ଜିଲ୍ଲାରାଜ୍ୟ

Fake DFO: ଠକେଇ ଅଭିଯୋଗରେ ନକଲି ଡିଏଫଓ ଗିରଫ

ଜେଲ୍‌ରେ ଥିବା ପୁଅକୁ ଛଡ଼ାଇ ଦେବା ଆଶ୍ୱାସନା ଦେଇ ଜଣେ ମହିଳାଙ୍କ ଠାରୁ ଟଙ୍କା ଆଦାୟ କରିଥିବା ଅଭିଯୋଗରେ କୋରେଇ ଥାନାରେ ଏକ ମାମଲା ରୁଜୁ ହୋଇଛି।ଏହି ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

କୋରେଇ: ଜେଲ୍‌ରେ ଥିବା ପୁଅକୁ ଛଡ଼ାଇ ଦେବା ଆଶ୍ୱାସନା ଦେଇ ଜଣେ ମହିଳାଙ୍କ ଠାରୁ ଟଙ୍କା ଆଦାୟ କରିଥିବା ଅଭିଯୋଗରେ କୋରେଇ ଥାନାରେ ଏକ ମାମଲା ରୁଜୁ ହୋଇଛି। ଏହି ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

ପ୍ରାପ୍ତ ସୂଚନା ଅନୁଯାୟୀ, କୋରେଇ ଥାନା ଅନ୍ତର୍ଗତ ଚନ୍ଦାମା ଗ୍ରାମର ପ୍ରଭାତୀ ସାହୁ ଥାନାରେ ଲିଖିତ ଅଭିଯୋଗଦେଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଫଜଲପୁର ଗ୍ରାମର ଅବିନାଶ ସାହୁ ତାଙ୍କ ପୁଅକୁ ଜେଲ୍‌ରୁ ମୁକ୍ତ କରାଇଦେବା କହି ପୂର୍ବରୁ ତାଙ୍କ ଠାରୁ ୧ ଲକ୍ଷ ୪୦ ହଜାର ଟଙ୍କା ନେଇଥିଲେ।
ମହିଳାଙ୍କ ଅଭିଯୋଗ ଅନୁଯାୟୀ, ଟଙ୍କା ଦେବା ସତ୍ତ୍ୱେ ମଧ୍ୟ ତାଙ୍କ ପୁଅ ଏପର୍ଯ୍ୟନ୍ତ ଜେଲ୍‌ରୁ ଛାଡ଼ ପାଇନାହାନ୍ତି। ଏହା ସତ୍ତ୍ୱେ ଅଭିଯୁକ୍ତ ପୁଣିଥରେ ଅଧିକ ଟଙ୍କା ଦାବି କରୁଥିବା ସହ ଟଙ୍କା ନ ଦେଲେ ଗୁଣ୍ଡା ଲଗାଇ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି।
ଏହି ଅଭିଯୋଗ ଆଧାରରେ କୋରେଇ ଥାନା ପକ୍ଷରୁ ଭାରତୀୟ ନ୍ୟାୟ ସଂହିତା (BNS) ର 318(4), 316(5) ଓ 351(2) ଧାରାରେ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତ ଜଣକ ନିଜକୁ ଜଣେ ଡିଏଫଓ ଭାବେ ପରିଚୟ ଦେଇ ଅନେକ ଲୋକଙ୍କୁ ଠକିଥିବା ପୁଲିସ ଜାଣିବାକୁ ପାଇଛି l ପୁଲିସ ପ୍ରଶାସନର ବହୁ ବରିଷ୍ଠ ଅଧିକାରୀଙ୍କ ସହିତ ଫୋଟୋ ଉଠାଇବା ସହିତ କିଛିଦିନ ତଳେ ହୋଇଥିବା ରାଷ୍ଟ୍ରପତିଙ୍କ ଯାଜପୁର ଗସ୍ତରେ ମଧ୍ୟ ସାମିଲ ହୋଇଥିଲା l

ମାମଲାର ତଦନ୍ତ ଜଣେ ସବ୍-ଇନ୍ସପେକ୍ଟରଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା କୋରେଇ ପୁଲିସ ସୂଚନା ଦେଇଛି। ଏହି ଘଟଣା ପରେ ଜେଲ୍‌ରୁ ଛଡ଼ାଇଦେବା ନାଁରେ ଟଙ୍କା ଆଦାୟ କରିବା ପଛରେ କେଉଁ ଚକ୍ର କାମ କରୁଛି, ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।  ତଦନ୍ତ ପରେ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି କୋରେଇ ଥାନାଧିକାରୀ ରାକେଶ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି l

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button