Dharmendra Pradhan: ଚନ୍ଦନ ଯାତ୍ରା ଓଡ଼ିଆ ସଂସ୍କୃତି ଏବଂ ଆଧ୍ୟାତ୍ମିକ ଚେତନାର ଏକ ଜ୍ୱଳନ୍ତ ପ୍ରତୀକ: କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଦେବଗଡ଼: ଦେବଗଡ଼ ଜିଲ୍ଲା ବାରକୋଟ୍ ବ୍ଲକର ‘କଲା ଚନ୍ଦନ ଯାତ୍ରା’ କେବଳ ଏକ ପର୍ବ ନୁହେଁ, ଏହା ଆମ ସମୃଦ୍ଧ ଓଡ଼ିଆ ସଂସ୍କୃତି, ଅନନ୍ୟ ପରମ୍ପରା ଏବଂ ଗଭୀର ଆଧ୍ୟାତ୍ମିକ ଚେତନାର ଏକ ଜ୍ୱଳନ୍ତ ପ୍ରତୀକ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁରସାଂସଦ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ଦେବଗଡ଼ ଜିଲ୍ଲାଗସ୍ତ କରି ବିଭିନ୍ନ ସାଂସ୍କୃତିକ ଓ ସାଂଗଠନିକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।

ଏହି ପର୍ବ ଆଗାମୀ ପିଢ଼ିକୁ ସଠିକ୍ ଦିଗଦର୍ଶନ ଦେବ

‘କଲା ଚନ୍ଦନ ଯାତ୍ରା’ ସମାରୋହରେ ଉପସ୍ଥିତ ରହି ଶ୍ରୀ ପ୍ରଧାନ କହିଛନ୍ତି, କଲା ଗ୍ରାମର ଏହି ପାରମ୍ପରିକ ଯାତ୍ରାର ଏକ ଗୌରବମୟ ଇତିହାସ ରହିଛି, ଯାହା ଆଜି ସମଗ୍ର ଦେବଗଡ଼ ଜିଲ୍ଲାର ପରିଚୟ ପାଲଟିଛି । ଶୃଙ୍ଖଳିତ ଜୀବନଶୈଳୀ ଓ ସାମାଜିକ ଏକତାର ବାର୍ତ୍ତା ଦେଉଥିବା ଏହି ପର୍ବ ଆଗାମୀ ପିଢ଼ିକୁ ସଠିକ୍ ଦିଗଦର୍ଶନ ଦେବ ବୋଲି ସେ ମତବ୍ୟକ୍ତ କରିଛନ୍ତି ।ଏହା ପୂର୍ବରୁ ଦେବଗଡ଼ ବିଜେପି କାର୍ଯ୍ୟାଳୟରେ ଦଳୀୟ କାର୍ଯ୍ୟକର୍ତ୍ତାମାନଙ୍କ ସହ ଶ୍ରୀ ପ୍ରଧାନ ଆଲୋଚନା କରିଥିଲେ । ଦଳର ସଂଗଠନକୁ ତୃଣମୂଳ ସ୍ତରରେ ସୁଦୃଢ଼ କରିବା ସହ ‘ଡବଲ ଇଞ୍ଜିନ’ ସରକାରର ପ୍ରତ୍ୟେକ ଜନକଲ୍ୟାଣକାରୀ ଯୋଜନାକୁ ସବୁ ବର୍ଗର ଲୋକଙ୍କ ପାଖରେ ପହଞ୍ଚାଇବାକୁ ସେ ପରାମର୍ଶ ଦେଇଛନ୍ତି । ‘ବିକଶିତ ଦେବଗଡ଼’ ଓ ‘ବିକଶିତ ଓଡ଼ିଶା’ର ସଂକଳ୍ପକୁ ସାକାର କରିବା ପାଇଁ ପରାମର୍ଶ ଦେଇଥିଲେ।ଏହାପରେ ଦେବଗଡ଼ ସହରରେ ଶ୍ରୀ ହନୁମାନ ମନ୍ଦିରର ପ୍ରତିଷ୍ଠା ଉତ୍ସବରେ ସାମିଲ ହୋଇଥିଲେ। ଏଥିସହିତ ବାରକୋଟ୍ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ଦର୍ଶନ ଓ ପୂଜାର୍ଚ୍ଚନା କରି ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ।ସୂଚନାଥାଉକି, ଦେବଗଡ଼ରେ ଶ୍ରୀ ପ୍ରଧାନ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି।

ସୌଜନ୍ୟ ସମ୍ବାଦ