Sanchita Ugale: ଭାଇରାଲ ହେଉଛି ସଞ୍ଚିତାଙ୍କ ଶେଷ ଇନଷ୍ଟାଗ୍ରାମ ପୋଷ୍ଟ, ୟୁଜର୍ସ କହିଲେ- ବିଶ୍ଵାସ କରିପାରୁନି…

ମୁମ୍ଵାଇ ୧୬।୦୬; ‘କୁମକୁମ୍ ଭାଗ୍ୟ’ ଏବଂ ‘ଅଗଲେ କି ଦୁନିଆ’ ଭଳି ଶୋ’ ପାଇଁ ଜଣାଶୁଣା ଅଭିନେତ୍ରୀ ସଞ୍ଚିତା ଉଗାଲେ। ଜୁନ୍ ୧୪ ତାରିଖ ଦିନ ୨୨ ବର୍ଷ ବୟସରେ ଆତ୍ମହତ୍ୟା କରିଥିଲା। ତାଙ୍କର ଦୁଃଖଦ ମୃତ୍ୟୁ ଇଣ୍ଟରନେ ଆଶ୍ଚର୍ଯ୍ୟ କରିଦେଇଛି। ତାଙ୍କ ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଅପଲୋଡ୍ ହୋଇଥିବା ତାଙ୍କର ଶେଷ ଇନଷ୍ଟାଗ୍ରାମ୍ ପୋଷ୍ଟର କମେଣ୍ଟ ବକ୍ସରେ ୟୁଜର୍ସମାନେ ମେସେଜ୍ ଭରି ଦେଉଛନ୍ତି।
ସଞ୍ଚିତା ଉଗାଲେ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ଥିଲେ ଏବଂ ଇନଷ୍ଟାଗ୍ରାମରେ ତାଙ୍କର ୧୪୦,୦୦୦ ରୁ ଅଧିକ ଫଲୋଅର୍ସ ଥିଲେ। ଆତ୍ମହତ୍ୟା କରିବାର କିଛି ଘଣ୍ଟା ପୂର୍ବରୁ ସେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ଭିଡିଓ ପୋଷ୍ଟ କରିଥିଲେ। ଭିଡିଓରେ, ସେ ହସି ହସି ଏବଂ ଖୁସି ଦେଖାଯାଉଥିଲେ, ଗୋଲାପୀ ପୋଷାକ ପିନ୍ଧିଥିଲେ, ପ୍ରସିଦ୍ଧ ଗୀତ ‘ଡାଫଲି ୱାଲେ ଡାଫଲି ବାଜା’ ସହିତ ଲିପ୍-ସିଙ୍କିଂ କରୁଥିଲେ।
ସଞ୍ଚିତାଙ୍କ ଶେଷ ଭିଡିଓରେ ଏତେ ଖୁସି ଦେଖି ପ୍ରଶଂସକମାନେ ବିଶ୍ୱାସ କରି ପାରୁ ନାହାନ୍ତି କି ଏତେ କଷହ୍ଟରେ ଥିଲେ ଓ ଶେଷରେ ଆତ୍ମହତ୍ୟା କରିଥିଲେ। ଲୋକମାନେ ତାଙ୍କ ଶେଷ ପୋଷ୍ଟ ଉପରେ ଲଗାତାର ମନ୍ତବ୍ୟ ଦେଉଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, “ତାଙ୍କୁ ଦେଖନ୍ତୁ… ସେ ଆତ୍ମହତ୍ୟା କିପରି କଲେ ସେ ବହୁତ ଖୁସି ଦେଖାଯାଉଛନ୍ତି।” ଆଉ ଜଣେ ଲେଖିଛନ୍ତି “ସେ ତାଙ୍କ ଜୀବନକୁ ଉପଭୋଗ କରୁଥିଲେ।” ଏହି ସମୟରେ, କିଛି ପ୍ରଶଂସକ ଲେଖିଛନ୍ତି, “ଦିଦି, ଆମେ ଆପଣଙ୍କୁ ବହୁତ ମନେ ପକାଇବୁ; ଆପଣ ବହୁତ ଶୀଘ୍ର ଚାଲିଗଲେ।
ଘଟଣାଟି କଣ ?
ପୋଲିସ ଅନୁଯାୟୀ, ଘଟଣାଟି ଜୁନ୍ ୧୪ ତାରିଖ ସନ୍ଧ୍ୟାରେ ନାଲାସୋପାରା ପୂର୍ବର ଆଚୋଲେ ଗାଁରେ ଥିବା ସଂଚିତାଙ୍କ ଘରେ ଘଟିଥିଲା। ଆଚୋଲେ ପୋଲିସ ଷ୍ଟେସନର ସହକାରୀ ପୋଲିସ ଇନ୍ସପେକ୍ଟର ବିନୋଦ ବାଗ୍ କହିଛନ୍ତି ଯେ ସଂଚିତା ତାଙ୍କ ଶୟନ କକ୍ଷରେ ନିଜକୁ ବନ୍ଦ କରି ରଖିଥିଲେ। ସନ୍ଧ୍ୟା ୭:୦୦ ରୁ ସନ୍ଧ୍ୟା ୭:୩୦ ମଧ୍ୟରେ ସେ ଶାଢ଼ି ବ୍ୟବହାର କରି ସିଲିଂ ଫ୍ୟାନରେ ଝୁଲି ପଡିଥିଲେ। ତାଙ୍କ ପରିବାର ଏବଂ ପଡ଼ୋଶୀମାନେ ତାଙ୍କୁ ହସ୍ପିଟାଲକୁ ନେଇଯାଇଥିଲେ, କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ବିଷୟରେ ସୂଚନା ପାଇବା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା।
ସୌଜନ୍ୟ Prameya News7




