ଜିଲ୍ଲାରାଜ୍ୟ

ଗୋତସ୍କରଙ୍କ ଗୁଳିମାଡ଼ ଘଟଣା, ପୋଖରୀ ଭିତରୁ ଡାକ୍ତରଙ୍କୁ ବାନ୍ଧିଲା ପୋଲିସ

ବୈଶିଙ୍ଗା,।୫(ରତନ ଦାଶ ): ମୟୂରଭଞ୍ଜ-ବାଲେଶ୍ୱର ସୀମାବର୍ତ୍ତୀ ବୈଶିଙ୍ଗା ଥାନା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଥିବା ଗୋମାଫିଆଙ୍କ ଗୁଳିମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଥିବା ସୂଚନା ମିଳିଛି । ଗତ ମଙ୍ଗଳବାର ରାତିରେ ଗୋମାଫିଆଙ୍କ ଗୁଳିମାଡ଼ର ଶିକାର ହୋଇ ଗୋରକ୍ଷକ ଯୁଗପୁରା ଅଞ୍ଚଳର ରମେଶ ବିଶ୍ୱାଳ ଚିକିତ୍ସାଧୀନ ଥିବାବେଳେ ଶନିବାର ବୈଶିଙ୍ଗା ପୋଲିସକୁ ମିଳିଥିଲା ପ୍ରାରମ୍ଭିକ ସଫଳତା। ପୋଲିସର ଏକାଧିକ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଉକ୍ତ ରାତି ଗୋତସ୍କରୀ ଓ ଗୁଳିକାଣ୍ଡ ଘଟଣାରେ ସମ୍ପୃକ୍ତ ୨ ଜଣ ଦୁର୍ବୁତ୍ତ ବାଲେଶ୍ୱର ସଦର ଥାନା ଅଧୀନ ଜଙ୍ଖରାଇ ଗ୍ରାମର ସେଖ୍ ନେହୁରର ପୁଅ ସେଖ୍ କେସିମୁଦ୍ଦିନ ଓ ଗୋବିନ୍ଦରାୟପୁର ଗ୍ରାମର ମଲ୍ଲିକ ଜେମାଲୁଦିନର ପୁଅ ମଲ୍ଲିକ ଖେଇରୁଦ୍ଦିନକୁ ପୁର୍ବରୁ ଗିରଫ କରିଥିବା ବେଳେ ଗୁରୁବାର ବିଶେଷ ସୂତ୍ରରୁ ଖବର ପାଇ ସେଇ ମୟୁରଭଞ୍ଜ-ବାଲେଶ୍ୱର ସୀମାବର୍ତ୍ତୀ ତାଳପଦା ଗ୍ରାମରୁ ଘଟଣାର ମୁଖ୍ୟ କୁହାଯାଉଥିବା ମଲ୍ଲିକ ଉସ୍ତାଦ ଓରଫ ଡାକ୍ତରକୁ ରାତି ନଅଟା ସମୟରେ ଗିରଫ କରିଛି ପୋଲିସ ।

ତେବେ ସୂଚନା ଅନୁଯାଇ ଡାକ୍ତରକୁ ଧରିବା ପାଇଁ ପୋଲିସକୁ ନାକେଦମ ହେବାକୁ ପଡିଥିଲା । ପୋଲିସକୁ ଦେଖି ଡାକ୍ତର ଚମ୍ପଟ ମାରିବାକୁ ବସିଥିବାବେଳେ ସବଇନ୍ସପେକ୍ଟର ସରୋଜ ଜେନା ଓ ଅନ୍ୟାନ୍ୟ କର୍ମଚାରୀ ମାନେ ପିଛା କରିଥିଲେ। ଶେଷରେ ଡାକ୍ତର ନିଜକୁ ବଞ୍ଚାଇବାକୁ ଯାଇ ଏକ ପୋଖରୀ ଭିତରକୁ ଡିଆଁ ମାରି ଖସିଯିବାକୁ ବସିଥିବାବେଳେ ପୋଲିସ ପାଣି ଭିତରେ ହିଁ ତାକୁ କାବୁ କରିଥିଲା। ପରେ ବୈଶିଙ୍ଗା ଡାକ୍ତରଖାନାରେ ଅଭିଯୁକ୍ତଙ୍କ ପ୍ରାଥମିକ ଚିକିତ୍ସା ପରେ ଅନ୍ୟ କୌଣସି ଅସାମାଜିକ କାର୍ଯ୍ୟକଳାପରେ ସମ୍ପୃକ୍ତି ରହିଛି କି ନାହିଁ ସେ ବାବଦରେ ପଚରାଉଚରା କରାଯାଉଥିବା ସୂଚନା ରହିଛି ।

 

 

 

ସୌଜନ୍ୟ ଧରିତ୍ରୀ

Show More
Back to top button