ବୁଲେଟ୍କୁ ଧକ୍କା ଦେଲା ମୃତଦେହ ଧରି ଆସୁଥିବା କାର୍, ଅବକାରୀ ସବ୍ ଇନ୍ସପେକ୍ଟର ଗୁରୁତର
କାର୍ ଏବଂ ବୁଲେଟ୍ ମଧ୍ୟରେ ମୁହାଁମୁହି ଧକ୍କା । ଦୁର୍ଘଟଣାରେ ଅବକାରୀ ସବ୍ ଇନ୍ସପେକ୍ଟର ଗୁରୁତର । ଚାକିରିରେ ଯୋଗଦେବା ପାଇଁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି l

ସୁବର୍ଣ୍ଣପୁର ୨୭।୩: ମୃତଦେହ ଧରି ଆସୁଥିଲା କାର୍ । ଦୁର୍ଘଟଣାରେ ଚାକିରିରେ ଯୋଗଦେବା ପାଇଁ ଯାଉଥିବା ଅବକାରୀ ସବ୍ ଇନ୍ସପେକ୍ଟର ଗୁରୁତର ହୋଇଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସମ୍ବଲପୁର ମୁଖ୍ୟ ରାସ୍ତାର ଏସପତ୍ରାପାଲି ଠାରେ କାର୍ ଏବଂ ବୁଲେଟ୍ ମଧ୍ୟରେ ମୁହାଁମୁହି ଧକ୍କା ହୋଇଥିଲା l
ସମ୍ବଲପୁର ପଟରୁ କାର୍ରେ ମୃତଦେହ ଧରି ଘରକୁ ଫେରୁଥିବା ସମୟରେ ଉଲୁଣ୍ଡା ପଟରୁ ଯାଉଥିବା ଏକ ବୁଲେଟ୍ ଗାଡ଼ିରେ ସମ୍ବଲପୁରକୁ ଚାକିରିରେ ଯୋଗ ଦେବାପାଇଁ ଯାଉଥିବା ଅବକାରୀ ସବ୍ ଇନ୍ସପେକ୍ଟରଙ୍କ ସହ ମୁହାଁମୁହିଁ ଧକ୍କା ହୋଇଥିଲା l ଗୁରୁତର ବ୍ୟକ୍ତି ଜଣକ ହେଉଛନ୍ତି ବଲାଙ୍ଗିର ଜିଲ୍ଲାର ଅବକାରୀ ସବ୍ ଇନ୍ସପେକ୍ଟର ଦୟାନିଧି ବାରିକ ବୋଲି ଜଣାପଡିଛି l
ଦୟାନିଧି ପୂର୍ବରୁ ରାଉରକେଲା ଠାରେ ଅବକାରୀ ସବ୍ ଇନ୍ସପେକ୍ଟର ଭାବରେ କାମ କରୁଥିବା ବେଳେ କିଛି ଦିନ ହେବ ତାଙ୍କୁ ସମ୍ବଲପୁରକୁ ବଦଳି ହୋଇଥିଲା l ସେ ସମ୍ବଲପୁରକୁ ଚାକିରିରେ ଯୋଗଦେବା ପାଇଁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି l ଉଭୟ ଗାଡି ରାସ୍ତା ତଲକୁ ଚାଲି ଯାଇଥିବା ବେଳେ ବୁଲେଟରେ ଥିବା ଅବକାରୀ ସବ୍ ଇନ୍ସପେକ୍ଟର ଗୁରୁତର ହୋଇଥିବା ଜଣାପଡିଛି l ଘଟଣାସ୍ଥଳରୁ ବୁଲେଟରେ ଥିବା ଅବକାରୀ ସବ୍ ଇନ୍ସପେକ୍ଟରଙ୍କୁ ଉଦ୍ଧାରକରି ଉଲୁଣ୍ଡା ଡାକ୍ତରଖାନାକୁ ଆଣିବା ପରେ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ଡାକ୍ତରଖାନାକୁ ପଠାଇ ଦିଆଯାଇଛି l
ସୌଜନ୍ୟ Prameya News7




