
କନକ ବ୍ୟୁରୋ : ମଦ ବନ୍ଦ ପାଇଁ ଅଣ୍ଟା ଭିଡ଼ିଲେ ମହିଳା, ବେଆଇନ ଭାଟି ହଟାଇବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର । ବାଲେଶ୍ବର ନୀଳଗିରିରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି । ବିଷାକ୍ତ ମଦ ପିଇ ଏଠାରେ ଗୋଟିଏ ବର୍ଷ ମଧ୍ୟରେ ୩୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ହେଲେ ଅବକାରୀ ବିଭାଗ ଓ ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଆଖି ବୁଜି ଦେଇଛି । ଶେଷରେ କୌଣସି ପ୍ରତିକାର ନପାଇ ବେଆଇନ ମଦ କାରବାର ବିରୋଧରେ ଅଣ୍ଟା ଭିଡିଛନ୍ତି ସ୍ଥାନୀୟ ମହିଳା ସଙ୍ଗଠନ । ମହିଳାମାନେ ନୀଳଗିରି ଉପଜିଲ୍ଲାପାଳ, ଜିଲ୍ଲାପାଳ, ଥାନା ଏବଂ ଅବକାରୀ ବିଭାଗକୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଆଗାମୀ ଦିନରେ ଯଦି ମଦଭାଟି ବନ୍ଦ ନହୁଏ, ତେବେ ସମୂହ ଭାବେ ରାଜପଥକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।
ସୌଜନ୍ୟ KANAK NEWS




