ଜାତୀୟ

Earthquake: ସକାଳୁ ସକାଳୁ ଥରିଲା ପୁଲୱାମା, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୩.୫ ରେକର୍ଡ

ନୂଆଦିଲ୍ଲୀ ୨୫।୦୬; ଜମ୍ମୁ-କାଶ୍ମୀରର ପୁଲୱାମା ଜିଲ୍ଲାରେ ଆଜି ଭୂମିକମ୍ପ ଝଟକା ଅନୁଭୂତ । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୫ ରେକର୍ଡ କରାଯାଇଥିବା ସୂଚନା ମିଳିଛି । ହଠାତ୍ ଭୂକମ୍ପ ଝଟକା ଅନୁଭୂତ ହେବା ପରେ ଲୋକମାନଙ୍କ ମଧ୍ୟରେ କିଛି ସମୟ ପାଇଁ ଆତଙ୍କ ଖେଳିଯାଇଥିଲା । ଭୂମିକମ୍ପର ଝଟକା ପୁଲୱାମା ସହ ଆଖପାଖ ଅଞ୍ଚଳରେ ମଧ୍ୟ ଅନୁଭୂତ ହୋଇଥିଲା।

ଅନେକ ଲୋକ ଘର ଓ କାର୍ଯ୍ୟାଳୟରୁ ବାହାରକୁ ଚାଲିଆସିଥିଲେ । ତେବେ ଏହି ଭୂମିକମ୍ପ ଯୋଗୁଁ କୌଣସି ବଡ଼ ଧରଣର କ୍ଷୟକ୍ଷତି କିମ୍ବା ଜନହାନି ହୋଇଥିବା ଖବର ଏପର୍ଯ୍ୟନ୍ତ ମିଳିନାହିଁ । ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଭୂମିକମ୍ପର ତୀବ୍ରତା ଓ କେନ୍ଦ୍ରସ୍ଥଳ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି । ପ୍ରଶାସନ ପରିସ୍ଥିତି ଉପରେ ନଜର ରଖିଥିବା ବେଳେ ଲୋକମାନଙ୍କୁ ଅଯଥା ଭୟଭୀତ ନହେବାକୁ ପରାମର୍ଶ ଦିଆଯାଇଛି । ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ ଜମ୍ମୁ-କାଶ୍ମୀରରେ ମଧ୍ୟେମଧ୍ୟେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥାଏ ।

ପୂର୍ବରୁ, ଜୁନ୍ ୨୪ ତାରିଖ ଦିନ ୧୨:୩୪ ସମୟରେ, ଆସାମର ଗୋଲପାରା ଜିଲ୍ଲାରେ ରିକ୍ଟର ସ୍କେଲରେ ୩.୭ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଥିଲା। ଏହାର କେନ୍ଦ୍ରସ୍ଥଳ ଗୋଲପାରା ଅଞ୍ଚଳ ନିକଟରେ ଥିଲା। ଯାହା ଭୂମିଠାରୁ ୧୨ କିଲୋମିଟର ତଳେ ଥିଲା। ଏହି ଭୂକମ୍ପରେ କୌଣସି କ୍ଷତି ହୋଇନାହିଁ ବୋଲି ଆଶ୍ୱସ୍ତିର କଥା।

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button