Pant, Pooran’s: ପନ୍ତ,ପୁରନ୍‌ଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଜାରି

ଲକ୍ଷ୍ନୌ: ଚଳିତ ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସର ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି। ଏହି ଦଳ ଏପର୍ଯ୍ୟନ୍ତ ୭ ମ୍ୟାଚ୍‌ରୁ ମାତ୍ର ଦୁଇଟିରେ ବିଜୟ ହାସଲ କରି ପଏଣ୍ଟ୍‌ ଟେବୁଲର ନବମ ସ୍ଥାନରେ ରହିଛି। ଦଳର ଏହି ଖରାପ ପ୍ରଦର୍ଶନ ପରେ ଦୁଇ ଦାମୀ ଖେଳା​ଳି ଋଷଭ ପନ୍ତ ଓ ନିକୋଲାସ୍‌ ପୁରନଙ୍କ ଉପରେ ଚାପ ବଢିଯାଇଛି। କାରଣ ଏହି ଦୁଇଜଣ ନିଜ ଦକ୍ଷତା ଅନୁରୂପ ପ୍ରଦର୍ଶନ କରିପାରିନାହାନ୍ତି। ଏହି ଦୁଇ ଖେଳାଳିଙ୍କୁ କିଣିବାକୁ ଲକ୍ଷ୍ନୌ ମୋଟ ୪୮ କୋଟି ( ପନ୍ତ ୨୭ ଓ ପୁରନ ୨୧ କୋଟି) ବ୍ୟୟ କରିଥିବାବେଳେ ଫଳଘର ଶୂନ ରହିଛି।