RCB fans: ଆର୍‌ସିବି ପ୍ରଶଂସକଙ୍କ ପସନ୍ଦ ଅନୁଷ୍କାଙ୍କ ସ୍କର୍ଟ-ଟପ୍‌

ବେଙ୍ଗାଲୁରୁ: ବୁଧବାରର ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ବିପକ୍ଷ ମ୍ୟାଚ୍‌ରେ ଆର୍‌ସିବିର କିଂବଦନ୍ତି ତାରକା ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା ଏକ ସୁନ୍ଦର ସ୍କର୍ଟ ଓ ଆକର୍ଷଣୀୟ ଫୁଲପକା ଟପ୍ ପିନ୍ଧିଥିଲେ। ଏହି ଷ୍ଟାଇଲିସ୍‌ ପୋଷାକ ପିନ୍ଧି ଦର୍ଶକ ଗ୍ୟାଲେରିରୁ ନିୟମିତ ଭାବେ କୋହଲିଙ୍କୁ ଉତ୍ସାହିତ କରୁଥି‌ଲେ। କୋହଲି ମାତ୍ର ଗୋଟିଏ ରନ୍‌ ପାଇଁ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ମଧ୍ୟ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରି ଅନୁଷ୍କାଙ୍କ ଉପସ୍ଥିତିକୁ ଆହୁରି ରୋମାଣ୍ଟିକ୍‌ ବନାଇ ଦେଇଥିଲେ। ତେବେ କୋହଲିଙ୍କ ଅର୍ଦ୍ଧଶତକ ଅପେକ୍ଷା ଅନୁଷ୍କାଙ୍କ ସ୍କର୍ଟ ଓ ଟପ୍ ଆର୍‌ସିବି ପ୍ରଶଂସକଙ୍କର ଅଧିକ ଧ୍ୟାନ ଆକର୍ଷଣ କରିଥିଲା। ଅନୁଷ୍କାଙ୍କ ରୁଚି ଓ ପୋଷାକର ରୂପକୁ ସେମାନେ ବେଶ୍‌ ପ୍ରଶଂସା କରିଥିଲେ। ଅନୁଷ୍କା ପିନ୍ଧିଥିବା ଏହି ପୋଷାକ ଏକ ପ୍ରସିଦ୍ଧ ଫରାସୀ ବ୍ରାଣ୍ଡ୍‌ ‘ସାନ୍ଦ୍ରୋ ପ୍ୟାରିସ୍‌ ଅଫିସିଏଲ୍‌’ର ବୋଲି ଜଣାପଡ଼ିଛି। ଟପ୍‌ ଟିର ଦାମ ଭାରତୀୟ ମୁଦ୍ରାରେ ପାଖାପାଖି ୩୨,୬୬୫ ଟଙ୍କା ‌ହୋଇଥିଲା ବେଳେ ସ୍କର୍ଟର ମୂଲ୍ୟ ୩୯,୬୬୫ ଟଙ୍କା ଥିବାଜଣାପଡ଼ିଛି। ପ୍ରଶଂସକ ତାଙ୍କ ପୋଷାକକୁ ପସନ୍ଦ କରୁଥିଲେ ମଧ୍ୟ ଚଢ଼ା ଦର ପାଇଁ ଏହାକୁ ପିନ୍ଧିବା ସେମାନଙ୍କ ପକ୍ଷରେ ସମ୍ଭବ ହେବନି ବୋଲି ସାମାଜିକ ଗଣାମଧ୍ୟମରେ ମନ୍ତବ୍ୟ ଦେଉଛନ୍ତି। ପୋଷାକ ଛଡ଼ା କୋହଲି ଯେତେବେଳେ ଅର୍ଦ୍ଧଶତକର ଗୋଟିଏ ରନ୍‌ ପୂର୍ବରୁ ଆଉଟ୍‌ ହୋଇଯାଇଥିଲେ, ସେତେବେଳେ ଅନୁଷ୍କା ଦେଇଥିବା ପ୍ରତିକ୍ରିୟା ମଧ୍ୟ ସାମାଜିକ ଗଣମାଧ୍ୟମରେ ବେଶ୍‌ ଭାଇରାଲ୍‌ ହେଉଛି।

 

 

ସୌଜନ୍ୟ ସମ୍ବାଦ