାମ ‘ବ୍ୟାଙ୍ଗ୍‌ସ’। ଏହା ଦେଖି ଲୋକେ କହିଲେଣି ହଲିଉଡ୍‌ ଅଭିନେତ୍ରୀ ଡାକୋଟା ଜନ୍‌ସନ୍‌ଙ୍କ ପରି ଦିଶିବା ପାଇଁ ସେ ତାଙ୍କ କେଶ ଷ୍ଟାଇଲ୍‌କୁ ନକଲ କରିଛନ୍ତି। ସେ ଯାହା ହେଉ, ଅନନ୍ୟା କିନ୍ତୁ ଏ ନେଇ ଖୁବ୍ ଉତ୍ସାହିତ। ସେଥିପାଇଁ ସେ ଇନ୍‌ଷ୍ଟାଗ୍ରାମ୍‌ରେ କେଶ କାଟିବା ସମୟର ଫଟୋରୁ ଆରମ୍ଭ କରି ଗୋଟିଏ ଦିନରେ ଦୁଇଥର ଅଲଗା ଅଲଗା ପୋଷାକରେ ନିଜର ଫଟୋ ଛାଡ଼ିଛନ୍ତି।

ପୁଣି ବ୍ୟାଙ୍ଗ୍‌ସ ହେଆର୍‌ଷ୍ଟାଇଲ୍‌ ଆପଣାଇବା ପରେ ସେ ଇନ୍‌ଷ୍ଟାଗ୍ରାମ୍‌ରେ ଅଧିକ ସକ୍ରିୟ ହୋଇଉଠିଛନ୍ତି କି ବୋଲି ନିଜେ ପ୍ରଶଂସକମାନଙ୍କୁ ପଚାରିବାରୁ ତାଙ୍କ ମା’ ଉତ୍ତରରେ ‘ହଁ’ ବୋଲି ଲେଖିଛନ୍ତି। ମୁମ୍ବାଇରେ ଆୟୋଜିତ ଲାକ୍‌ମେ ଫ୍ୟାସନ୍‌ ଵିକ୍‌ର ରାମ୍ପ୍‌ରେ ମଧ୍ୟ ସେ ଡିଜାଇନର୍‌ ରାହୁଳ ମିଶ୍ରାଙ୍କ ଦ୍ବାରା ପ୍ରସ୍ତୁତ ପୋଷାକ ପିନ୍ଧି ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲେ। ଅନନ୍ୟା ଶେଷ ଥର କାର୍ତ୍ତିକ ଆର୍ଯ୍ୟନଙ୍କ ସହିତ ‘ତୁ ମେରି ମେଁ ତେରା, ମେଁ ତେରା ତୁ ମେରି’ ଚଳଚ୍ଚିତ୍ରରେ ଦେଖାଦେଇଥିଲେ। ଆଗକୁ ତାଙ୍କ ଅଭିନୀତ ‘ଚାନ୍ଦ ମେରା ଦିଲ’ ଚଳଚ୍ଚିତ୍ର ଓ ‘କଲ୍‌ ମି ବେ ୨’ ୱେବ୍‌ ଧାରାବାହିକ ଆସିବାର ଅଛି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button