ରାଜ୍ୟ

ORS ମନୀଷା ମିଶ୍ର ବରଖାସ୍ତ: ପ୍ରୋବେସନ୍ ଅବଧିରେ ଲାଞ୍ଚନେଇ ପଡ଼ିଲେ ଧରା

ଭୁବନେଶ୍ୱର,୧୦।୧୧:  ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଓଡ଼ିଶା ରାଜସ୍ୱ ସେବା (ORS) ଅଧିକାରୀ ମନୀଷା ମିଶ୍ରଙ୍କୁ ରାଜ୍ୟ ସରକାର ଚାକିରିରୁ ବରଖାସ୍ତ କରିଛନ୍ତି। ପ୍ରୋବେସନ୍ ଅବଧିରେ ଥିବା ସମୟରେ ଦୁର୍ନୀତି ଅଭିଯୋଗରେ ଛନ୍ଦି ହୋଇଥିବା ମନୀଷାଙ୍କ ବିରୋଧରେ ସରକାର ଏହି କଠୋର ପଦକ୍ଷେପ ନେଇଛନ୍ତି।

ସୂଚନା ଅନୁଯାୟୀ, ମନୀଷା ମିଶ୍ର ବାଲିଆପାଳ ସବ୍‌ରେଜିଷ୍ଟ୍ରାର୍‌ ଭାବେ କାର୍ଯ୍ୟରତ ଥିବାବେଳେ ଜମି ପଞ୍ଜୀକରଣ କାର୍ଯ୍ୟ ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା। ଏହି ଘଟଣା ପରେ ତାଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଥିଲା।

୨୦୨୪ ମସିହାରେ ମନୀଷା ମିଶ୍ର ORS ଅଧିକାରୀ ଭାବେ ଯୋଗଦେଇଥିଲେ। ପ୍ରୋବେସନ୍ ଅବଧିରେ ତାଙ୍କୁ ବାଲିଆପାଳ ସବ୍‌ରେଜିଷ୍ଟ୍ରାର୍‌ ଭାବେ ନିଯୁକ୍ତି ମିଳିଥିଲା। ଚାକିରିର ପ୍ରାରମ୍ଭିକ ଅବଧିରେ ହିଁ ଲାଞ୍ଚ ନେବା ଅଭିଯୋଗରେ ସେ ଭିଜିଲାନ୍ସ ଜାଲରେ ପଡ଼ିଥିଲେ।

ଦୁର୍ନୀତି ବିରୋଧରେ ସରକାରଙ୍କ କଠୋର ଆଭିମୁଖ୍ୟର ଏହା ଏକ ଉଦାହରଣ ବୋଲି ଚର୍ଚ୍ଚା ହେଉଛି।

 

 

 

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button