ଦେଶ ବିଦେଶ

West Bengal Election: ପୁଣି ପ.ବଙ୍ଗ ନିର୍ବାଚନ ମୈଦାନରେ ପରଘରେ ବାସନ ମାଜୁଥିବା କଳିତା ମାଝି

କଲିତା ମାଝି ପାଞ୍ଚ ବର୍ଷ ପରେ ପୁଣି ଥରେ ଚର୍ଚ୍ଚାରେ। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ବିଜେପି ତାଙ୍କୁ ପୂର୍ବ ବର୍ଦ୍ଧମାନ ଜିଲ୍ଲାର ଆଉସଗ୍ରାମରୁ ପ୍ରାର୍ଥୀ କରିଛି। ଗତ ଦଶବର୍ଷ ହେଲା ରାଜନୀତିରେ ସକ୍ରିୟ ଥିବା କଲିତା ବିଧାନସଭା ନିର୍ବାଚନ ପାଇଁ ଦିନରାତି ପ୍ରଚାର କରୁଛନ୍ତି।

କୋଲକାତା: କଲିତା ମାଝି ପାଞ୍ଚ ବର୍ଷ ପରେ ପୁଣି ଥରେ ଚର୍ଚ୍ଚାରେ। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ବିଜେପି ତାଙ୍କୁ ପୂର୍ବ ବର୍ଦ୍ଧମାନ ଜିଲ୍ଲାର ଆଉସଗ୍ରାମରୁ ପ୍ରାର୍ଥୀ କରିଛି। ଗତ ଦଶବର୍ଷ ହେଲା ରାଜନୀତିରେ ସକ୍ରିୟ ଥିବା କଲିତା ବିଧାନସଭା ନିର୍ବାଚନ ପାଇଁ ଦିନରାତି ପ୍ରଚାର କରୁଛନ୍ତି।

ମାଝି ଦୁଇଟି ଘରେ ବାସନ ସଫାକରିି ମାସକୁ ୪,୦୦୦ ଟଙ୍କା ଆୟ କରନ୍ତି। ନିର୍ବାଚନ ପ୍ରଚାର ପାଇଁ କଲିତା ବର୍ତ୍ତମାନ ମାସେ ଛୁଟି ଆଣିଛନ୍ତି। ବିଜେପି ପୁଣି ଥରେ ତାଙ୍କୁ ପ୍ରାର୍ଥୀ କରିଥିବାବେଳେ କଲିତା ଖୁସି ପ୍ରକାଶ କରିଥିଲେ। ତାଙ୍କୁ ପୁଣି ଥରେ ନିର୍ବାଚନ ଲଢ଼ିବାର ସୁଯୋଗ ମିଳିବ ବୋଲି ସେ କେବେ କଳ୍ପନା କରି ନଥିଲେ ବୋଲି କହିଛନ୍ତି। ଦଳ ମୋ ଉପରେ ଭରସା କରି ମୋତେ ପୁଣିଥରେ ପ୍ରାର୍ଥୀ କରିଥିବାରୁ ମୋ ଉପରେ ବହୁତ ବଡ଼ ଦାୟିତ୍ବ ରହିଛି ବୋଲି କଲିତା କହିଛନ୍ତି।

କଲିତା କହିଛନ୍ତି, ପର ଘରେ କାମ କରୁଥିବାରୁ ସେ ସାଧାରଣ ଲୋକଙ୍କ ସମସ୍ୟା ଓ ନିଜ ନିର୍ବାଚନ କ୍ଷେତ୍ରର ଗରିବ ପରିବାରର ପୀଡ଼ା ସମ୍ପର୍କରେ ଅବଗତ ଅଛନ୍ତି। ଗାଁରେ ହସ୍ପିଟାଲର ସୁବିଧା ନାହିଁ। କେନ୍ଦ୍ର ସରକାରଙ୍କ ଯୋଜନା ସୁଫଳ ଗାଁ ଲୋକଙ୍କୁ ମିଳିପାରୁନି ବୋଲି ସେ କହିଥିଲେ। ସେ ଭିତ୍ତିଭୂମି ବିକାଶ ଓ ନିଯୁକ୍ତି ସୁଯୋଗ ପରି ପ୍ରସଙ୍ଗ ଉପରେ ଗୁରୁତ୍ବ ଦେଉଥିବା କହିଛନ୍ତି। ଅନେକ ଗାଁରେ ବିଦ୍ୟୁତ ସଂଯୋଗ ନଥିବା କଲିତା କହିଛନ୍ତି। ଆଉସଗ୍ରାମ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ଆସନ ହୋଇଥିବାବେଳେ ୨୦୨୧ରେ କଲିତା ଟିଏମ୍‌ସିର ଅବେଦାନନ୍ଦ ଥଣ୍ଡରଙ୍କଠାରୁ ପରାସ୍ତ ହୋଇଥିଲେ। ଥଣ୍ଡରଙ୍କୁ ୧,୦୦,୩୯୨ ଭୋଟ ମିଳିଥିବାବେଳେ କଲିତାଙ୍କୁ ୮୮,୫୭୭ ଭୋଟ ମିଳିଥିଲା।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button