ଖେଳ
Asian Champions Trophy Hockey: ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି: ଭାରତ ୫-୨ରେ ଚୀନକୁ ହରାଇଲା
ଚଳିତ ଏସୀୟ ପୁରୁଷ ଚାମ୍ପିଅନ୍ସ ଟ୍ରଫି ହକି ପ୍ରତିଯୋଗିତାରେ ଭାରତ ଲଗାତାର ବିଜୟ ହାସଲ କରିଛି। ପ୍ରଥମ ମ୍ୟାଚ୍ରେ ବାଂଲାଦେଶକୁ ୧୩-୦ରେ ହରାଇ ଅଭିଯାନ ଆରମ୍ଭ କରିଥିବା ଭାରତୀୟ ଦଳ ଗୁରୁବାର ଚୀନକୁ ୫-୨ରେ ପରାସ୍ତ କରିଛି।

ଜଳନ୍ଧର: ଚଳିତ ଏସୀୟ ପୁରୁଷ ଚାମ୍ପିଅନ୍ସ ଟ୍ରଫି ହକି ପ୍ରତିଯୋଗିତାରେ ଭାରତ ଲଗାତାର ବିଜୟ ହାସଲ କରିଛି। ପ୍ରଥମ ମ୍ୟାଚ୍ରେ ବାଂଲାଦେଶକୁ ୧୩-୦ରେ ହରାଇ ଅଭିଯାନ ଆରମ୍ଭ କରିଥିବା ଭାରତୀୟ ଦଳ ଗୁରୁବାର ଚୀନକୁ ୫-୨ରେ ପରାସ୍ତ କରିଛି। ଗୁରୁବାର ବିଜୟରେ ଭାରତୀୟ ଅଧିନାୟକ ହରମନ୍ପ୍ରୀତଙ୍କ ସହିତ ସୁଖଜିତ୍ ସିଂହ ଦୁଇଟି ଲେଖାଏଁ ଗୋଲ୍ ଦେଇଥିଲେ। ଯୁଗରାଜ ସିଂହ ପଞ୍ଚମ ଗୋଲଟି ଦେଇ ଚୀନକୁ ପ୍ରତ୍ୟାବର୍ତନର କୌଣସି ସୁଯୋଗ ଦେଇନଥିଲେ। ପ୍ରଥମ କ୍ବାର୍ଟରର ୧୩ତମ ମିନିଟ୍ରେ ସୁଖଜିତ୍ ସିଂହଙ୍କ ଫିଲ୍ଡ ଗୋଲ୍ ବଳରେ ଭାରତ ଅଗ୍ରଣୀ ନେଇଥିଲା। ୟାଙ୍ଗ ପେଙ୍ଗ୍ଙ୍କ ୨୬ତମ ମିନିଟ୍ ଗୋଲ୍ ବଳରେ କିନ୍ତୁ ଚୀନ ୧-୧ ସ୍ଥିତିକୁ ଫେରିଥିଲା। ୨୬ତମ ମିନିଟ୍ରେ ଅଧିନାୟକ ହରମନ୍ପ୍ରୀତ୍ ସିଂହଙ୍କ ପେନାଲ୍ଟି କର୍ଣ୍ଣର ଗୋଲ୍ ଭାରତକୁ ଦ୍ବିତୀୟ କ୍ବାର୍ଟର ସୁଦ୍ଧା ୨-୧ରେ ରଖିଥିଲା।
ସୌଜନ୍ୟ ସମ୍ବାଦ




