ରାଜ୍ୟ

Bhubaneswar: ଶାସ୍ତ୍ର ବିଶ୍ବବିଦ୍ୟାଳୟରେ ବି ଟେକ୍‌ ପାଇଁ ୫ ନୂଆ ସ୍ପେସାଲାଇଜେସନ୍‌

ଶାସ୍ତ୍ର ବିଶ୍ବବିଦ୍ୟାଳୟ ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷରୁ ବି ଟେକ୍ ପାଠ୍ୟକ୍ରମ ପାଇଁ ୫ଟି ନୂଆ ମାଇନର୍‌ ସ୍ପେସାଲାଇଜେସନ୍‌ ପ୍ରଦାନ କରାଯିବ। ବିଶ୍ବବିଦ୍ୟାଳୟର ୫୦ତମ ଏକାଡେମିକ କାଉନ୍ସିଲ୍ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି।

ଭୁବନେଶ୍ବର: ଶାସ୍ତ୍ର ବିଶ୍ବବିଦ୍ୟାଳୟ ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷରୁ ବି ଟେକ୍ ପାଠ୍ୟକ୍ରମ ପାଇଁ ୫ଟି ନୂଆ ମାଇନର୍‌ ସ୍ପେସାଲାଇଜେସନ୍‌ ପ୍ରଦାନ କରାଯିବ। ବିଶ୍ବବିଦ୍ୟାଳୟର ୫୦ତମ ଏକାଡେମିକ କାଉନ୍ସିଲ୍ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ସେହି ସ୍ପେସାଲାଇଜେସନ୍‌ ହେଉଛି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ବିଜନେସ୍ ଆଣ୍ଡ୍‌ ଇଣ୍ଡଷ୍ଟ୍ରି ଆନାଲିସିସ୍, ସଷ୍ଟେନେବିଲିଟି ଆଣ୍ଡ୍‌ ସୋସିଆଲ୍ ଇଞ୍ଜିନିୟରିଂ, ପ୍ରୋଜେକ୍ଟ ଆଣ୍ଡ ସପ୍ଲାଇ ଚେନ୍ ମ୍ୟାନେଜମେଣ୍ଟ ଓ ଇକୋନୋମିକ୍ସ ଆଣ୍ଡ୍‌ ଲ’। ବିଶ୍ବବିଦ୍ୟାଳୟର କୁଳପତି ଡ. ଏସ୍ ବୈଦ୍ୟସୁବ୍ରମଣ୍ୟମ କହିଛନ୍ତି ଯେ ଏହି ମାଇନର ସ୍ପେସାଲାଇଜେସନ୍ ଅଣ-ସିଏସ୍‌ଇ ଛାତ୍ରଛାତ୍ରୀଙ୍କ ପାଇଁ ବ୍ୟାପକ ସୁଯୋଗ ଏବଂ ସିଏସ୍‌ଇ ଛାତ୍ରଛାତ୍ରୀଙ୍କୁ ଏଣ୍ଟରପ୍ରାଇଜ୍ ମ୍ୟାନେଜମେଣ୍ଟର କିଛି ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ଷେତ୍ରରେ ବିଶେଷଜ୍ଞତା ପ୍ରଦାନ କରିବ।

ଏଆଇ ମାଇନର ସ୍ପେସାଲାଇଜେସନ୍‌କୁ ଆଇଆଇଟି ରୋପାର ସହଯୋଗରେ ଭାଇବ୍ ନାମକ ଏକ ନୂତନ ମୁକ୍ ପ୍ଲାଟଫର୍ମ ମାଧ୍ୟମରେ ଅନ୍‌ଲାଇନ୍ ମୋଡ୍‌ରେ ପ୍ରଦାନ କରାଯିବ। ଆଇଆଇଟି ବମ୍ବେ, ମାଡ୍ରାସ, ରୋପାର, ଆଇଏମ୍‌ଏସ୍‌ସିର ବିଶେଷଜ୍ଞ ଓ ଶାସ୍ତ୍ରର ବରିଷ୍ଠ ଅଧ୍ୟାପକମାନଙ୍କୁ ନେଇ ଗଠିତ ଏହି ପରିଦେ ବି.କମ୍‌, ବିବିଏ, ବିସିଏ ଓ ବିଏ (ଇକୋନୋମିକ୍ସ ଆଣ୍ଡ୍‌ ପବ୍ଲିକ ପଲିସି) ପାଇଁ ଆପ୍ରେଣ୍ଟିସସିପ୍-ଏମ୍ବେଡେଡ୍ ଡିଗ୍ରି ପ୍ରୋଗ୍ରାମ (ଆରମ୍ଭ କରିବାକୁ ମଧ୍ୟ ଅନୁମୋଦନ ଦେଇଛନ୍ତି। ତାହା ସୁନ୍ଦରମ ଫାଇନାନ୍ସ, ଶ୍ରୀରାମ କ୍ୟାପିଟାଲ୍‌, ସିଟି ୟୁନିଅନ ବ୍ୟାଙ୍କ, ସୁନ୍ଦରମ ହୋମ୍‌, ଗାଲାକ୍ସି ଇନ୍‌ସ୍ୟୁରାନ୍ସ ଭଳି ଶିଳ୍ପ ସହଭାଗୀମାନଙ୍କ ସହିତ ମିଳିତ ଭାବେ ପ୍ରଦାନ କରାଯିବ।

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button