Resign From BJD: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ସମେତ ୫୦୦ ରୁ ଅଧିକ କର୍ମୀ

ଭଦ୍ରକ: ଭଦ୍ରକ ଜିଲ୍ଲା  ଏକଦା ବିଜେଡିର ଗଡ ଥିଲା । ଜିଲାରେ ଲୋକସଭା ଆସନ ସହ  ୭ ବିଧାନସଭା କ୍ଷେତ୍ରରେ ବିଜେଡି ଏମ ଏଲ ଏମାନେ ବିଜୟୀ ହୋଇଥିଲେ। ବିଜେଡିର କିଛି ନେତାଙ୍କ ଅହଙ୍କାର ପାଇଁ ଗତ ନିର୍ବାଚନରେ ବିଜେଡି ଗଡ ଭାଙ୍ଗି ଜିଲ୍ଲାରେ ଛାରଖାର ହୋଇଗଲା। ରାଜ୍ୟରେ ବିଜେପି କ୍ଷମତାକୁ ଆସିବ ପରେ ଭଦ୍ରକ ଜିଲ୍ଲାରେ ବହୁ ବିଜେଡି ନେତା ଦଳ ଛାଡ଼ି ବିଜେପିରେ ମିଶିଛନ୍ତି। ଗତ  ଏକ ବର୍ଷ ତଳେ ବିଜେଡି ଦଳ ଛାଡ଼ିଥିଲେ ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ସାମଲଙ୍କ ପୁଅ  ଲୁଲୁ ସାମଲ। ପରେ ତାଙ୍କ ନେତୃତ୍ଵରେ ଜିଲ୍ଲାରେ  ୪ ଟି ବ୍ଲକର  ପଞ୍ଚାୟତ ସମିତି ଅଧ୍ୟକ୍ଷା ଓ ଅଧ୍ୟକ୍ଷମାନେ ବିଜେଡି ଛାଡ଼ି ବିଜେପିରେ  ମିଶିଥିଲେ।

ଭଦ୍ରକ  ବିଜେଡି ଦଳକୁ ନଷ୍ଟ କରିବାରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଚକ୍ରାନ୍ତ କରୁଛନ୍ତି

ବିଜେଡି ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ଓ   ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କୁ ଦଳରୁ ନିଲମ୍ବିତ କରିଥିବାରୁ ଏହାର ପ୍ରତିବାଦ କରାଯିବା ସହ ଆଜି ସମୂହ ବିଜେଡି ଦଳରୁ ବହୁ କର୍ମୀ  ବିଜେଡି  ଛାଡ଼ିଦେଇଛନ୍ତି । ସେହିପରି ଭଦ୍ରକର  ବିଜେଡିର ଜିଲ୍ଲା ସଭାପତି ଦାୟିତ୍ୱରେ ଜଗନ୍ନାଥ ସ୍ବାଇଁଙ୍କୁ ମଧ୍ୟ ଅନ୍ତର କରାଯାଇଥିଲା। ଏହିସବୁ ଘଟଣା ପଛରେ କିଛି କୁଚକ୍ରି ବିଜେଡି  ନେତାମାନେ ରହି ବିଜେଡି ଦକାକୁ ନଷ୍ଟ କରୁଛନ୍ତି ବୋଲି ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ  ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ସେହିପରି ମୁକ୍ତିକାନ୍ତ ତାଙ୍କ ପ୍ରତିକ୍ରିୟାରେ କହିଲେ ଭଦ୍ରକ ଜିଲ୍ଲା ବିଜେଡି ଦଳକୁ ନଷ୍ଟ କରିବାରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଚକ୍ରାନ୍ତ କରୁଛନ୍ତି।

 

 

 

 

ସୌଜନ୍ୟ ସମ୍ବାଦ