ଖେଳ
Kangana-Madhavan pair: ପୁଣି କଙ୍ଗନା-ମାଧବନ ଯୋଡ଼ି!
କଙ୍ଗନା ରାଣାୱତ ଓ ଆର୍. ମାଧବନଙ୍କ ବିନା ‘ତନୁ ୱେଡ୍ସ ମନୁ ୩’ର କଳ୍ପନା କରିବା ଅସମ୍ଭବ। ଏଭଳି ମତ ପ୍ରକାଶ କରିଛନ୍ତି ସିନେ ନିର୍ମାତା ତଥା ନିର୍ଦ୍ଦେଶକ ଆନନ୍ଦ ଏଲ୍ ରାୟ। ବଲିଉଡ୍ର ଲୋକପ୍ରିୟ ରୋମାଣ୍ଟିକ୍ କମେଡି ଫିଲ୍ମ ଫ୍ରାଞ୍ଚାଇଜ୍...

କଙ୍ଗନା ରାଣାୱତ ଓ ଆର୍. ମାଧବନଙ୍କ ବିନା ‘ତନୁ ୱେଡ୍ସ ମନୁ ୩’ର କଳ୍ପନା କରିବା ଅସମ୍ଭବ। ଏଭଳି ମତ ପ୍ରକାଶ କରିଛନ୍ତି ସିନେ ନିର୍ମାତା ତଥା ନିର୍ଦ୍ଦେଶକ ଆନନ୍ଦ ଏଲ୍ ରାୟ। ବଲିଉଡ୍ର ଲୋକପ୍ରିୟ ରୋମାଣ୍ଟିକ୍ କମେଡି ଫିଲ୍ମ ଫ୍ରାଞ୍ଚାଇଜ୍ ‘ତନୁ ୱେଡ୍ସ ମନୁ’ର ତୃତୀୟ ଭାଗକୁ ଦର୍ଶକ ଅପେକ୍ଷା କରି ରହିଥିବାବେଳେ ଏହାର ଷ୍ଟାର୍କାଷ୍ଟ୍କୁ ନେଇ ମଧ୍ୟ ଉତ୍ସୁକତା ଲାଗି ରହିଥିଲା। ପୂର୍ବ ଦୁଇଟି ଭାଗ ପରି ଏଥର ମଧ୍ୟ କଙ୍ଗନା ଓ ମାଧବନଙ୍କୁ ଦେଖିବାକୁ ମିଳିବ ନା ତାଙ୍କ ସ୍ଥାନରେ ଅନ୍ୟ କଳାକାର ସୁଯୋଗ ପାଇବେ, ତାହାକୁ ନେଇ ଦର୍ଶକଙ୍କ ମନରେ ବଡ଼ ପ୍ରଶ୍ନ ରହିଥିଲା। ଏବେ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି ନିର୍ଦ୍ଦେଶକ। ଆର୍. ମାଧବନ ଓ କଙ୍ଗନା ରାଣାୱତଙ୍କ ବିନା ଏହି ଫ୍ରାଞ୍ଚାଇଜ୍ର ପରବର୍ତ୍ତୀ ଭାଗ ନିର୍ମାଣ କରିବା ସମ୍ଭବ ନୁହେଁ ବୋଲି ସେ ଏକ ସାକ୍ଷାତ୍କାରରେ କହିଛନ୍ତି।
ସୌଜନ୍ୟ ସମ୍ବାଦ




