ମନୋରଞ୍ଜନ

ଅବନୀତଙ୍କ ଗ୍ଲାମରସ୍‌ ଲୁକ୍‌କୁ ନେଇ ଉଠିଲା ପ୍ରଶ୍ନ

ଅଭିନେତ୍ରୀ ଅବନୀତ କୌର ଯେତିକି ଗ୍ଲାମରସ୍‌ ସେତିକି ଚର୍ଚ୍ଚିତ ମଧ୍ୟ। ନିଜ ଚମକଦାର ଲୁକ ପାଇଁ ପ୍ରାୟତଃ ପ୍ରଶଂସା ସାଉଁଟନ୍ତି। ନିକଟରେ ସେ ତାହା ତ୍ୱଚାରେ ବୋଟକ୍ସ କିମ୍ବା ସର୍ଜରୀ କରିଥିବା ଆଲୋଚନା ହେଉଛି। କିନ୍ତୁ ଏକ ସାକ୍ଷାତକାରରେ ସେ ଏହକୁ ଖଣ୍ଡନ କରିଛନ୍ତି। ଏହି ପରିବର୍ତ୍ତନ ସମ୍ପୂର୍ଣ୍ଣ ସ୍ବାଭାବିକ। ବୟସ ସହିତ ସେ ଚମକୁଥିବା କହିଛନ୍ତି।

ପ୍ରତ୍ୟେକ ବ୍ୟକ୍ତିଙ୍କ ପିଲାଦିନର ଏବଂ ବର୍ତ୍ତମାନର ଫଟୋ ଭିତରେ ନିଶ୍ଚୟ ଭିନ୍ନ ଥାଏ। ସମସ୍ତେ ବଡ଼ ହୁଅନ୍ତି ଏବଂ ବୟସ ବଢିବା ସହିତ ଚେହେରାରେ ଚମକ ଆସେ। ମୋର କୌଣସି ଅସ୍ତ୍ରୋପଚାର କିମ୍ବା ବୋଟକ୍ସ ହୋଇନାହିଁ। ମୁଁ ଯାହା ଦେଖାଯାଉଛି ତାହା ସ୍ବାଭାବିକ। ମୋ ସୁନ୍ଦରତାର ସମସ୍ତ ଶ୍ରେୟ ମୋ ମା’ଙ୍କୁ ଯାଏ।

ଅଭନୀତ କୌର ବହୁତ କମ ବୟସରେ ଟିଭି ଶିଳ୍ପରେ ଜଗତରେ କରିଥିଲେ। ଧୀରେ ଧୀରେ ନିଜ ପାଇଁ ଏକ ସ୍ଥାନ ସୃଷ୍ଟି କରିଥିଲେ। ଏବେ ସେ ଫିଲ୍ମ ଜଗତରେ ମଧ୍ୟ ସକ୍ରିୟ ଅଛନ୍ତି।

 

 

ସୌଜନ୍ୟ ଧରିତ୍ରୀ

Show More
Back to top button