ହୋଟେଲରେ ଚାଲିଥିଲା ଜୁଆ ଆଡ୍ଡା, ରେଡ୍ କରି ୧୩ ଜଣଙ୍କୁ ଗିରଫ କଲା ପୋଲିସ

କଟକ: ବେଧଡ଼କ ଭାବେ ଚାଲିଥିଲା ଜୁଆ ଖେଳ। ତାହାବି ହୋଟେଲ ପରିସରର। ହେଲେ ଖବର ପାଇଁ ପଞ୍ଝା ମାରିଲା ପୋଲିସ। ଏକକାଳୀନ ୧୩ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ନଗଦ ୧୮ ଲକ୍ଷ ଟଙ୍କା ଜବତ କରିଛି କଟକ ମଙ୍ଗଳାବାଗ ଥାନା ପୋଲିସ। ଗିରଫ ଅଭିଯୁକ୍ତଙ୍କ ଭିତରୁ ଅନେକଙ୍କର ଅପରାଧିକ ରେକର୍ଡ ରହିଛି, ଯାହାର ତଦନ୍ତ ମଧ୍ୟ ଜାରି ରହିଛି।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏବେ ଆଇପିଏଲ ଚାଲିଛି ଏବଂ ଏଭଳି ଜୁଆ ଖେଳ ପଛରେ ଆଇପିଏଲ ବେଟିଂର ସମ୍ପର୍କ ଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି। ତେବେ ଏହି ଗିରଫ ଯୁବକଙ୍କ ଠାରୁ ୮ ଟି ଗାଡ଼ି, ତାସ୍ ଓ ଅଗଣିତ ଟୋକେନ ଜବତ କରିଛି ପୋଲିସ।

ସେପେଟ କଟକ ପୋଲିସ ଡିସିପ ଋିଷିକେଶ ଖିଲାରୀ କହିଛନ୍ତି, କିଛି ବର୍ଷ ହେଲା ହେଲା ସମ୍ଭ୍ରାନ୍ତ ବର୍ଗର ଲୋକେ ମଧ୍ୟ ଏହି ବେଆଇନ କାର୍ଯ୍ୟରେ ମାତିଛନ୍ତି। କଟକ ସହରର ବିଭିନ୍ନ ସ୍ଥାନରେ ଏଭଳି ବେଆଇନ କାର୍ଯ୍ୟ ଚାଲିଛି। ତେବେ ହୋଟେଲ ଭିତରୁ ଜୁଆଡ଼ି ଗିରଫ ହେବା ଏକ ନୂଆ ଘଟଣା। ଗିରଫ ଅଭିଯୁକ୍ତ ମାନଙ୍କ ଭିତରୁ ଅନେକଙ୍କର ଅପରାଧିକ ରେକର୍ଡ ରହିଛି। ତେଣୁ ଏକ ସ୍ପେଶାଲ ଟିମ ଏହା ଉପରେ ନଜର ରଖିଛି। ତଦନ୍ତ ଚାଲିଛି ଆଗକୁ ଅଧିକ କିଛି ତଥ୍ୟ ମିଳିବ ବୋଲି ଡିସିପି କହିଛନ୍ତି।

 

 

 

ସୌଜନ୍ୟ Prameya News7