ଖବର ଅନୁଯାୟୀ, ମାମୁ-ଭଣଜା ଏକ ବାଇକ ଯୋଗେ ଜୁନାଗଡ଼କୁ କୌଣସି କାମରେ ଯାଉଥିଲେ । ଏହି ସମୟରେ ବୁଡ଼ିପଦର ଛକ ନିକଟରେ ଏକ ଅଜଣା ପିକ୍ଅପ୍ ଭ୍ୟାନ୍ ତାଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ ଘଟଣାସ୍ଥଳରେ ବାଇକରୁ ଦୁଇ ଜଣ ଛିଟ୍କି ପଡ଼ିଥିଲେ । ଏହାପରେ ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ସେମାନଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି ।

 ଅନ୍ୟପଟେ ଜୁନାଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଦୁର୍ଘଟଣାରେ ଦୁଇ ମୃତକ ହେଲେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଚିକ୍ଲି ଗାଁରେ ମୁକେଶ ନାଗ (୧୮) ଓ ମାଟିଗାଁର ମହେନ୍ଦ୍ର ନାଏକ (୧୩) ବୋଲି ଜଣାପଡିଛି।

ସୌଜନ୍ୟ Prameya News7