ଖେଳଜାତୀୟ

Rashid Statement: ଭାରତ ମୋତେ ନାଗରିକତା ଯାଚିଥିଲା: ରସିଦ୍‌

ନୂଆଦିଲ୍ଲୀ: ଆଫଗାନିସ୍ତାନ ଅଲ୍‌ରାଉଣ୍ଡର୍‌ ରସିଦ୍‌ ଖାଁଙ୍କୁ ନେଇ ଏକ ରୋଚକ କଥା ଜଣାପଡ଼ିଛି। ତାଙ୍କୁ ଭାରତ ଓ ଅଷ୍ଟ୍ରେଲିଆ ନାଗରିକତା ଯାଚି ଥିଲେ, କିନ୍ତୁ ତାହାକୁ ସେ ଖାରଜ କରିଦେଇଥିବା ପ୍ରକାଶ କରିଛନ୍ତି।

ଉଭୟ ଭାରତ ଓ ଅଷ୍ଟ୍ରେଲିଆଠାରୁ ନାଗରିକତା ଲାଗି ପ୍ରସ୍ତାବ ମିଳିଥିଲା

ସୋମବାର ପ୍ରକାଶ ପାଇବାକୁ ଥିବା ରସିଦ୍‌ଙ୍କ ଜୀବନୀ ‘ରସିଦ୍‌ ଖାଁ: ଫ୍ରମ୍‌ ଷ୍ଟ୍ରିଟ୍‌ ଟୁ ଷ୍ଟାରଡମ୍‌’ ରେ ଏ ନେଇ ଉଲ୍ଲେଖ ରହିଛି। ଏହି ପୁସ୍ତକର ଲେଖକ ମହମ୍ମଦ ହାନ୍ଦ୍‌ ଜାଫରଙ୍କୁ ସେ କହିଛନ୍ତି ଯେ ତାଙ୍କୁ ଉଭୟ ଭାରତ ଓ ଅଷ୍ଟ୍ରେଲିଆଠାରୁ ନାଗରିକତା ଲାଗି ପ୍ରସ୍ତାବ ମିଳିଥିଲା। କିନ୍ତୁ ତାହାକୁ ସେ ଖାରଜ କରିଦେଇଥିଲେ ଓ କହିଥିଲେ ଯେ ଯଦି ସେ ଆଫଗାନିସ୍ତାନ ପାଇଁ ଖେଳିବେ ନାହିଁ, ଅନ୍ୟ କୌଣସି ଦେଶ ପାଇଁ ବି ଖେଳିବେ ନାହିଁ।
ସେ କହିଛନ୍ତି, ୨୦୨୩ ଆଇପିଏଲ୍‌ ସମୟରେ ବିସିସିଆଇର ଜଣେ ବରିଷ୍ଠ ଅଧିକାରୀଙ୍କୁ ଭେଟିବାକୁ ସେ ଯାଇଥିଲେ। ଏହି ସମୟରେ ଉକ୍ତ ଅଧିକାରୀ ତାଙ୍କୁ କହିଥିଲେ, “ ତୁମ ଦେଶ ଆଫଗାନିସ୍ତାନରେ ପରିସ୍ଥିତି ଭଲ ନାହିଁ। ଭାରତକୁ ଆସ, ଏଠାରୁ ବସବାସ କର ଓ ଖେଳ। ଆମେ ତୁମକୁ ସବୁ କାଗଜପତ୍ର ପ୍ରଦାନ କରିବୁ।’’ ଏହି ପ୍ରସ୍ତାବ ଶୁଣି ରସିଦ୍‌ ଚକିତ ହୋଇଯାଇଥିଲେ, କହିଥିଲେ, “ ଧନ୍ୟବାଦ! କିନ୍ତୁ ମୁଁ ମୋ ଦେଶ ଆଫଗାନିସ୍ତାନ ପାଇଁ ଖେଳୁଛି’’।

ତେବେ ଅଷ୍ଟ୍ରେଲିଆ, କେବେ ତାଙ୍କୁ ନାଗରିକତା ଯାଚିଥିଲା ସେ ସମ୍ପର୍କରେ ଏହି ଲୋକପ୍ରିୟ ଆଫଗାନ ଖେଳା​ଳି ଅଧିକ ସୂଚନା ପ୍ରଦାନ କରିନାହାନ୍ତି।

 

 

 

 

ସୌଜନ୍ୟ ସମ୍ବାଦ

Show More
Back to top button