Trump: ପୁଣି ଶୁଳ୍କ ଧମକ ଦେଲେ ଟ୍ରମ୍ପ: ଔଷଧ ଉପରେ ୧୦୦% ଲଗାଇବେ
ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ ସହ ସାରା ବିଶ୍ବ ସଂଘର୍ଷ କରୁଥିବାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ତାଙ୍କ ଶୁଳ୍କ ଖେଳ ଆରମ୍ଭ କରିଛନ୍ତି। ପେଟେଣ୍ଟ୍ ହୋଇଥିବା ଔଷଧଗୁଡ଼ିକ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲଗାଇବା ପାଇଁ ଧମକ ଦେଇଛନ୍ତି।

ୱାସିଂଟନ: ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ ସହ ସାରା ବିଶ୍ବ ସଂଘର୍ଷ କରୁଥିବାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ତାଙ୍କ ଶୁଳ୍କ ଖେଳ ଆରମ୍ଭ କରିଛନ୍ତି। ପେଟେଣ୍ଟ୍ ହୋଇଥିବା ଔଷଧଗୁଡ଼ିକ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲଗାଇବା ପାଇଁ ଧମକ ଦେଇଛନ୍ତି। କିନ୍ତୁ ଆମେରିକା ସହିତ ରାଜିନାମା କରି କମ୍ପାନିଗୁଡ଼ିକ ଏହି ଶୁଳ୍କକୁ ଏଡ଼ାଇ ଦେଇ ପାରିବେ ବୋଲି ହ୍ବାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି। ଆମେରିକାରେ ପ୍ରମୁଖ ଔଷଧଗୁଡ଼ିକୁ ନିର୍ମାଣ କରି ଦେଶର ସୁରକ୍ଷାଜନିତ ବିପଦକୁ ଦୂର କରିବା ପାଇଁ ଟ୍ରମ୍ପ ଏଭଳି ଘୋଷଣା କରିଛନ୍ତି। ଟ୍ରମ୍ପଙ୍କ କାର୍ଯ୍ୟକାଳ ଆସନ୍ତା ୨୦୨୯ ଜାନୁଆରିରେ ଶେଷ ହେବା ପୂର୍ବରୁ ଯେଉଁ କମ୍ପାନିଗୁଡ଼ିକ ଆମେରିକାରେ ଉତ୍ପାଦନ ଆରମ୍ଭ କରିବା ପାଇଁ ପ୍ରତିଶ୍ରୁତି ଦେବେ ସେମାନଙ୍କ ଉପରେ କମ୍ ଅର୍ଥାତ୍ ୨୦ ପ୍ରତିଶତ ଶୁଳ୍କ ଲଗାଯିବ। ଯେଉଁ କମ୍ପାନି ଆମେରିକା ପ୍ରଶାସନ ସହିତ ମୂଲ୍ୟ ରାଜିନାମା କରିବେ ସେମାନଙ୍କ ଉପରୁ କୌଣସି ଶୁଳ୍କ ଆଦାୟ କରାଯିବ ନାହିଁ। ତେବେ ଗତବର୍ଷ ୟୁରୋପ, ସ୍ବିଜରଲ୍ୟାଣ୍ଡ୍, ବ୍ରିଟେନ, ଦକ୍ଷିଣ କୋରିଆ ଓ ଜାପାନ ଉପରେ କମ୍ ଶୁଳ୍କ ଲଗାଯିବା ନେଇ ଯେଉଁ ରାଜିନାମା ଆମେରିକା କରିଛି ତାହାକୁ ପାଳନ କରାଯିବ ବୋଲି କୁହାଯାଇଛି।




