ଜିଲ୍ଲାରାଜ୍ୟ

chariot construction: ରଥ କାମ ଅଧାରୁ ବନ୍ଦ କଲେ ବିଶ୍ବକର୍ମା ମହାରଣା

ବିବାଦ ପାଇଁ ରଥଖଳାରେ ରଥ ନିର୍ମାଣ କାମ ଅଧାରୁ ବନ୍ଦ କଲେ ତିନି ରଥର ବିଶ୍ୱକର୍ମା ମହାରଣା। ସ୍ଵତ୍ଵଲିପି ଆଧାରରେ ମହାରଣାଙ୍କ ଖେଇକୁ ନେଇ ବିବାଦ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ ରଥ ନିର୍ମାଣ କାମ ।

ପୁରୀବିବାଦପାଇଁ ରଥ କାମ ଅଧାରୁ ବନ୍ଦ କଲେ ତିନି ରଥର ବିଶ୍ବକର୍ମା ମହାରଣା । ରଥଖଳାରେ ରଥ ନିର୍ମାଣ ବନ୍ଦ କଲେ ରଥ ବିଶ୍ୱକର୍ମା ମହାରଣା । ସ୍ଵତ୍ଵଲିପି ଆଧାରରେ ମହାରଣାଙ୍କ ଖେଇକୁ ନେଇ ହୋଇଛି ବିବାଦ। ଚିରଟ କାଠ, ଖେଇକୁ ନେଇ ବିବାଦ ଦେଖାଦେଇଛି । ପ୍ରତ୍ୟେକ ଦିନ ସକାଳ ୮ ଟାରୁ ୯ଟା ମଧ୍ୟରେ ଉପସ୍ଥାନ ଦେଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରନ୍ତି ମହାରଣା ଓ ଅନ୍ୟ ସେବକ । ଆଜି ୫୮ ଦିନରେ ରଥ କାର୍ଯ୍ୟ ପହଁଚିଛି । ତେବେ ଆଜି ବର୍ତ୍ତମାନ ପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ ରଥ ନିର୍ମାଣକାମ ।

ସମାଧାନ ନହେବା ଯାଏଁ କାମ ଆରମ୍ଭ ନ କରିବାକୁ ଚେତାବନୀ

ରଥ ତତ୍ତ୍ୱବାଧାରକ ଆସି  ବିଶ୍ଵକର୍ମା ସେବକଙ୍କ ସହ ଆଲୋଚନା କରିଥିଲେ ବି ନିଜ ଜିଦ୍‌ରେ ଅଟଳ ରହିଛନ୍ତି ତିନି ରଥର ମୁଖ୍ୟ ମହାରଣା । ସମାଧାନ ନହେବା ଯାଏଁ କାମ ଆରମ୍ଭ ନ କରିବାକୁ ଚେତାବନୀ ଦେଇଛନ୍ତି ।ମହାରଣାଙ୍କ କହିବା ଅନୁସାରେ ସ୍ଵତ୍ଵଲିପି ଅନୁଯାୟୀ ସେମାନେ ୪ ଫୁଟ ରୁ କମ୍ ବଳକା କାଠ ସେମାନେ ଖେଇ ବା ପ୍ରାପ୍ୟ ହିସାବରେ ନେଇଥାନ୍ତି । କିନ୍ତୁ ଚିରଟ କାଠରେ ଯେକୌଣସି ମାପ ବଳକା କାଠକୁ ନେଇଥାନ୍ତି ମହାରଣା । ତେବେ ଏହା ନନେବାକୁ ବାରଣ କରି ଶ୍ରୀମନ୍ଦିର ପ୍ରଶାସନ ନୋଟିସ୍ ଜାରି କରିବା ପରେ ଦେଖାଦେଇଛି ବିବାଦ ।

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button