ବାଲିପାଟଣା: ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ବିଶ୍ୱନାଥପୁର ସ୍ଥିତ ମା ‘ଦକ୍ଷିଣେଶ୍ଵରୀଙ୍କ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ସୁନା ଓ ରୁପା ଅଳଙ୍କାର ଚୋରି ହୋଇଛି | ମନ୍ଦିର ଫାଟକ ଭାଙ୍ଗି କେହି ଦୁର୍ବୃତ୍ତ ମା’ଙ୍କ ବିଗ୍ରହରୁ ସୁନାର ଚିତା ଏବଂ ରୁପା ଆଖି ଲୁଟି ନେଇଛନ୍ତି | ଆଜି ସକାଳେ ପୂଜକ ପୂଜା କରିବାକୁ ଆସିବା ସମୟରେ ମୁଖ୍ୟ ଦ୍ୱାର ତାଲା ଭଙ୍ଗା ଯାଇଥିବା ଦେଖି ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ | ମନ୍ଦିର ଖୋଲିବା ପରେ ମା’ଙ୍କ ବିଗ୍ରହରେ ସୁନା ଚିତା ଓ ରୁପା ଆଖି ନ ଥିବା ଦେଖିଥିଲେ |
ଆରାଧ୍ୟ୍ୟ ଠାକୁରାଣୀ’ଙ୍କ ମନ୍ଦିରରୁ ଚୋରି ଘଟଣା ହଜାର ହଜାର ଶ୍ରଦ୍ଧାଳୁଙ୍କୁ ବ୍ୟଥିତ କରିଛି | ଏ ନେଇ ଭକ୍ତଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖାଯାଇଛି | ମାଘ ସ୍ନାନ ନୀତିକାନ୍ତି ପରେ ମା’ଙ୍କ ଦୈନନ୍ଦିନ ପୂଜା ଅର୍ଚନା କରାଯାଇଥିବା ପୂଜକ ଲକ୍ଷ୍ମଣ କୁମାର ପଣ୍ଡା କହିଛନ୍ତି | ଏନେଇ ଥାନାରେ ଲିଖିତ ଅଭିଯୋଗ ଦିଆଯିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି |
ସରଦେଇପୁରରୁ ନିମାପଡା ରାସ୍ତାକଡ଼ରେ ମା ଦକ୍ଷିଣେଶ୍ବରୀଙ୍କ ଭବ୍ୟ ମନ୍ଦିର ରହିଛି
ପ୍ରକାଶ ଥାଉ କି ସରଦେଇପୁରରୁ ନିମାପଡା ରାସ୍ତାକଡ଼ରେ ମା ଦକ୍ଷିଣେଶ୍ବରୀଙ୍କ ଭବ୍ୟ ମନ୍ଦିର ରହିଛି | ବର୍ଷ ସାରା ବିବାହ, ବ୍ରତ, ସଭା, ସମିତି ଓ ବିଭିନ୍ନ ମାଙ୍ଗଳିକ କାର୍ଯ୍ୟକ୍ରମ ଲାଗି ପୀଠ ଚଳଚଞ୍ଚଳ ହୋଇଥାଏ |
ସୌଜନ୍ୟ ସମ୍ବାଦ

