Odisha Scout and Guides ଓଡ଼ିଶା ରାଜ୍ୟ ଇଣ୍ଡିଆନ୍ ସ୍କାଉଟ ଗାଇଡ୍‌ ଫେଲୋସିପ୍‌ ରାଜ୍ୟ କର୍ମକର୍ତ୍ତା ନିର୍ବାଚିତ

ଭୁବନେଶ୍ବର: ଇଣ୍ଡିଆନ୍ ସ୍କାଉଟ୍‌ ଗାଇଡ୍‌ ଫେଲୋସିପ୍‌, ଓଡ଼ିଶା ରାଜ୍ୟ ସଭାପତି ମୁଖ୍ୟ ଡ କାଳୀ ମିଶ୍ର ଓ ରାଜ୍ୟ ସଭାପତି ଭାବରେ ଡାକ୍ତର ଅମ୍ରିତ ପଟଯୋଶୀ , ଡ ଋଷି ପଟ୍ଟନାୟକ ରାଜ୍ୟ ସମ୍ପାଦକ ଭବରେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି।
ମଙ୍ଗଳବାର, ସ୍କାଉଟ ଗାଇଡ ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟରେ ଇଣ୍ଡିଆନ୍ ସ୍କାଉଟ ଗାଇଡ ଫେଲୋସିପ, ଓଡ଼ିଶା ରାଜ୍ୟର ଏକ ସ୍ଵତନ୍ତ୍ର ନିର୍ବାଚନ ଜାତୀୟ କାର୍ଯ୍ୟକାରୀ ସଭାପତି ଏମ୍‌ ଏ କେ ମିକିଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ ଗାଇଡର ମୁଖ୍ୟ କମିଶନର ଡ଼ଃ କାଳୀ ମିଶ୍ର ସଭାପତି ମୁଖ୍ୟ ଭାବାରେ ନିର୍ବାଚିତ ହୋଇଛନ୍ତି।
ରାଜ୍ୟ ସଭାପତି ଭବାରେ ଡାକ୍ତର ଅମ୍ରିତ ପଟଯୋଶୀ,ଉପ ସଭାପତି ଭାବରେ ପ୍ରବୀଣ କୁମାର ଅଗରୱାଲ, ରେଡିଓବିତ୍ ଶ୍ରୀମତୀ ଝୁନା ପଟ୍ଟନାୟକ, ପ୍ରଣବ ମହାପାତ୍ର ହୋଇଥିବା ବେଳେ,ସମ୍ପାଦକ ଭାବରେ ଚାଲଚିତ୍ର ଅଭିନେତା ଓ ସମାଜ ବିଜ୍ଞାନୀ ଡଃ ରୁଷି ପଟ୍ଟନାୟକ,  ଯୁଗ୍ମ ସଚିବ ଭାବରେ ଦୂରଦର୍ଶୀର ସଂପାଦକ ଦୁର୍ଗା ସମାନ୍ତରାୟ,  କୋଷାଧ୍ୟକ୍ଷ ଭାବେ ଶ୍ରୀକାନ୍ତ ମୋହନ ମିଶ୍ର ଓ ସୂଚନା ଅଧିକାରୀ ଭାବରେ ସାମ୍ୱାଦିକ ଗଜେନ୍ଦ୍ର ବେହେରା ଏବଂ ବି.ଏନ ଦାସ ସଂଯୋଜକ ଭାବେ ନିର୍ବାଚିତ ହୋଇଛନ୍ତି।
ନୂତନ ଭାବେ ସଭାପତି ନିର୍ବାଚିତ ହେବା ପରେ ଡାକ୍ତର ଆମ୍ରିତ ପଟଯୋଶୀ କହିଛନ୍ତି ଓଡ଼ିଶା ଯେମିତି ଆଗାମୀ ବର୍ଷକ ମଧ୍ୟରେ ଭାରତରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବ ସେଥିପାଇଁ ସେ ତାଙ୍କ ଟିମ୍ ସହିତ ମିଶି ବହୁତ କାମ କରିବେ। ଏହି କାର୍ଯ୍ୟକ୍ରମରେ, ଜାତୀୟ ମହାନିର୍ଦ୍ଦେଶକ ସୀମା ରଥି ଓ ଛତିଶଗଡ଼ ଉଜିଲ୍ଲାପାଳ ତଥା ଜାତୀୟ କ୍ରମିକ ସମ୍ପାଦକ ପ୍ରେମ ପ୍ରକାଶ ଶର୍ମା ଯୋଗ ଦେଇଥିଲେ।  ସତ୍ୟଭାମା ବେହେରା,  ମୋହନ ହେମ୍ବ୍ରମ୍  ଓ ଈଂ ମହେଶ୍ୱର ବେହେରା କାର୍ଯ୍ଯକ୍ରମ ପରିଚାଳନା କରିଥିଲେ। ସୂଚନାଯୋଗ୍ୟ, ଆଗାମୀ ୨୦୨୮ରେ ଥିବା ଆନ୍ତର୍ଜାତିକ ସ୍କାଉଟ୍‌ ଗାଇଡ୍‌ ସମାଗମ ଯାହାକୁ ଓଡ଼ିଶା ରାଜ୍ୟ ଆୟୋଜନ କରିବ

ସୌଜନ୍ୟ ସମ୍ବାଦ