Tollywood Icon: ଟଲିଉଡ୍ ଆଇକନ୍ଙ୍କ ଅସାଧାରଣ ଯାତ୍ରା
ଚଳଚିତ୍ର ଶିଳ୍ପରେ ରାତାରାତି ସଫଳ ହେବା ସମସ୍ତଙ୍କ ଭାଗ୍ୟରେ ଜୁଟି ନଥାଏ। ବର୍ଷ ବର୍ଷର ସଂଘର୍ଷ ସାଙ୍ଗକୁ ବହୁ ହିଟ୍ ଓ ଫ୍ଲପ୍ର ଖେଳ ପରେ ହିଁ ସଫଳତା ଆସିଥାଏ। ଅନେକଙ୍କୁ ବହୁ କଷ୍ଟରେ ପ୍ରଥମ ସୁଯୋଗ ମିଳିଥାଏ।

ଚଳଚିତ୍ର ଶିଳ୍ପରେ ରାତାରାତି ସଫଳ ହେବା ସମସ୍ତଙ୍କ ଭାଗ୍ୟରେ ଜୁଟି ନଥାଏ। ବର୍ଷ ବର୍ଷର ସଂଘର୍ଷ ସାଙ୍ଗକୁ ବହୁ ହିଟ୍ ଓ ଫ୍ଲପ୍ର ଖେଳ ପରେ ହିଁ ସଫଳତା ଆସିଥାଏ। ଅନେକଙ୍କୁ ବହୁ କଷ୍ଟରେ ପ୍ରଥମ ସୁଯୋଗ ମିଳିଥାଏ। ଏଭଳି ଜଣେ ଅଭିନେତା ହେଉଛନ୍ତି ତେଲୁଗୁ ଫିଲ୍ମ ଷ୍ଟାର୍ ଘଣ୍ଟା ନବୀନ ବାବୁ, ଯିଏ ‘ନାନି’ ନାଁରେ ସୁପରିଚିତ।
ଫିଲ୍ମ ଦୁନିଆ ସହ ନାନିଙ୍କ ପରିବାରର କେହି ସମ୍ପୃକ୍ତ ନଥିଲେ। ଘଟଣାଚକ୍ରରେ ତାଙ୍କୁ ଅଧାରୁ କଲେଜ ଛାଡ଼ି କ୍ୟାମେରା ପଛରେ କାମ କରିବାକୁ ପଡ଼ିଥିଲା। ପ୍ରାରମ୍ଭିକ ଦିନଗୁଡ଼ିକରେ ମାସିକ ମାତ୍ର ୪୦୦୦ ଟଙ୍କା ରୋଜଗାର କରୁଥିଲେ ନାନି। ଏପରିକି ଫିଲ୍ମରେ କାମ କରିବାର ସୁଯୋଗ ପାଇଁ ଦିନ ଦିନ ଅପେକ୍ଷା ବି କରୁଥିଲେ। ସେହି ନାନି ଆଜି ଟଲିଉଡ୍ର ଜଣେ ନାମୀଦାମୀ ତାରକା। ୨୦୦୦ ମସିହାରେ ୱେସ୍ଲି ବଏଜ୍ କଲେଜରେ ନାନି ପାଠ ପଢୁଥିଲେ। ତାଙ୍କ ଦ୍ବାରା ପାଠ ହେବନାହିଁ ଭାବି ସେ କଲେଜ ଛାଡ଼ି ହାଇଦ୍ରାବାଦ ଆସି ସିନେମାରେ କାମ ଖୋଜିବା ଆରମ୍ଭ କରିଦେଲେ। ତେବେ ଏହା ସହଜ ନଥିଲା। ବିଭିନ୍ନ ଫିଲ୍ମ ପ୍ରଯୋଜନା ସଂସ୍ଥା କାର୍ଯ୍ୟାଳୟରେ ଚକ୍କର୍ କାଟିବା ପରେ ତାଙ୍କୁ ମାସିକ ମାତ୍ର ୪୦୦୦ ଟଙ୍କା ରୋଜଗାର କଲାଭଳି କାମ ମିଳିଗଲା। ସିନେମାରେ ଛୋଟିଆ ରୋଲ୍ଟିଏ ପାଇଁ ତାଙ୍କୁ ନିର୍ଦ୍ଦେଶକଙ୍କ ଘର ଆଗରେ ଦିନ ଦିନ ଅପେକ୍ଷା କରିବାକୁ ପଡୁଥିବା ସେ ସ୍ବୀକାର କରନ୍ତି।
ସୌଜନ୍ୟ ସମ୍ବାଦ




