
ନୟାଗଡ ୦୩/୦୪: ବାରୁଦ ଗଦାରେ ଯମ । ବାଣ ପ୍ରସ୍ତୁତି ବେଳେ ଅତି ଭୟଙ୍କର ବିସ୍ଫୋରଣ । ଜଣେ ନାବାଳକ ସମେତ ୬ ଜଣ ଗୁରୁତର । ନୂଆଗାଁ ଥାନା କୋରଡାରେ ଗୋଟିଏ ପରିବାର ବାଣ ଭିଡୁଥିବାବେଳେ ହଠାତ ବିସ୍ଫୋରଣ ହୋଇଥିଲା । ସେ ଦୃଶ୍ୟ ଥିଲା ବେଶ ଭୟଙ୍କର । ଚାରିଆଡେ ପରିବେଶ ଧୂଆଁମୟ ହୋଇଗଲା । ଗୁରୁତର ହୋଇଥିବା ୬ ଜଣ ହେଲେ ବାଣ କାରାଖାନା ମାଲିକ ହାଡିବନ୍ଧୁ ସେଠୀ, ହାଡିବନ୍ଧୁକ ପୁଅ ନବ ସେଠୀ, କୋରଡା ଅଞ୍ଚଳର ଶ୍ରମିକ ନିରଞ୍ଜନ ନାହାକ, ମୀନଗାଡିଆ ଅଞ୍ଚଳର ଶ୍ରମିକ ବାପୁନି ନାହାକ, ମନୋଜ ନାୟକ ଓ ଗଞ୍ଜାମ ଅଞ୍ଚଳର ନାବାଳକ ଅମିତ ସେଠୀ ।
ପ୍ରଥମେ ୬ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ୫ ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି ।୭ ତାରିଖରେ ହେବାକୁ ଥିବା ଲଙ୍କାପୋଡି ଉତ୍ସବ ପାଇଁ ବାଣ ପ୍ରସ୍ତୁତି ଚାଲିଥିବା ଅଘଟଣ ଘଟିଥିବା ସୂଚନା ରହିଛି । କେମିତି ହେଲା ବାଣ ବିସ୍ଫୋରଣ ତାର ତନାଘନା କରୁଛି ପୋଲିସ ।
ସୌଜନ୍ୟ Prameya News7




