ଦେଶ ବିଦେଶ

ED Summons: ମନି ଲଣ୍ଡରିଂ ମାମଲାରେ ପିନାରାଇ ବିଜୟନଙ୍କ ଝିଅ ବୀଣାଙ୍କୁ ଇଡି ସମନ: ଶୁକ୍ରବାର ହେବେ ହାଜର

ତିରୁବନନ୍ତପୁରମ୍: ଆର୍ଥିକ କାରବାର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ କେରଳ ବିଧାନସଭାରେ ବିରୋଧୀ ଦଳ ନେତା ପିନାରାଇ ବିଜୟନଙ୍କ ଝିଅ ବୀଣା ବିଜୟନଙ୍କୁ ସମନ ଜାରି କରିଛି। ସୂତ୍ର ଅନୁସାରେ ମନି ଲଣ୍ଡରିଂ ମାମଲାରେ ଏଜେନ୍ସି ଶୁକ୍ରବାର ଦିନ ବୀଣା ବିଜୟନଙ୍କୁ ପଚରାଉଚରା ପାଇଁ ଏହାର କୋଚି କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି। ସୂତ୍ର ଅନୁସାରେ, ବୀଣା ଏବଂ କୋଚିନ୍ ମିନେରାଲ୍ସ ଆଣ୍ଡ ରୁଟାଇଲ୍ ଲିମିଟେଡ୍ (ସିଏମଆର୍‌ଏଲ୍‌) ସହିତ ଜଡିତ ଅଧିକାରୀମାନଙ୍କ ସମେତ ନଅ ଜଣଙ୍କୁ ସମନ ଜାରି କରାଯାଇଛି।

ଲୋକଙ୍କୁ ପଚରାଉଚରା କରାଯିବାର ସମ୍ଭାବନା ରହିଛି

ଏହି ମାମଲା ବୀଣାଙ୍କ ମାଲିକାନାରେ ଥିବା ଏକ୍ସାଲୋଜିକ୍, ଖଣିଜ କମ୍ପାନି କୋଚିନ୍ ମିନେରାଲ୍ସ ଏବଂ ରୁଟାଇଲ୍ ଲିମିଟେଡ୍ ଦ୍ୱାରା ନିଯୁକ୍ତ ଏକ ଆଇଟି ଫାର୍ମ ମଧ୍ୟରେ ହୋଇଥିବା କଥିତ ଠକେଇ କାରବାର ସହିତ ଜଡିତଥିବା ଅଭିଯୋଗ ହୋଇଛି। ବୀଣା ବିଜୟନ, ଏକ୍ସାଲୋଜିକ୍ ଏବଂ ଅନ୍ୟ ମାମଲା ସହିତ ଜଡିତ ହୋଇଥିବା ଅଭିଯୋଗ ଆଧାରରେ ଅନେକ ସ୍ଥାନରେ ଇଡି ପକ୍ଷରୁ ତଲାସି କରାଯିବାର କିଛି ଦିନ ପରେ ଏବେ ସବନ ଜାରି କରାଯାଇଛି। ସୂତ୍ର ଅନୁଯାୟୀ ତଦନ୍ତର ଅଂଶ ସ୍ୱରୂପ ଇଡି ପୂର୍ବରୁ ଯଥେଷ୍ଟ ଡକ୍ୟୁମେଣ୍ଟାରୀ, ଡିଜିଟାଲ୍ ଏବଂ ଆର୍ଥିକ ପ୍ରମାଣ ସଂଗ୍ରହ କରିସାରିଛି। ଚଢାଉ ସମୟରେ ଜବତ ହୋଇଥିବା ଡକ୍ୟୁମେଣ୍ଟ ଏବଂ ଡିଜିଟାଲ୍ ପ୍ରମାଣ ସହିତ ସମନ ଜାରି ହୋଇଥିବା ଲୋକଙ୍କୁ ପଚରାଉଚରା କରାଯିବାର ସମ୍ଭାବନା ରହିଛି। ଏହାକୁ ନେଇ ରାଜ୍ୟର ବାମପନ୍ଥୀ ଦଳ ଅଭିଯୋଗ କରିଛି ଯେ, ବୀଣା ବିଜୟନଙ୍କ ବିରୋଧରେ ମାମଲା ରାଜନୈତିକ ପ୍ରତିଶୋଧ ଆଧାରରେ ନିଆଯାଉଛି।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button