ବିଶେଷ

Money: ଅନୁମତି ବିନା ବ୍ୟାଙ୍କ ଆପଣଙ୍କ ଖାତାରୁ ଟଙ୍କା ଉଠାଇ ପାରିବ କି?

କୌଣସି ବ୍ୟାଙ୍କ ବିନା ବୈଧ କାରଣରେ ଆପଣଙ୍କ ଆକାଉଣ୍ଟ୍‌ରୁ ଟଙ୍କା କାଟିନେଇ ପାରିବ ନାହିଁ। ତେବେ କେତେକ ପରିସ୍ଥିତି ଓ ନିୟମ ଅନୁସାରେ ବ୍ୟାଙ୍କ ଆପଣଙ୍କ ଅନୁମତି ନ ନେଇ ଟଙ୍କା କାଟିବାର....

କୌଣସି ବ୍ୟାଙ୍କ ବିନା ବୈଧ କାରଣରେ ଆପଣଙ୍କ ଆକାଉଣ୍ଟ୍‌ରୁ ଟଙ୍କା କାଟିନେଇ ପାରିବ ନାହିଁ। ତେବେ କେତେକ ପରିସ୍ଥିତି ଓ ନିୟମ ଅନୁସାରେ ବ୍ୟାଙ୍କ ଆପଣଙ୍କ ଅନୁମତି ନ ନେଇ ଟଙ୍କା କାଟିବାର ଅଧିକାର ରଖିଛି। ଧରନ୍ତୁ, ଆପଣ ଏକ ବ୍ୟାଙ୍କରୁ ଋଣ ନେଇଛନ୍ତି ଏବଂ କିସ୍ତି ଦେଉନାହାନ୍ତି, ତେବେ ଉକ୍ତ ବ୍ୟାଙ୍କରେ ଥିବା ଅନ୍ୟ ଏକ ସଞ୍ଚୟ ଆକାଉଣ୍ଟ୍‌ରୁ ବ୍ୟାଙ୍କ ଟଙ୍କା କାଟିନେଇ ପାରିବ। ଏହାକୁ ‘ରାଇଟ୍‌ ଅଫ୍‌ ସେଟ୍-ଅଫ୍‌’ କୁହାଯାଏ। ଏହି ନିୟମଗୁଡ଼ିକ ସମ୍ପର୍କରେ ଆସନ୍ତୁ ଜାଣିବା

ଆପଣଙ୍କ ଖାତାରୁ ଅନେକ ସମୟରେ ଟଙ୍କା କଟିଯାଏ। ତା’ର କାରଣ, ଆପଣ ପୂର୍ବରୁ ଦସ୍ତଖତ କରିଥିବେ ବା ଅନ୍‌ଲାଇନ୍‌ରେ ଅନୁମୋଦନ କରିଥିବେ। ନଚେତ୍‌ ଆପଣ ଅଟୋ-ଡେବିଟ୍‌, ଇଏମ୍‌ଆଇ, ବୀମା ପ୍ରିମିୟମ୍‌, ଏସ୍‌ଆଇପି ବା ନେଟ୍‌ଫ୍ଲିକ୍‌ସ/ଆମାଜନ୍‌ ପରି ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମର ସବ୍‌ସ୍କ୍ରିପ୍‌ସନ୍‌ ନେଇଥିବେ। ଥରେ ଯଦି ଆପଣ ‌ଷ୍ଟାଣ୍ଡିଂ ଇନ୍‌ଷ୍ଟ୍ରକ୍‌ସନ୍‌ ସେଟ୍‌ କରି‌ଦେଇଥାନ୍ତି, ‌େତ‌ବେ ବ୍ୟାଙ୍କ ସବୁ ମାସ ନିର୍ଦ୍ଦିଷ୍ଟ ତାରିଖରେ ଟଙ୍କା କାଟିଥାଏ।

 

ଆକାଉଣ୍ଟ୍‌ ଖୋଲିବା ସମୟରେ ଆପଣ ସାଇନ୍‌ ଅପ୍‌ କରୁଥିବା ସର୍ତ୍ତାବଳୀରେ ଅନେକ ଶୁଳ୍କ ଅନ୍ତର୍ଭୁକ୍ତ: ଯେମିତି ମେଣ୍ଟେନାନ୍‌ସ ଓ ପେନାଲ୍‌ଟି, ଯେଉଁଥିରେ ସର୍ବନିମ୍ନ ବାଲାନ୍‌ସ ନ ରଖିବା ପାଇଁ ଜରିମାନା, ଏସ୍‌ଏମ୍‌ଏସ୍‌ ଆଲର୍ଟ ଶୁଳ୍କ, ଏଟିଏମ୍‌ ଟ୍ରାଞ୍ଜାକ୍‌ସନ୍‌ କିମ୍ବା ବାର୍ଷିକ ଡେବିଟ୍ କାର୍ଡ ଶୁଳ୍କ ରହିଛି। ସେହିପରି ହିଡେନ୍‌ ଚାର୍ଜେସ୍‌ରେ ଏହା ବ୍ୟାଙ୍କ ନୀତିର ଏକ ଅଂଶ।
ବ୍ୟାଙ୍କର ଋଣ ଆଦାୟ ଓ ‘ରାଇଟ୍‌ ଅଫ୍‌ ସେଟ୍-ଅଫ୍’ ନିୟମ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ଯଦି ଆପଣ ଏକ ବ୍ୟାଙ୍କରୁ ଋଣ ନେଇଛନ୍ତି ଓ କିସ୍ତି ଦେଉନାହାନ୍ତି, ତେବେ ବକେୟା ରାଶି ଆଦାୟ ପାଇଁ ବ୍ୟାଙ୍କ ସେହି ବ୍ୟାଙ୍କରେ ଆପଣଙ୍କ ଅନ୍ୟ ଏକ ସଞ୍ଚୟ ଖାତାରୁ ଟଙ୍କା କାଟିବାର ଅଧିକାର ରଖିଛି। ଏହାକୁ ‘ରାଇଟ୍‌ ଅଫ୍‌ ସେଟ୍‌-ଅଫ୍‌’ କୁହାଯାଏ। ଏହାବାଦ୍‌ ଯଦି ଆପଣଙ୍କୁ ଆୟକର ବିଭାଗର ନୋଟିସ୍‌ ବା କୋର୍ଟ ଅର୍ଡର୍‌ ଆସୁଛି, ତେବେ ବ୍ୟାଙ୍କ ଆପଣଙ୍କ ଖାତାରୁ ଟଙ୍କା କାଟି ସମ୍ପୃକ୍ତ ବିଭାଗକୁ ପୈଠ କରିବାକୁ ଆଇନତଃ ବାଧ୍ୟ।
ଯଦି ଆପଣଙ୍କ ଆକାଉଣ୍ଟ୍‌ରୁ ବ୍ୟାଙ୍କ ହଠାତ୍ ଟଙ୍କା କାଟିଦିଏ, ତେବେ ଆପଣ ଏହି ପଦକ୍ଷେପଗୁଡ଼ିକ ନେବା ଜରୁରି-
 ବ୍ୟାଙ୍କ ଷ୍ଟେଟ୍‌ମେଣ୍ଟ୍‌ ଯାଞ୍ଚ କରନ୍ତୁ। ପ୍ରଥମେ କାହା ନାମରେ ଟଙ୍କା କଟିଛି, ତାହା ଦେଖିବା ପାଇଁ ଆପଣଙ୍କ ନେଟ୍ ବ୍ୟାଙ୍କିଂ କିମ୍ବା ପାସ୍‌ବୁକ୍‌ ଯାଞ୍ଚ କରନ୍ତୁ।
 ଯଦି ଆପଣ ଜାଣିପାରୁନାହାନ୍ତି, ତେବେ ବ୍ୟାଙ୍କର ଗ୍ରାହକ ସେବାକୁ କଲ୍‌ କରନ୍ତୁ କିମ୍ବା ବ୍ୟାଙ୍କରେ ଲିଖିତ ଅଭିଯୋଗ କରନ୍ତୁ।
 ଆପଣଙ୍କ ଫୋନ୍‌ରେ ସବୁବେଳେ ଏସ୍‌ଏମ୍‌ଏସ୍‌ ଓ ଇମେଲ୍‌ ଆଲର୍ଟ ଅନ୍‌ ରଖନ୍ତୁ, ଯାହାଦ୍ବାରା ଆପଣ ପ୍ରତିଟି ଛୋଟବଡ଼ କାରବାର ସମ୍ପର୍କରେ ତୁରନ୍ତ ସୂଚନା ପାଇପାରିବେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button