Laxmi Narayan Yoga May 2026: ଲକ୍ଷ୍ମୀ ନାରାୟଣ ଯୋଗ ୨୦୨୬, ମେ’ ଶେଷରେ ଚମକିବ ଭାଗ୍ୟ! ବୁଧ-ଶୁକ୍ର ମିଳନରୁ ଏହି ୪ଟି ରାଶି ଉପରେ ହେବ ଧନବର୍ଷା

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ୨୦୨୬ ମେ’ ମାସର ଶେଷ ସମୟ କିଛି ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଭାଗ୍ୟଶାଳୀ ସାବ୍ୟସ୍ତ ହେବାକୁ ଯାଉଛି। ପଞ୍ଚାଙ୍ଗ ମୁତାବକ, ଆସନ୍ତା ୨୯ ମେ’ ୨୦୨୬ରେ ଗ୍ରହମାନଙ୍କର ଏକ ମହାମିଳନ ଘଟିବାକୁ ଯାଉଛି। ଏହି ଦିନ ବୁଧ ଗ୍ରହ ମିଥୁନ ରାଶିରେ ପ୍ରବେଶ କରିବେ, ଯେଉଁଠାରେ ପୂର୍ବରୁ ହିଁ ଶୁକ୍ର ଗ୍ରହ ବିରାଜମାନ ଅଛନ୍ତି। ବୁଧ ଏବଂ ଶୁକ୍ରଙ୍କର ଏହି ଗତି ଯୋଗୁଁ ଏକ ଶୁଭ ରାଜଯୋଗ ସୃଷ୍ଟି ହେବ, ଯାହାକୁ ଜ୍ୟୋତିଷ ଶାସ୍ତ୍ରରେ ‘ଲକ୍ଷ୍ମୀ ନାରାୟଣ ରାଜଯୋଗ’ କୁହାଯାଏ।

କଣ ଏହି ଲକ୍ଷ୍ମୀ ନାରାୟଣ ରାଜଯୋଗ?

ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କୁ ବୁଦ୍ଧି, ବ୍ୟାପାର ଓ ବାଣୀଜ୍ୟର କାରକ କୁହାଯାଉଥିବା ବେଳେ ଶୁକ୍ରଙ୍କୁ ଧନ, ସୁଖ-ସମୃଦ୍ଧି ଓ ବୈଭବର ପ୍ରତୀକ କୁହାଯାଏ। ଯେତେବେଳେ ଏହି ଦୁଇ ଗ୍ରହ ଏକାଠି ଗୋଟିଏ ରାଶିରେ ଅବସ୍ଥାନ କରନ୍ତି, ସେତେବେଳେ ମା’ ଲକ୍ଷ୍ମୀ ଏବଂ ଭଗବାନ ନାରାୟଣଙ୍କ କୃପାରୁ ବ୍ୟକ୍ତିର ଜୀବନରେ ଆର୍ଥିକ ଉନ୍ନତି, ସଫଳତା ଓ କ୍ୟାରିୟର ଗ୍ରୋଥ୍ର ନୂଆ ରାସ୍ତା ଖୋଲିଯାଏ।

କେବେ ପର୍ଯ୍ୟନ୍ତ ରହିବ ଏହାର ପ୍ରଭାବ?

ଏହି ଶୁଭ ଯୋଗର ପ୍ରଭାବ କେବଳ ଗୋଟିଏ ଦିନ ପାଇଁ ସୀମିତ ରହିବ ନାହିଁ। ମେ’ ମଧ୍ୟଭାଗରୁ ଆରମ୍ଭ ହୋଇ ଜୁନ୍ର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଏହାର ପ୍ରଭାବ ବିଭିନ୍ନ ରାଶି ଉପରେ ଦେଖିବାକୁ ମିଳିବ। ତେବେ ୨୯ ମେ’ ପରେ ଏହା ସବୁଠାରୁ ଅଧିକ ମଜବୁତ ସ୍ଥିତିରେ ରହିବ।

ଏହି ୪ଟି ରାଶିର ହେବ ଭାଗ୍ୟୋଦୟ:

ମିଥୁନ ରାଶି: ଏହି ଯୋଗ ମିଥୁନ ରାଶିରେ ହିଁ ସୃଷ୍ଟି ହେଉଥିବାରୁ ଏହି ରାଶିର ବ୍ୟକ୍ତିମାନେ ସବୁଠାରୁ ଅଧିକ ଲାଭବାନ ହେବେ। କ୍ୟାରିୟରରେ ନୂଆ ସୁଯୋଗ, ପଦୋନ୍ନତି ବା Promotion ମିଳିପାରେ। ଆତ୍ମବିଶ୍ୱାସ ବଢ଼ିବ ଏବଂ ଦୀର୍ଘ ଦିନରୁ ଅଟକି ରହିଥିବା କାମ ସହଜରେ ପୂରଣ ହେବ।

ତୁଳା ରାଶି: ଆର୍ଥିକ ଦୃଷ୍ଟିରୁ ଏହି ସମୟ ଅତ୍ୟନ୍ତ ଶୁଭ। ପୁରୁଣା ନିବେଶରୁ ମୋଟା ଅଙ୍କର ଲାଭ ମିଳିବ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରହିବ ଏବଂ ପରିବାରରେ ହସଖୁସିର ମାହୋଲ ରହିବ।

କନ୍ୟା ରାଶି: ଚାକିରି ଏବଂ ବ୍ୟବସାୟ କରୁଥିବା ଲୋକଙ୍କୁ ହଠାତ୍ ଗୁପ୍ତ ଧନ ମିଳିବାର ଯୋଗ ରହିଛି। ଆପଣଙ୍କ ପରିଶ୍ରମର ଉଚିତ୍ ଫଳ ମିଳିବ ଏବଂ କ୍ୟାରିୟରକୁ ଏକ ନୂଆ ଦିଶା ମିଳିବ।

ସିଂହ ରାଶି: ସିଂହ ରାଶିର ବ୍ୟକ୍ତିଙ୍କ ପାଇଁ ସମୟ ସକରାତ୍ମକ ରହିବ। ସମାଜରେ ମାନ-ସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ପାଇବ। ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ପାଗ ଅନୁକୂଳ।

ଏହି କଥା ପ୍ରତି ରଖନ୍ତୁ ଧ୍ୟାନ:

ଜ୍ୟୋତିଷଙ୍କ ଅନୁଯାୟୀ, ଲକ୍ଷ୍ମୀ ନାରାୟଣ ଯୋଗ ଅତ୍ୟନ୍ତ ଶୁଭ ହୋଇଥିଲେ ମଧ୍ୟ ଏହି ସମୟରେ ଅତ୍ୟଧିକ ଆତ୍ମବିଶ୍ୱାସ (Overconfidence) କିମ୍ବା ଜଲଦବାଜିରେ କୌଣସି ବଡ଼ ନିଷ୍ପତ୍ତି ନେବାଠାରୁ ଦୂରେଇ ରୁହନ୍ତୁ। ଯେକୌଣସି ଆର୍ଥିକ କାରବାର କରିବା ପୂର୍ବରୁ ଭଲଭାବେ ଚିନ୍ତା କରିବା ଆବଶ୍ୟକ।

ସୌଜନ୍ୟ Prameya News7