ଭୁବନେଶ୍ଵର: ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ଦ୍ଵାରା ଅଣା ଯାଇଥିବା ଆଭାସୀ କ୍ଳାସରୁମ ପ୍ରକଳ୍ପ ଟେଣ୍ଡର ଦୁର୍ନୀତି ଘଟଣାର ଅଭିଯୋଗ ଉପରେ ସ୍ପଷ୍ଠୀକରଣ ରଖିବା ସହ ଓଡିଶା କମ୍ପୁଟର ଆପ୍ଲିକେସନ ସେଣ୍ଟର (ଓକାକ)କୁ ଆକ୍ସନ ଟେକେନ ରିପୋର୍ଟ ମାଗିଛନ୍ତି ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଡ ମୁକେଶ ମହାଲିଙ୍ଗ ।
ପ୍ରସଙ୍ଗ ସମ୍ପର୍କରେ ନିଜ ପ୍ରତିକ୍ରିୟାରେ ଗଣମାଧ୍ୟମକୁ ମନ୍ତ୍ରୀ କହିଛନ୍ତି, ଏହି ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ। ଓଡିଶା କମ୍ପୁଟର ଆପ୍ଲିକେସନ ସେଣ୍ଟର (ଓକାକ) ଏକ ସ୍ଵୟାଂଶାସିତ ଅନୁଷ୍ଠାନ। ଏହା ସୋସାଇଟି ରେଜିଷ୍ଟ୍ରେସନ ଆକ୍ଟ ୧୮୬୦ ଅନୁସାରେ ଗଠିତ ଯେଉଁଥିରେ ଚେୟାରମ୍ୟାନ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ସଚିବ ଅଛନ୍ତି। ଆଭାସୀ କ୍ଳାସରୁମ ପ୍ରକଳ୍ପ ଟେଣ୍ଡର ଦୁର୍ନୀତି ଘଟଣା ବିଷୟରେ ସେ ଯେତେବେଳେ ଜାଣିଲେ ୭ ଦିନ ଭିତରେ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଆକ୍ସନ ଟେକେନ ରିପୋର୍ଟ ଦାଖଲ ପାଇଁ ନିର୍ଦେଶ ଦେଇଛନ୍ତି ।
ମନ୍ତ୍ରୀ କହିଛନ୍ତି ଯେ, ବିଭିନ୍ନ ବିଭାଗର ଆଇ.ଟି. ସମ୍ବର୍ଦ୍ଧିତ କାମ ଓକାକ ଦ୍ଵାରା ସମ୍ପାଦିତ ହେଉଥାଏ । ଏଥିରେ ହେଉଥିବା କାମ ଓକାକ ଚେୟାରମ୍ୟାନ ଦ୍ଵାରା ସିଧାସଳଖ ଅନୁମୋଦନ ହୋଇଥାଏ । ସେ କହିଛନ୍ତି ଯେ ତାଙ୍କରି ସରକାର ଦୁର୍ନୀତି କୁ ପ୍ରଶ୍ରୟ ଦିଏ ନାହି । ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ଏହି ସଂସ୍ଥା ରେ କିପରି ସୁଧାର ଅଣାଯାଇ ହେବ ସେ ବିଷୟରେ ଆଲୋଚନା କରିବେ । ଏଥିରେ ଯେଉଁ ମାନେ ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କ ବିରୋଧ ରେ କୋଠର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ସୌଜନ୍ୟ ସମ୍ବାଦ

