ଦେଶ ବିଦେଶବାଣିଜ୍ୟ

FTA: ଜୁଲାଇ ୧୫ରୁ ଲାଗୁ ହେବ ଭାରତ-ବ୍ରିଟେନ ମୁକ୍ତ ବାଣିଜ୍ୟ ଚୁକ୍ତି, ଦ୍ୱିପାକ୍ଷିକ କାରବାର ୩୪ ବିଲିୟନ ଡଲାରକୁ ବୃଦ୍ଧି ପାଇବ

ବିଶ୍ୱରେ ଜାରି ରହିଥିବା ବାଣିଜ୍ୟିକ ଅସ୍ଥିରତା ମଧ୍ୟରେ ଭାରତ ଏବଂ ବ୍ରେଟନ୍ ସଂପର୍କ ଗୁରୁତ୍ୱପୂର୍ଣ୍ଣ ମୋଡରେ ପହଞ୍ଚିଛି । ଭାରତ ଏବଂ ବ୍ରିଟେନ ମଧ୍ୟରେ ବହୁ ପ୍ରତୀକ୍ଷିତ ମୁକ୍ତ ବ୍ୟାପାର ଚୁକ୍ତି (FTA) ଆସନ୍ତା ଜୁଲାଇ ୧୫ରୁ କାର୍ଯ୍ୟକାରୀ ହେବ ।

ନୂଆଦିଲ୍ଲୀ: ବିଶ୍ୱରେ ଜାରି ରହିଥିବା ବାଣିଜ୍ୟିକ ଅସ୍ଥିରତା ମଧ୍ୟରେ ଭାରତ ଏବଂ ବ୍ରେଟନ୍ ସଂପର୍କ ଗୁରୁତ୍ୱପୂର୍ଣ୍ଣ ମୋଡରେ ପହଞ୍ଚିଛି । ଭାରତ ଏବଂ ବ୍ରିଟେନ ମଧ୍ୟରେ ବହୁ ପ୍ରତୀକ୍ଷିତ ମୁକ୍ତ ବ୍ୟାପାର ଚୁକ୍ତି (FTA) ଆସନ୍ତା ଜୁଲାଇ ୧୫ରୁ କାର୍ଯ୍ୟକାରୀ ହେବ । ଏହି ବ୍ୟବସାୟିକ ଚୁକ୍ତି ଦ୍ୱାରା ଦୁଇ ଦେଶ ମଧ୍ୟରେ ବାର୍ଷିକ ଦ୍ୱିପାକ୍ଷିକ ବ୍ୟାପାର ପ୍ରାୟ ୨୫.୫ ବିଲିୟନ ୟୁରୋ (ପ୍ରାୟ 34 ବିଲିୟନ ଆମେରିକୀୟ ଡଲାର) ବୃଦ୍ଧି ପାଇବାର ସମ୍ଭାବନା ରହିଛି । ବ୍ରିଟେନ ସରକାର ଏହି ଐତିହାସିକ ଚୁକ୍ତିର ଔପଚାରିକ ଘୋଷଣା କରିବା ସହ ବ୍ୟବସାୟଗୁଡ଼ିକୁ ନୂଆ ନିୟମ ଅନୁସାରେ ପ୍ରସ୍ତୁତ ହେବା ପାଇଁ ୨୮ ଦିନର ସମୟ ଦେଇଛନ୍ତି ।

ଭାରତୀୟ ସାମଗ୍ରୀ ଉପରୁ ହଟିବ ଟିକସ

ବ୍ରିଟେନର ଖାଉଟିଙ୍କୁ ଏହି ଚୁକ୍ତି ଦ୍ୱାରା ବଡ଼ ଆଶ୍ୱସ୍ତି ମିଳିବ । ଭାରତରୁ ଆମଦାନୀ ହେଉଥିବା ପୋଷାକ, ଜୋତା ଏବଂ ଖାଦ୍ୟ ସାମଗ୍ରୀ ଉପରୁ ବ୍ରିଟେନ ସରକାର ଟିକସ ହ୍ରାସ କରିବେ । ଏହାଦ୍ୱାରା ବ୍ରିଟେନର ଗ୍ରାହକମାନେ କମ୍ ଦାମରେ ଅଧିକ ବିକଳ୍ପ ପାଇପାରିବେ ।

ବ୍ରିଟିଶ୍ ଗାଡ଼ି ଓ ହୁଇସ୍କି ହେବ ଶସ୍ତା

ଅନ୍ୟପଟେ, ବ୍ରିଟେନରୁ ଭାରତ ଆସୁଥିବା ସ୍କଚ୍ ହୁଇସ୍କି ଉପରୁ ଭାରତ ସରକାର ଟିକସକୁ ୧୫୦ ପ୍ରତିଶତରୁ ହ୍ରାସ କରି ୪୦ ପ୍ରତିଶତ କରିବେ । ଏହା ବ୍ୟତୀତ, ବ୍ରିଟିଶ୍ କାରଗୁଡ଼ିକ ଉପରେ ଥିବା ୧୦୦ ପ୍ରତିଶତ ଟିକସ କମି ୧୦ ପ୍ରତିଶତ ହୋଇଯିବ । ପ୍ରସାଧନ ସାମଗ୍ରୀ ଉପରେ ଥିବା ୨୨ ପ୍ରତିଶତ ପର୍ଯ୍ୟନ୍ତ ଟିକସକୁ ସମ୍ପୂର୍ଣ୍ଣ ଭାବେ ହଟାଇ ଦିଆଯିବ କିମ୍ବା ଆସନ୍ତା ୧୦ ବର୍ଷ ମଧ୍ୟରେ ଧୀରେ ଧୀରେ ଶେଷ କରାଯିବ ।

ବ୍ରିଟେନର ବାଣିଜ୍ୟିକ ସଚିବ ପିଟର କାଇଲ୍ କହିଛନ୍ତି ଯେ, ଏହି ଚୁକ୍ତି ଦ୍ୱାରା ପ୍ରଥମ ବର୍ଷରେ ହିଁ ପ୍ରାୟ ୪୦୦ ମିଲିୟନ ୟୁରୋର ଟିକସ କାଟ୍ (Tariff Cuts) କରାଯିବ, ଯାହାର ସିଧାସଳଖ ଲାଭ ଉଭୟ ଦେଶର ବ୍ୟବସାୟୀ ଏବଂ ଲୋକ ପାଇବେ । ଦୀର୍ଘକାଳୀନ ଭାବେ ଏହା ବ୍ରିଟେନର ଜିଡିପିକୁ ୪.୮ ବିଲିୟନ ୟୁରୋ ପର୍ଯ୍ୟନ୍ତ ବଢ଼ାଇବାରେ ସାହାଯ୍ୟ କରିବ ।

ଏହି ଚୁକ୍ତିରେ ବ୍ୟବସାୟ ସହିତ ଦୁଇ ଦେଶର ଚାକିରିଆମାନଙ୍କ ସାମାଜିକ ସୁରକ୍ଷାକୁ ନେଇ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କାମ ପାଇଁ ଭାରତ ଆସୁଥିବା ବ୍ରିଟିଶ୍ ନାଗରିକମାନଙ୍କ ଷ୍ଟେଟ୍ ପେନସନ୍ ଅଧିକାରର ସମୟସୀମାକୁ ୩୬ ମାସରୁ ବଢ଼ାଇ ୬୦ ମାସ କରାଯାଇଛି । ଏହି ଅବଧି ମଧ୍ୟରେ ସେମାନଙ୍କୁ ଭାରତରେ ଦ୍ୱିତୀୟ ଥର ସାମାଜିକ ସୁରକ୍ଷା ଟିକସ ଦେବାକୁ ପଡ଼ିବ ନାହିଁ । ବ୍ରିଟେନରେ କାର୍ଯ୍ୟରତ ଭାରତୀୟ ଆଇଟି ଏବଂ ଅନ୍ୟାନ୍ୟ ପ୍ରଫେସନାଲମାନଙ୍କ ପାଇଁ ମଧ୍ୟ ଅନୁରୂପ ସୁବିଧା ମିଳିବ ।

 

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button