ଜାତୀୟ

NEET re-examination: ନିଟ୍‌ ପୁନଃପରୀକ୍ଷା ପାଇଁ ସୁରକ୍ଷା କଡ଼ାକଡ଼ି: ୧୮ଟି ସ୍ଥାନକୁ ପ୍ରଶ୍ନପତ୍ର ପହଞ୍ଚାଇବ ବାୟୁସେନା

ନୂଆଦିଲ୍ଲୀ: ଆସନ୍ତା ଜୁନ୍‌ ୨୧ ତାରିଖରେ ନିଟ୍‌-ୟୁଜି ପୁନଃ ପରୀକ୍ଷା ହେବ। ନିଟ୍‌-ୟୁଜି ପୁନଃ ପରୀକ୍ଷା ପ୍ରକ୍ରିୟାକୁ ସୁରୁଖୁରୁରେ ସମ୍ପାଦନ କରିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଭାରତୀୟ ବାୟୁସେନା ମଧ୍ୟ ଏଥିରେ ସାମିଲ ହୋଇଛି। ମିଳିଥିବା ସୂଚନାନୁଯାୟୀ, ଭାରତୀୟ ବାୟୁ‌ସେନାର ଏମ୍ଆଇ-୧୭ ହେଲିକପ୍ଟର ଦେଶର ୧୮ଟି ସ୍ଥାନକୁ ପ୍ରଶ୍ନପତ୍ର ଏୟାର୍‌ଲିଫ୍ଟ କରିବ। ପ୍ରଶ୍ନପତ୍ର ପ୍ରଘଟ ହେବା ଘଟଣା ପରେ ନିଟ୍‌-ୟୁଜି ପରୀକ୍ଷା ବାତିଲ ହୋଇଥିଲା ଏବଂ ପୁନଃ ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଥିଲା।  ପୁନଃ ପରୀକ୍ଷା ପ୍ରକ୍ରିୟାରେ କୌଣସି ପ୍ରକାର ତ୍ରୁଟିକୁ ଏଡ଼ାଇବା ପାଇଁ କର୍ତ୍ତୃପକ୍ଷ ସର୍ବାଧିକ ସତର୍କତା ଓ ସମସ୍ତ ପ୍ରକାର ସୁରକ୍ଷା ପଦକ୍ଷେପ ଗ୍ରହଣ କରିଛନ୍ତି। ଏମ୍‌ଆଇ-୧୭ ହେଲିକପ୍ଟର ସିଲ୍‌ ‌ହୋଇଥିବା ପ୍ରଶ୍ନପତ୍ରକୁ ପ୍ରାୟ ୧୮ଟି ସ୍ଥାନରେ ପହଞ୍ଚାଇବା ପରେ ବିଭିନ୍ନ ପରୀକ୍ଷା କେନ୍ଦ୍ର ଓ ବିତରଣ କେନ୍ଦ୍ରକୁ ପଠାଯିବ। ନିଟ୍‌ ପ୍ରଶ୍ନପତ୍ର ପ୍ରଘଟ ହେବା ଘଟଣାକୁ ନେଇ ଚିନ୍ତା ପ୍ରକଟ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି।

୧୮ଟି ସ୍ଥାନକୁ ପ୍ରଶ୍ନପତ୍ର ପହଞ୍ଚାଇବ ବାୟୁସେନା

ଜୁନ୍‌ ୨୧ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ରେ ପ୍ରଶ୍ନପତ୍ର ପ୍ରସ୍ତୁତକର୍ତ୍ତା

ଅନ୍ୟପକ୍ଷେ ନିଟ୍‌-ୟୁଜି ପୁନଃ ପରୀକ୍ଷା ପାଇଁ ଯେଉଁମାନେ ପ୍ରଶ୍ନପତ୍ର ପ୍ରସ୍ତୁତ କରିଛନ୍ତି, ସେମାନଙ୍କୁ ଜୁନ୍‌ ୨୧ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ରେ ରଖାଯାଇଛି।  ନିଟ୍‌-ୟୁଜି ପ୍ରଶ୍ନପତ୍ର ପ୍ରସ୍ତୁତ କରିଥିବା ବିଶେଷଜ୍ଞ ଦଳ ଜୁନ୍‌ ୨୧ ପର୍ଯ୍ୟନ୍ତ ମୋବାଇଲ ଫୋନ୍‌, ଲାପ୍‌ଟପ୍‌, ସ୍ମାର୍ଟୱାଚ୍‌, ଇଣ୍ଟର୍‌ନେଟ୍‌ ବ୍ୟବହାର କରିପାରିବେନି କି ବାହାରକୁ ଯାଇପାରିବେନି। ଦେଶରେ କୌଣସି  ପରୀକ୍ଷା ପାଇଁ ପ୍ରଥମ ଥର ଏଭଳି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

 

 

ସୌଜନ୍ୟ Prameya News7

Show More
Back to top button