Horoscope Today : ଜୁଲାଇ ୭ ତାରିଖ, ମଙ୍ଗଳବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ
ଘାତ ଚନ୍ଦ୍ର ପ୍ରଭାବରୁ ଦିନଟି ମିଶ୍ର ରହିବ। ଗୁରୁତ୍ୱପୂର୍ଣ୍ଣ କାମରେ ବିଳମ୍ବ ହୋଇପାରେ। ବାଦବିବାଦରୁ ଦୂରେ ରୁହନ୍ତୁ। ଧନ କାରବାରରେ ସତର୍କତା ରଖନ୍ତୁ। ସନ୍ଧ୍ୟା ପରେ ପରିସ୍ଥିତିରେ ସୁଧାର ଆସିବ। ଭଗବାନ ଗଣେଶଙ୍କ ପୂଜା ଶୁଭ ରହିବ।

ମେଷ– ଦିନଟି ପ୍ରତିକୂଳ ରହିପାରେ। କାର୍ଯ୍ୟକ୍ଷେତ୍ରରେ ବାଧା ଓ ବିଳମ୍ବ ଦେଖାଦେଇପାରେ। ଅନାବଶ୍ୟକ ଖର୍ଚ୍ଚ ବଢ଼ିପାରେ। ପରିବାରରେ ଛୋଟ କଥାକୁ ନେଇ ମତଭେଦ ସୃଷ୍ଟି ହୋଇପାରେ। ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ। ଧୈର୍ଯ୍ୟ ଧରି କାମ କଲେ କ୍ଷତିରୁ ରକ୍ଷା ପାଇବେ।
ବୃଷ– ପରିଶ୍ରମ ଅନୁଯାୟୀ ଫଳ ମିଳିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବ୍ୟବସାୟରେ ନୂଆ ସୁଯୋଗ ମିଳିପାରେ। ପରିବାରର ସହଯୋଗ ରହିବ। ଯାତ୍ରା ଶୁଭ ହୋଇପାରେ। ପୁରୁଣା ସମସ୍ୟାର ସମାଧାନ ହେବ।
ମିଥୁନ– ଘାତ ଚନ୍ଦ୍ର ପ୍ରଭାବରୁ ଦିନଟି ମିଶ୍ର ରହିବ। ଗୁରୁତ୍ୱପୂର୍ଣ୍ଣ କାମରେ ବିଳମ୍ବ ହୋଇପାରେ। ବାଦବିବାଦରୁ ଦୂରେ ରୁହନ୍ତୁ। ଧନ କାରବାରରେ ସତର୍କତା ରଖନ୍ତୁ। ସନ୍ଧ୍ୟା ପରେ ପରିସ୍ଥିତିରେ ସୁଧାର ଆସିବ। ଭଗବାନ ଗଣେଶଙ୍କ ପୂଜା ଶୁଭ ରହିବ।
କର୍କଟ– କାର୍ଯ୍ୟକ୍ଷେତ୍ରରେ ଚାପ ବଢ଼ିବ। ଆର୍ଥିକ ବିଷୟରେ ସତର୍କ ରୁହନ୍ତୁ। ପରିବାରରେ ମନୋମାଳିନ୍ୟ ହୋଇପାରେ। ଦୂରଯାତ୍ରା ଏଡ଼ାଇବା ଭଲ। ସନ୍ଧ୍ୟା ପରେ ମାନସିକ ଶାନ୍ତି ମିଳିବ।
ସିଂହ– ଦିନଟି ମଧ୍ୟମ ଫଳଦାୟକ। କର୍ମକ୍ଷେତ୍ରରେ ପରିଶ୍ରମ ଅଧିକ କରିବାକୁ ପଡ଼ିପାରେ। ଆଶାକରା ଫଳ ବିଳମ୍ବରେ ମିଳିବ। ଧନଲାଭ ହେଲେ ମଧ୍ୟ ଖର୍ଚ୍ଚ ବଢ଼ିପାରେ। ପରିବାରର ସହଯୋଗ ରହିବ। ଧୈର୍ଯ୍ୟ ରଖିଲେ ଲାଭ ମିଳିବ।
କନ୍ୟା– କାର୍ଯ୍ୟରେ ଅଗ୍ରଗତି ହେବ। ବଡ଼ମାନଙ୍କ ପରାମର୍ଶ ଉପକାରୀ ସାବ୍ୟସ୍ତ ହେବ। ବ୍ୟବସାୟରେ ଲାଭ ମିଳିବ। ପରିବାରରେ ଶାନ୍ତି ରହିବ। ସ୍ୱାସ୍ଥ୍ୟ ଭଲ ରହିବ। ନୂଆ ସୁଯୋଗ ମିଳିପାରେ।
ତୁଳା– ଦିନଟି ମିଶ୍ର ରହିବ। କାମରେ କିଛି ବାଧା ଆସିଲେ ମଧ୍ୟ ସଫଳତା ମିଳିବ। ଧନ ବ୍ୟୟ ନିୟନ୍ତ୍ରଣ କରନ୍ତୁ। ପରିବାରରେ ସମନ୍ୱୟ ରଖନ୍ତୁ। ଧାର୍ମିକ କାର୍ଯ୍ୟରେ ମନ ଲାଗିବ। ମାନସିକ ଶାନ୍ତି ମିଳିବ।
ବିଛା– ଦିନଟି ମଧ୍ୟମ ରହିବ। କର୍ମକ୍ଷେତ୍ରରେ ପରିଶ୍ରମ ଅନୁଯାୟୀ ଫଳ ମିଳିବ। ଧନଲାଭର ସୁଯୋଗ ଥିଲେ ମଧ୍ୟ ଅନାବଶ୍ୟକ ଖର୍ଚ୍ଚ ହୋଇପାରେ। ପରିବାରର ସହଯୋଗ ରହିବ। ସ୍ୱାସ୍ଥ୍ୟ ସାଧାରଣ ରହିବ। ତରବରିଆ ନିଷ୍ପତ୍ତି ନିଅନ୍ତୁ ନାହିଁ।
ଧନୁ– ଭାଗ୍ୟର ସହଯୋଗ ମିଳିବ। କର୍ମକ୍ଷେତ୍ରରେ ପ୍ରଶଂସା ପାଇପାରନ୍ତି। ଧନଲାଭର ଯୋଗ ରହିଛି। ପରିବାରରେ ଖୁସିର ପରିବେଶ ରହିବ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ। ଧାର୍ମିକ କାର୍ଯ୍ୟରେ ଆଗ୍ରହ ବଢ଼ିବ।
ମକର– କାର୍ଯ୍ୟକ୍ଷେତ୍ରରେ ପରିଶ୍ରମ ବଢ଼ିବ କିନ୍ତୁ ଫଳ ମଧ୍ୟ ମିଳିବ। ଅଟକିଥିବା କାମ ସମ୍ପୂର୍ଣ୍ଣ ହୋଇପାରେ। ପରିବାରର ସହଯୋଗ ରହିବ। ସ୍ୱାସ୍ଥ୍ୟ ସାଧାରଣ ରହିବ। ସନ୍ଧ୍ୟା ପରେ ଶୁଭ ସମ୍ବାଦ ମିଳିପାରେ। ଆର୍ଥିକ ସ୍ଥିତି ସୁଧୁରିବ।
କୁମ୍ଭ– ଦିନଟି ମଧ୍ୟମ ଫଳଦାୟକ। ଭାଗୀଦାରୀ କାମରେ ସତର୍କ ରୁହନ୍ତୁ। ଆର୍ଥିକ ବିଷୟରେ ଯୋଜନା କରି ଆଗକୁ ବଢ଼ନ୍ତୁ। ଦାମ୍ପତ୍ୟ ଜୀବନରେ ବୁଝାମଣା ରଖନ୍ତୁ। ସ୍ୱାସ୍ଥ୍ୟ ସାଧାରଣ ରହିବ। ସନ୍ଧ୍ୟା ପରେ ପରିସ୍ଥିତି ଅନୁକୂଳ ହେବ।
ମୀନ– ଚନ୍ଦ୍ର ରାଶିରେ ଥିବାରୁ ଦିନଟି ଅନୁକୂଳ ରହିବ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଅଧୂରା କାମ ସମ୍ପୂର୍ଣ୍ଣ ହେବ। ଚାକିରି ଓ ବ୍ୟବସାୟରେ ଉନ୍ନତିର ସୁଯୋଗ ମିଳିବ। ପରିବାରରେ ଆନନ୍ଦ ରହିବ। ନୂଆ କାର୍ଯ୍ୟ ଆରମ୍ଭ ପାଇଁ ଦିନଟି ଶୁଭ।
ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ
ଯୋଗାଯୋଗ – 8249826682
ସୌଜନ୍ୟ Prameya News7


