ଜି. ଉଦୟଗିରି, ୨୪/୦୪ : ଉତ୍ପାତ କଲେ ଦନ୍ତା । ଜାତୀୟ ରାଜପଥ ଉପରକୁ ଚାଲି ଆସିଲେ । ଭୟଙ୍କର ଗର୍ଜନ କଲେ । କିଛି ଏପରି ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଜି ଉଦୟଗିରି ସହରର ପଦାସାହିରେ ।
ଗୁରୁବାର ଏଠାରେ ଦୁଇଟି ଦନ୍ତାଙ୍କ ଉପଦ୍ରବ ଦେଖିବାକୁ ମିଳିଛି । ରାତିରେ ହାତୀଦ୍ୱୟ ଜାତୀୟ ରାଜପଥ ଉପରକୁ ଚାଲି ଆସିଥିଲେ । ଏପରିକି ଗର୍ଜନ ମଧ୍ୟ କରିଥିଲେ । ଦୁଇ ଦନ୍ତାଙ୍କ ଗର୍ଜନ ଯୋଗୁଁ ଲୋକେ ଭୟଭୀତ ଅବସ୍ଥାରେ ଘରେ ରହିବାକୁ ବାଧ୍ୟ ହୋଇଥିଲେ। କେବଳ ଏତିକି ନୁହେଁ ହାତୀମାନେ ବହୁ ଗଛ ଓ ଫସଲ ନଷ୍ଟ କରିଦେଇଥିବା ଦେଖିବାକୁ ମିଳିଛି।
ଖବର ପାଇ ଘଟଣାସ୍ଥଳରେ ଜି ଉଦୟଗିରି ବନ ବିଭାଗ ପହଞ୍ଚି ହାତୀକୁ ଘଉଡାଇବା ପାଇଁ ଚେଷ୍ଟା ଜାରି ରଖିଛି। ହାତୀର ଗତିବିଧି ଜାଣିବା ପାଇଁ ବନ ବିଭାଗ ଡ୍ରୋନ୍ କ୍ୟାମେରାର ସାହାଯ୍ୟ ନେଇଛି । ହାତୀ କିପରି ଏହି ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବ ସେ ଉପରେ ବିଭାଗ ପକ୍ଷରୁ ପ୍ରଚେଷ୍ଟା ଜାରି ରହିଛି। ଦୁଇଟି ଟିମ୍ ଗଠନ କରାଯାଇ ହାତୀକୁ ଜନ ବସତି ଓ ଜାତୀୟ ରାଜପଥରୁ ଘଉଡାଇବା ପାଇଁ ଚେଷ୍ଟା ଜାରି ରହିଥିବାର ବନ ଅଧିକାରୀ ମାଣିକେଶ୍ୱରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।
ସୌଜନ୍ୟ Prameya News7

