Horoscope 2026 November 23: ଜାଣନ୍ତୁ ଆଜିର ରାଶିଫଳ
କୌଣସି କଂପାନିରେ ସେୟାର କିଣିବା ଲାଗି ବିଶେଷଜ୍ଞଙ୍କର ପରାମର୍ଶ ନେଇ ପାରନ୍ତି। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ନୂଆ ବାଇକ୍ କିଣିବେ। ପ୍ରେମୀ ଯୁଗଳ ଦୂରସ୍ଥାନକୁ ବୁଲି ଯିବେ। ସ୍ବାସ୍ଥ୍ୟରେ ଧ୍ୟାନ ରଖନ୍ତୁ। ନିଜ କାର୍ଯ୍ୟରୁ ସମୟ ବାହାର କରି ପରିବାର ଲୋକଙ୍କ ସହିତ ଅତିବାହିତ କରିବେ।

ମେଷ: କୌଣସି କଂପାନିରେ ସେୟାର କିଣିବା ଲାଗି ବିଶେଷଜ୍ଞଙ୍କର ପରାମର୍ଶ ନେଇ ପାରନ୍ତି। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ନୂଆ ବାଇକ୍ କିଣିବେ। ପ୍ରେମୀ ଯୁଗଳ ଦୂରସ୍ଥାନକୁ ବୁଲି ଯିବେ। ସ୍ବାସ୍ଥ୍ୟରେ ଧ୍ୟାନ ରଖନ୍ତୁ।
ବୃଷ: ନିଜ କାର୍ଯ୍ୟରୁ ସମୟ ବାହାର କରି ପରିବାର ଲୋକଙ୍କ ସହିତ ଅତିବାହିତ କରିବେ। ଲାଗି ରହିଥିବା ସମସ୍ୟାର ସମାଧାନ ବାହାରିବ। ଜମି କିଣିବା ଲାଗି ଜମି ବ୍ୟବସାୟୀଙ୍କ ସହିତ ଯୋଗାଯୋଗ କରିବେ।
ମିଥୁନ: ଆପଣଙ୍କ ବ୍ୟବହାର ବିନମ୍ର ରହିବ। କାରବାର ଆରମ୍ଭ କରିବା ପୂର୍ବରୁ ବିଶେଷଜ୍ଞଙ୍କର ପରାମର୍ଶ ନିଅନ୍ତୁ। ଜୀବନରେ ଖୁସି ହି ଖୁସି ଆସିବ। ପରିବାର ସହିତ କୌଣସି ସମାରୋହକୁ ଯିବେ।
କର୍କଟ: କୌଣସି ଶୁଭ ଖବର ପାଇବେ। ଯାହା ଆପଣ ବନ୍ଧୁମାନଙ୍କୁ କହିବେ। ଅଧିକ ପରିଶ୍ରମ କରନ୍ତୁ ଆପଣଙ୍କ କାମରେ ସଫଳତା ପାଇବେ। ବୈବାହିକ ଜୀବନ ଖୁସି ଭରା ରହିବ। ସୁଗର ସମସ୍ୟାରୁ ଉପଶମ ପାଇବେ।
ସିଂହ: କୌଣସି ମନ୍ଦିର କାର୍ଯ୍ୟକ୍ରମକୁ ଯିବାର ଅବସର ପାଇବେ। ନୂଆ କାମ ଆଡ଼କୁ ମନ ଆକର୍ଷିତ ହେବ। ବାପା ଆପଣଙ୍କ ବ୍ୟବସାୟରେ ସାହାଯ୍ୟ କରିବେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ।
କନ୍ୟା: ନୂଆ ବେପାର ଆରମ୍ଭ କରିବା ପୂର୍ବରୁ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ ଅଧିକ ଲାଭ ହେବ। ବନ୍ଧୁ ମାଧ୍ୟମରେ ଭଲ ଚାକିରି ପାଇବେ। ସ୍ବାସ୍ଥ୍ୟଗତ ସମସ୍ୟା ନେଇ ଭଲ ଡ଼ାକ୍ତରଙ୍କ ସହ ପରାମର୍ଶ କରିବେ।
ତୁଳା: ଆପଣଙ୍କର ଆତ୍ମବିଶ୍ବାସ ଉଚ୍ଚା ରହିବ। କିଛି ସମୟ କୌଣସି ବିଶେଷ ବ୍ୟକ୍ତିଙ୍କୁ ଦେବେ। ଜୀବନରେ ସଫଳ ହେବା ପାଇଁ କଠିନ ପରିଶ୍ରମ କରିବାକୁ ହେବ। ଅନଲାଇନିରେ ବ୍ୟବସାୟ କରିବା ପାଇଁ ମନସ୍ଥ କରିବେ।
ବିଛା: ପ୍ଲାଷ୍ଟିକ ବ୍ୟବସାୟଙ୍କର ଯଥେଷ୍ଟ ଲାଭ ହେବ। ନବ ବିବାହିତ ଦମ୍ପତ୍ତି ଭଲ ଖବର ପାଇବେ। ଚାକିରି ଖୋଜୁଥିବା ଲୋକଙ୍କ ଲାଗି ଭଲ କଂପାନିରୁ ଚାକିରିର ଡ଼ାକରା ଆସିବ। ପୁରୁଣା ବନ୍ଧୁ ସହିତ ସାକ୍ଷାତ ହେବ।
ଧନୁ: ଧାର ଦେଇଥିବା ଅର୍ଥ ପାଇବେ। ତାକୁ ଆପଣ ଜରୁରୀ କାମରେ ଲଗାଇବେ। ଘରୋଇ ଉଦ୍ୟୋଗରେ ଚାକିରି କରୁଥିବା ଲୋକଙ୍କର ପଦୋନ୍ନତି ବା ଦରମା ବୃଦ୍ଧି ହେବ। ପ୍ରେମ ଜୀବନ ଭଲ ରହିବ।
ମକର: ଅଫିସରେ ଆପଣଙ୍କ କାର୍ଯ୍ୟଶୈଳୀରେ ବିରୋଧୀ ପ୍ରଭାବିତ ହେବେ। ବେପାରରେ ଲାଭ ମିଳିବାର ଯୋଗ ଅଛି। ଛାତ୍ରଛାତ୍ରୀ କୌଣସି ବିଷୟ ଜାଣିବା ଲାଗି ଶିକ୍ଷକଙ୍କର ସହଯୋଗ ପାଇବେ।
କୁମ୍ଭ: ସରକାରୀ ଚାକିରିଜୀବୀଙ୍କ ଲାଗି ପଦୋନ୍ନତି ଯୋଗ ଅଛି। ଚାକିରି ଖୋଜୁଥିବା ଲୋକ ଭଲ ଜାଗାରେ ଚାକିରି ପାଇବେ। ଆପଣଙ୍କ ସ୍ବାସ୍ଥ୍ରଗତ ସମସ୍ୟା ନେଇ ଭଲ ଡ଼ାକ୍ତରଙ୍କୁ ଦେଖାଇବେ।
ମୀନ: ଭାଗୀଦାରି ବେପାରରେ ଯଥେଷ୍ଟ ଲାଭ ପାଇବେ। ଇଂଜିନିୟର୍ସ ଓ ଲେଖକଙ୍କ ଲାଗି ଦିନଟି ଭଲ ରହିବ। ଜୀବନସାଥୀ ସହିତ ଧର୍ମାନୁଷ୍ଠାନକୁ ଯିବା ପାଇଁ ଯୋଜନା କରିବେ। ଖାଦ୍ୟପେୟ ପ୍ରତି ସଜାଗ ରୁହନ୍ତୁ।
ସୌଜନ୍ୟ ସମ୍ବାଦ




