ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଭାରତର ଅନେକ ରାଜ୍ୟରେ ପୁଣି ଥରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ମଙ୍ଗଳବାର ଭୋର୍ ପ୍ରାୟ ୫:୫୯ ସମୟରେ ଭୂମିକମ୍ପ ଆରମ୍ଭ ହୋଇଥିଲା, ଯାହା ଫଳରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୨ ରେକର୍ଡ କରାଯାଇଛି। ଏହାର କେନ୍ଦ୍ରସ୍ଥଳ ମଣିପୁରର କାମଜୋଙ୍ଗ ଅଞ୍ଚଳରେ ଥିଲା ବୋଲି କୁହାଯାଉଛି। ମଣିପୁର ସହିତ ନାଗାଲାଣ୍ଡ, ଆସାମ, ମେଘାଳୟ ଏବଂ ଅରୁଣାଚଳ ପ୍ରଦେଶରେ ମଧ୍ୟ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଏହି ଘଟଣାରେ କୌଣସି ଜୀବନ କିମ୍ବା ସମ୍ପତ୍ତି କ୍ଷତି ହୋଇନାହିଁ। ଲୋକେ ଶୋଇଥିବା ବେଳେ ହଠାତ୍ ଘର ଥରିବାକୁ ଲାଗିଥିଲା। ନିଦ ବାଉଳାରେ ଜୀବନ ବଞ୍ଚାଇବା ପାଇଁ ସେମାନେ ବାହାରକୁ ଦୌଡ଼ିଥିଲେ।
ସୂଚନାଯୋଗ୍ୟ,ଏପ୍ରିଲ ୭ ତାରିଖରେ ମଣିପୁର ମଧ୍ୟ ଦୁଇଟି ଭୂମିକମ୍ପରେ ଥରି ଉଠିଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଯଥାକ୍ରମେ ୪.୩ ଏବଂ ୩.୦ ଥିଲା। ଏହି ଭୂମିକମ୍ପର ପ୍ରଭାବ ଏତେ ଶକ୍ତିଶାଳୀ ଥିଲା ଯେ ଭୂମିକମ୍ପ ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା ।
ସୌଜନ୍ୟ ସମ୍ବାଦ

