Salman Khan: ସଲମାନଙ୍କ ସହିତ କାମ କରିବାର ଅନୁଭବ ଖୁବ ନିଆରା: ମହିଳା କୋରିଅଗ୍ରାଫର୍
ଶିବାନୀ ଖାନ୍ ବଲିଉଡର ଜଣାଶୁଣା କୋରିଅଗ୍ରାଫର୍ ମଧ୍ୟରୁ ଜଣେ। ସେ ବଲିଉଡ ସୁପରଷ୍ଟାର ସଲମାନଖାନଙ୍କ ଜଣେ ପ୍ରିୟ ବ୍ୟକ୍ତି। ପିଲାଟି ଦିନରୁ ଡାକ୍ତର ହେବାର ସ୍ବପ୍ନ ଦେଖିଥିବା ଶିବାନୀ ପରିସ୍ଥିତିରେ ପଡ଼ି ସିନେମା ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ।

ମୁମ୍ବାଇ: ଶିବାନୀ ଖାନ୍ ବଲିଉଡର ଜଣାଶୁଣା କୋରିଅଗ୍ରାଫର୍ ମଧ୍ୟରୁ ଜଣେ। ସେ ବଲିଉଡ ସୁପରଷ୍ଟାର ସଲମାନଖାନଙ୍କ ଜଣେ ପ୍ରିୟ ବ୍ୟକ୍ତି। ପିଲାଟି ଦିନରୁ ଡାକ୍ତର ହେବାର ସ୍ବପ୍ନ ଦେଖିଥିବା ଶିବାନୀ ପରିସ୍ଥିତିରେ ପଡ଼ି ସିନେମା ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ। ପରିବାରର ଆର୍ଥିକ ସମସ୍ୟାକୁ ଦୃଷ୍ଟିରେ ରଖି ଖୁବ କମ୍ ବୟସରୁ ସେ ଏ ସିନେ-ଶିଳ୍ପରେ କାମ କରିବା ଆରମ୍ଭ କରିଥିଲେ।। ପ୍ରଥମେ ଗଣେଶ ଆଚାର୍ୟଙ୍କ ସହ କାମ ଆରମ୍ଭ କରିଥିଲେ।
ନିକଟରେ ଶିବାନୀ ଏକ ସାକ୍ଷାତକାରରେ ଯୋଗ ଦେଇଥିଲେ। ଏଥିରେ ସେ ସଲମାନଙ୍କ ସହ କାମ କରିବାକୁ ପସନ୍ଦ କରିବା ସହ ସୁରକ୍ଷିତ ଅନୁଭବ କରନ୍ତି ବୋଲି ସମସ୍ତଙ୍କ ସମ୍ମୁଖରେ ସ୍ପଷ୍ଟ ଭାବେ କହିଛନ୍ତି। କାଷ୍ଟିଙ୍ଗ୍ କାଉଚ୍ ବିଷୟରେ ଆଲୋଚନା କରି ଶିବାନୀ କହିଛନ୍ତି, ‘ ଖୁବ୍ କମ୍ ବୟସରୁ ମୁଁ ଏପରି ପରିସ୍ଥିତିର ସମ୍ମୁଖୀନ ହୋଇଛି। ହେଲେ ସବୁବେଳେ ନିଜକୁ ପ୍ରତିଟି ପରିସ୍ଥିତିରେ ସୁରକ୍ଷିତ ରଖିବାକୁ ଚେଷ୍ଟା କରିଛି। ଲୋକଙ୍କ ଖରାପ ଦୃଷ୍ଟିରୁ ନିଜକୁ ରକ୍ଷା କରିବା ପାଇଁ ମୁଁ ମୋ ପୋଷାକ ପରିଧାନ ପରିବର୍ତ୍ତନ କରିଥିଲା। ମୋ ମା’ ସର୍ବଦା ମୋତେ ଗୋଟେ କଥା କହୁଥିଲା। ଭୋକରେ ରହିଯିବୁ କିନ୍ତୁ ଭୁଲ ରାସ୍ତାରେ ପାଦ ଦେବୁ ନାହିଁ। ମୋର ଗୋଟିଏ କଥା ଯେକୌଣସି କ୍ଷେତ୍ର ହେଉ ନା କାହିଁକି ଯେଉଁ ଯୁବତୀମାନେ ମି ଠୁର ଶିକାର ହେଉଛନ୍ତି ସେମାନେ ତୁରନ୍ତ ସ୍ବରଉତ୍ତୋଳନ କରନ୍ତୁ। ବିଳମ୍ବରେ କଲେ କିଛି ଲାଭ ମିଳିବ ନାହିଁ। ଓଲଟି ଲୋକେ ଚରିତ୍ର ଉପରେ ଆଙ୍ଗୁଳି ଉଠାଇବେ। ମୋ ମତରେ ଭୁଲ କରନ୍ତୁ ନାହିଁ କି ଭୁଲକୁ ପ୍ରସୟ ଦିଅନ୍ତୁ ନାହିଁ।’
ସୌଜନ୍ୟ ସମ୍ବାଦ




