ଜିଲ୍ଲାରାଜ୍ୟ

ନବରଙ୍ଗପୁରରେ ମଦ ବିରୋଧୀ ମହିଳାଙ୍କ ମହାସମାବେଶ, ଜିଲ୍ଲାପାଳଙ୍କୁ ଦାବିପତ୍ର

ନବରଙ୍ଗପୁର ଜିଲ୍ଲାରେ ତେଜୁଛି ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନ । ହାତରେ ଲାଠି ଧରି ଜିଲ୍ଲାପାଳ ଓ ଏସପିଙ୍କୁ ଦାବିପତ୍ର ପ୍ରଦାନ । ଗାଁରୁ ସହର, ପଡ଼ାରୁ ବଜାର ସବୁଠି ଏବେ ଗୁଞ୍ଜୁଛି କେବଳ ଗୋଟିଏ ସ୍ୱର ମଦ ବନ୍ଦ କର ।

କନକ ବ୍ୟୁରୋ : ନବରଙ୍ଗପୁର ଜିଲ୍ଲାରେ ତେଜୁଛି ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନ । ହାତରେ ଲାଠି ଧରି ଜିଲ୍ଲାପାଳ ଓ ଏସପିଙ୍କୁ ଦାବିପତ୍ର ପ୍ରଦାନ । ଗାଁରୁ ସହର, ପଡ଼ାରୁ ବଜାର ସବୁଠି ଏବେ ଗୁଞ୍ଜୁଛି କେବଳ ଗୋଟିଏ ସ୍ୱର ମଦ ବନ୍ଦ କର । ହାତରେ ଲାଠି, ଆଖିରେ ଦୃଢ ସଂକଳ୍ପ ଓ ମନରେ ମଦମୁକ୍ତ ସମାଜ ଗଢ଼ିବାର ସ୍ୱପ୍ନ ନେଇ ମଙ୍ଗଳବାର ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ମହିଳା ମାଝୀଗୁଡା ଛକରେ ଏକାଠି ହୋଇଥିଲେ । ସେଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ମହିଳାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ସରକାରଙ୍କ ବିରୋଧରେ ଜୋରଦାର ନାରାବାଜି କରିଥିଲେ ।

ପରେ ଜିଲ୍ଲାପାଳ ମହେଶ୍ୱର ସ୍ୱାଇଁଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ମଦ ବନ୍ଦ ଦାବିପତ୍ର ପ୍ରଦାନ କରାଯାଇଛି । ମହିଳାମାନଙ୍କର ଏହି ସ୍ୱତଃସ୍ଫୂର୍ତ୍ତ ଆନ୍ଦୋଳନକୁ ସମର୍ଥନ ଜଣାଇ ବିରୋଧୀ ଦଳର ବହୁ ପ୍ରମୁଖ ନେତା ମଧ୍ୟ ଏଥିରେ ସାମିଲ ହୋଇଥିଲେ । ବିଜେଡି ଜିଲ୍ଲା ସଭାପତି ତଥା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ବରିଷ୍ଠ ନେତା ପ୍ରଦୀପ ମାଝୀ ଏବଂ କଂଗ୍ରେସ ଜିଲ୍ଲା ସଭାପତି ଲିପିକା ମାଝୀ ଏହି ବିଶାଳ ଶୋଭାଯାତ୍ରାରେ ଯୋଗଦେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ।

 

 

 

ସୌଜନ୍ୟ KANAK NEWS

Show More

Leave a Reply

Your email address will not be published. Required fields are marked *

Back to top button