ରାଜ୍ୟ

SCB: ପୁଣି ଅଗ୍ନିକାଣ୍ଡରୁ ବର୍ତ୍ତିଲା ଏସ୍‌ସିବି: ଅସ୍ଥାୟୀ ଟ୍ରମା ଆଇସିୟୁ ନିକଟରେ ସ୍ପାର୍କିଂ

କଟକ: ଏସ୍‌ସିବି ଡାକ୍ତରଖାନାରେ ପୁଣି ଏକ ଅଗ୍ନିକାଣ୍ଡ ଟଳି ଯାଇଛି। ସର୍ଜରି ବିଭାଗର ତଳ ମହଲାରେ ଗୁରୁବାର ଦିନ ପ୍ରାୟ ୧୨ଟା ୫୦ରେ ଇଲେକ୍ଟ୍ରି ବୋର୍ଡରେ ସ୍ପାର୍କିଂ ହୋଇଥିଲା। ଖବରପାଇ ଏସ୍‌ସିବି ଅଗ୍ନିଶମ ଟିମ୍ ସେଠାରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲା। ସର୍ଜରି ବିଭାଗର ଯେଉଁଠି ଅଗ୍ନିକାଣ୍ଡ ଘଟିଛି ସେଠି ଏସ୍‌ସିବି ଟ୍ରମା ଆଇସିୟୁର ଅସ୍ଥାୟୀ ଆଇସିୟୁ କାର୍ଯ୍ୟକାରୀ ହେଉଛି। ନିକଟରେ ଏସ୍‌ସିବି ଟ୍ରମା ଆଇସିୟୁ କୋଠାରେ ଅଗ୍ନିକାଣ୍ଡ ଘଟି ରୋଗୀ ମୃତ୍ୟୁ ଘଟଣା ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଏବେ ଅସ୍ଥାୟୀ ଟ୍ରମା ଆଇସିୟୁରେ ସ୍ପାର୍କିଂ ହେବା ଘଟଣା କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ାଇ ଦେଇଛି।

ଉଲ୍ଲେଖଯୋଗ୍ୟ ଯେ  ମାର୍ଚ୍ଚ ୧୫ ତାରିଖ ରାତି ପ୍ରାୟ ୨ଟା ୩୦ରେ ଏସ୍‌ସିବି ଟ୍ରମା ଆଇସିୟୁ କୋଠାରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୨ ଜଣ ରୋଗୀ ଜିଅନ୍ତା ଜଳିଯାଇଥିଲେ। ସର୍ଟ ସର୍କିଟ୍‌ ଯୋଗୁ ଏଭଳି ଅଘଟଣ ଘଟିଥିବା ବେଳେ ୧୮ ତାରିଖରେ ପୁଣି ଅଣଟ୍ରମା କାଜୁଆଲିଟିରେ ଥିବା ଏକ ସୁଇଚ୍‌ବୋର୍ଡରେ ସ୍ପାର୍କିଂ ହୋଇ ଅଗ୍ନିକାଣ୍ଡ ହୋଇଥିଲା। ଫଳରେ ମେ ୨୦ ତାରିଖରେ ସର୍ଜରି ବିଭାଗର ତଳ ମହଲାରେ ଅସ୍ଥାୟୀ ଭାବେ ୧୭ଟି ଟ୍ରମା ଆଇସିୟୁ ବେଡ୍‌ କାର୍ଯ୍ୟକ୍ଷମ ହୋଇଥିଲା। କିନ୍ତୁ ଏବେ ସେଠି ବି ସ୍ପାର୍କିଂ ହେବାରୁ ରୋଗୀଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି।

 

 

ସୌଜନ୍ୟ ସମ୍ବାଦ

Show More
Back to top button