ଅପରାଧଜାତୀୟ

Wine: ବିହାରରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ, ୧୫ ହସ୍ପିଟାଲରେ ଭର୍ତ୍ତି

ବିହାରର ପୂର୍ବ ଚମ୍ପାରଣ ଜିଲ୍ଲା‌ରେ ବିଷାକ୍ତ ମଦ ପିଇ ୪ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଆହୁରି ୧୫ ଜଣ ଅସୁସ୍ଥ ହୋଇ ଏବେ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି। ମଦ ନିଷିଦ୍ଧ ସତ୍ତ୍ବେ ବିହାରରେ ବିଷାକ୍ତ ମଦମୃତ୍ୟୁ ରାଜ୍ୟରେ ବେଆଇନ ମଦ କାରବାର...

ମୋତିହାରୀ: ବିହାରର ପୂର୍ବ ଚମ୍ପାରଣ ଜିଲ୍ଲା‌ରେ ବିଷାକ୍ତ ମଦ ପିଇ ୪ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଆହୁରି ୧୫ ଜଣ ଅସୁସ୍ଥ ହୋଇ ଏବେ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି। ମଦ ନିଷିଦ୍ଧ ସତ୍ତ୍ବେ ବିହାରରେ ବିଷାକ୍ତ ମଦମୃତ୍ୟୁ ରାଜ୍ୟରେ ବେଆଇନ ମଦ କାରବାର ବୃଦ୍ଧି ପାଉଥିବା ଘଟଣାକୁ ନେଇ ଚିନ୍ତା ବଢ଼ାଇଛି।

ଅଧିକାରୀଙ୍କ ଅନୁଯାୟୀ ଏହି ଘଟଣା ପ୍ରଥମେ ରଘୁନାଥପୁର ଥାନା ଅଧୀନସ୍ଥ ବାଲ୍‌ଗଙ୍ଗାରେ ଆରମ୍ଭ ହୋଇଥିଲା ଏବଂ ପରେ ଏହା ନିକଟସ୍ଥ ଅଞ୍ଚଳକୁ ପ୍ରଭାବିତ କରିଥିଲା। ପୀଡ଼ିତମାନେ ବୁଧବାର ସନ୍ଧ୍ୟାରେ ବିଷାକ୍ତ ମଦ ପିଇଥିଲେ। ଏହାପରେ ସେମାନଙ୍କ ସ୍ବାସ୍ଥ୍ୟ ଧୀରେଧୀରେ ଖରାପ ହୋଇଥିଲା। ପ୍ରଥମେ ଗୁରୁବାର ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଜି ଆଉ ୨ ଜଣଙ୍କର ମୃତ୍ୟୁ ହୋଇଛି।

ସ୍ବାସ୍ଥ୍ୟ ଅଧିକାରୀମାନେ କହିଛନ୍ତି, ଆହୁରି ୧୫ ଜଣ ଏବେ ଏହି ଘଟଣାରେ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି। ଅସୁସ୍ଥଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି। ଏହି ଘଟଣାରେ ତୁରକଲିୟା ଏସ୍‌ଏଚଓ ନିଲମ୍ବିତ ହୋଇଛନ୍ତି ‌ଏବଂ ୧୨ ଜଣ ଗିରଫ ହୋଇଛନ୍ତି। ମୃତକଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗ ଆଧାରରେ ଏହି ଘଟଣାରେ ଏକ ହତ୍ୟା ମାମଲା ମଧ୍ୟ ରୁଜୁ ହୋଇଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button