ତେହେରାନ: ଆମେରିକୀୟ ଗଣମାଧ୍ୟମ ସିଏନ୍ଏନ୍ ଅନୁଯାୟୀ, ଆମେରିକା ଏବଂ ଇରାନ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ମଙ୍ଗଳବାର ହୋଇପାରେ। ରିପୋର୍ଟ ଅନୁଯାୟୀ ଇରାନୀ ପ୍ରତିନିଧିମଣ୍ଡଳୀ ଇସଲାମାବାଦରେ ପହଞ୍ଚିବେ। ସଂସଦର ବାଚସ୍ପତି ମହମ୍ମଦ ବାଘେର କାଲିବାଫ ଏହାର ମୁଖ୍ୟ ଆଲୋଚନାକାରୀ ହେବେ। ଅପରପକ୍ଷରେ ଜେଡି ଭାନ୍ସ ଆମେରିକୀୟ ପ୍ରତିନିଧିମଣ୍ଡଳୀର ନେତୃତ୍ୱ ନେବେ। ତଥାପି, ଇରାନୀ ଗଣମାଧ୍ୟମ ଏହାକୁ ସ୍ପଷ୍ଟ ଭାବରେ ଅସ୍ୱୀକାର କରିଛି। ଆମେରିକା ଅନୁଯାୟୀ, ପୁରୁଣା ଦଳ ସହିତ ଏକ ନୂତନ ପର୍ଯ୍ୟାୟ ଆଲୋଚନା ଆରମ୍ଭ ହେବ। ତେବେ ଏନେଇ ଇରାନ ସ୍ପଷ୍ଟ ଭାବେ ଉତ୍ତର ଦେଉନାହିଁ। ଫଳରେ ଇସଲାମାବାଦ ଆଲୋଚନାକୁ ନେଇ ସସପେନ୍ସ ଜାରି ରହିଛି।
ତୈଳ ସଙ୍କଟ ପୁଣି ଘନେଇବାରେ ଲାଗିଛି
ବୁଧବାର ୧୪ ଦିନିଆ ଯୁଦ୍ଧବିରତି ଅବଧି ଶେଷ ହେବାକୁ ଥିବା ବେଳେ,ଦୁଇପକ୍ଷଙ୍କ କଠୋର ପଦକ୍ଷେପ ଯୋଗୁଁ ଏହା ପୂର୍ବରୁ ଭଙ୍ଗ ହୋଇଥିବା କୁହାଯାଉଛି। ହର୍ମୁଜ୍ ପ୍ରଣାଳୀରେ ଆମେରିକାର କାର୍ଯ୍ୟାନୁଷ୍ଠାନର ଜବାବରେ ଇରାନ ଏକ ଡ୍ରୋନ୍ ଫ୍ଲିଟ୍ ମଧ୍ୟ ମୁତୟନ କରିଛି। ଫଳରେ ତୈଳ ସଙ୍କଟ ପୁଣି ଘନେଇବାରେ ଲାଗିଛି।
ସୌଜନ୍ୟ ସମ୍ବାଦ

