ରାଶିଫଳ

Horoscope Today : ଜୁଲାଇ ୧୧ ତାରିଖ, ଶନିବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ମେଷ– କାର୍ଯ୍ୟକ୍ଷେତ୍ରରେ ଦାୟିତ୍ୱ ବଢ଼ିପାରେ। ଅର୍ଥ ଲାଭର ସୁଯୋଗ ମିଳିଲେ ମଧ୍ୟ ଅନାବଶ୍ୟକ ଖର୍ଚ୍ଚରୁ ଦୂରେ ରୁହନ୍ତୁ। ପରିବାରର ସହଯୋଗ ମିଳିବ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ଯାତ୍ରା ଲାଭଦାୟକ ହୋଇପାରେ। ନୂତନ ପରିଚୟ ଭବିଷ୍ୟତରେ ଉପକାରୀ ହେବ। ପୁରୁଣା ବକେୟା ଅର୍ଥ ପାଇବାର ଆଶା ବଢ଼ିବ।

ବୃଷ– ଚନ୍ଦ୍ର ଆପଣଙ୍କ ରାଶିରେ ଥିବାରୁ ଆତ୍ମବିଶ୍ୱାସ ବଢ଼ିବ। ଅଟକିଥିବା କାମ ଆଗକୁ ବଢ଼ିପାରେ। ବ୍ୟବସାୟରେ ଲାଭର ସମ୍ଭାବନା ରହିଛି। ପରିବାରରେ ଖୁସିର ପରିବେଶ ରହିବ। ନୂଆ ଯୋଜନା ସଫଳ ହୋଇପାରେ। ଚାକିରିରେ ସମ୍ମାନ ବୃଦ୍ଧି ହୋଇପାରେ। ନିବେଶ ସମ୍ବନ୍ଧୀୟ ନିଷ୍ପତ୍ତି ଲାଭଦାୟକ ହେବ।

ମିଥୁ– କିଛି କାମରେ ବିଳମ୍ବ ହୋଇପାରେ। ଖର୍ଚ୍ଚ ବଢ଼ିପାରେ, ତେଣୁ ବଜେଟ୍ ଅନୁସାରେ ଚାଲନ୍ତୁ। ଅଫିସରେ ଧୈର୍ଯ୍ୟ ରଖନ୍ତୁ। ସନ୍ଧ୍ୟା ପରେ ପରିସ୍ଥିତି ସୁଧୁରିପାରେ। ଆଧ୍ୟାତ୍ମିକ କାର୍ଯ୍ୟରେ ମନ ଲାଗିବ। ଅନାବଶ୍ୟକ ତର୍କରୁ ଦୂରେ ରୁହନ୍ତୁ। ନିଦ୍ରା ଓ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ।

କର୍କଟ– ଆୟ ବୃଦ୍ଧିର ସୁଯୋଗ ମିଳିପାରେ। ମିତ୍ରଙ୍କ ସହଯୋଗରେ କାମ ସମ୍ପନ୍ନ ହେବ। ଚାକିରିରେ ପ୍ରଶଂସା ମିଳିପାରେ। ପରିବାରରେ ଆନନ୍ଦ ରହିବ। ନୂଆ ସମ୍ପର୍କ ଲାଭଦାୟକ ହେବ। ବ୍ୟବସାୟରେ ନୂତନ ଚୁକ୍ତିର ସମ୍ଭାବନା ରହିଛି। ମାନସିକ ଶାନ୍ତି ଅନୁଭବ କରିବେ।

ସିଂହ– କାର୍ଯ୍ୟକ୍ଷେତ୍ରରେ ଚାପ ରହିପାରେ। ଉଚ୍ଚ ଅଧିକାରୀଙ୍କ ସହ କଥାବାର୍ତ୍ତାରେ ସଂଯମ ରଖନ୍ତୁ। ପରିଶ୍ରମର ଫଳ ବିଳମ୍ବରେ ମିଳିବ। ପରିବାରର ସହଯୋଗ ମିଳିବ। ସ୍ୱାସ୍ଥ୍ୟ ସାଧାରଣ ରହିବ। କ୍ୟାରିୟରରେ ଧୈର୍ଯ୍ୟ ରଖିବା ଆବଶ୍ୟକ। ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ଲାଭଦାୟକ ହେବ।

କନ୍ୟା– ଭାଗ୍ୟର ସହଯୋଗ ମିଳିବ। ଶିକ୍ଷା ଓ ପ୍ରତିଯୋଗିତାରେ ସଫଳତା ଆସିପାରେ। ଧାର୍ମିକ କାର୍ଯ୍ୟରେ ଆଗ୍ରହ ବଢ଼ିବ। ଦୂରଯାତ୍ରାର ସୁଯୋଗ ମିଳିପାରେ। ଆର୍ଥିକ ସ୍ଥିତି ମଜଭୁତ ହେବ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ଅଟକିଥିବା କାମ ସମ୍ପୂର୍ଣ୍ଣ ହେବ।

ତୁଳା– ଅନାବଶ୍ୟକ ବିବାଦରୁ ଦୂରେ ରୁହନ୍ତୁ। ଆର୍ଥିକ କାରବାରରେ ସାବଧାନ ରୁହନ୍ତୁ। ସ୍ୱାସ୍ଥ୍ୟକୁ ଅବହେଳା କରନ୍ତୁ ନାହିଁ। ପରିବାରର ବରିଷ୍ଠଙ୍କ ପରାମର୍ଶ ଉପକାରୀ ହେବ। ଧୈର୍ଯ୍ୟ ରଖିଲେ ସମସ୍ୟା ଦୂର ହେବ। ଋଣ ନେବା କିମ୍ବା ଦେବାରେ ସତର୍କ ରୁହନ୍ତୁ। ଧାର୍ମିକ କାର୍ଯ୍ୟ ମନକୁ ଶାନ୍ତି ଦେବ।

ବିଛା– ଘାତଚନ୍ଦ୍ର ପ୍ରଭାବରୁ କିଛି କାର୍ଯ୍ୟରେ ବାଧା ଆସିପାରେ। ସହଭାଗୀତାର କାମରେ ସତର୍କ ରୁହନ୍ତୁ। କ୍ରୋଧ ନିୟନ୍ତ୍ରଣ କରନ୍ତୁ। ଅନାବଶ୍ୟକ ଯାତ୍ରା ଏଡ଼ାନ୍ତୁ। ସନ୍ଧ୍ୟା ପରେ ପରିସ୍ଥିତି କିଛି ଭଲ ହୋଇପାରେ। ଦାମ୍ପତ୍ୟ ଜୀବନରେ ବୁଝାମଣା ରଖନ୍ତୁ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ତରବରିଆ ଭାବରେ ନିଅନ୍ତୁ ନାହିଁ।

ଧନୁ– କାର୍ଯ୍ୟକ୍ଷେତ୍ରରେ ବ୍ୟସ୍ତତା ବଢ଼ିବ। ପରିଶ୍ରମର ଫଳ ମିଳିବ। ସ୍ୱାସ୍ଥ୍ୟରେ ସୁଧାର ଦେଖାଯିବ। ସହକର୍ମୀଙ୍କ ସହଯୋଗ ମିଳିବ। ଆର୍ଥିକ ସ୍ଥିତି ସ୍ଥିର ରହିବ। ଶତ୍ରୁ ପକ୍ଷ ଦୁର୍ବଳ ହେବ। ଚାକିରିରେ ନୂଆ ଦାୟିତ୍ୱ ମିଳିପାରେ।

ମକର– ସୃଜନଶୀଳ କାର୍ଯ୍ୟରେ ସଫଳତା ମିଳିବ। ସନ୍ତାନ ପକ୍ଷରୁ ଖୁସି ଖବର ମିଳିପାରେ। ବ୍ୟବସାୟରେ ଭଲ ଲାଭ ହେବ। ନୂଆ ସୁଯୋଗ ମିଳିପାରେ। ମନ ପ୍ରଫୁଲ୍ଲ ରହିବ। ପ୍ରେମ ସମ୍ପର୍କ ମଧୁର ରହିବ। ଅଟକିଥିବା ଧନ ମିଳିବାର ସମ୍ଭାବନା ରହିଛି।

କୁମ୍ଭ– ଘରୋଇ ବିଷୟରେ ଅଧିକ ଧ୍ୟାନ ଦେବାକୁ ପଡ଼ିପାରେ। ଯାନବାହନ ଚଳାଇବା ବେଳେ ସାବଧାନ ରୁହନ୍ତୁ। ଅନାବଶ୍ୟକ ଖର୍ଚ୍ଚ ଏଡ଼ାନ୍ତୁ। ପରିବାରର ସହଯୋଗ ମିଳିବ। ଧୈର୍ଯ୍ୟରେ କାମ କଲେ ସଫଳତା ମିଳିବ। ଘର ସମ୍ବନ୍ଧୀୟ ଯୋଜନା ଆଗକୁ ବଢ଼ିପାରେ। ମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

ମୀନ– ସାହସ ଓ ଆତ୍ମବିଶ୍ୱାସ ବଢ଼ିବ। ଭାଇଭଉଣୀଙ୍କ ସହଯୋଗ ମିଳିବ। ବ୍ୟବସାୟ ଓ ଚାକିରିରେ ଅଗ୍ରଗତି ହେବ। ଛୋଟ ଯାତ୍ରା ଲାଭଦାୟକ ହୋଇପାରେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ନୂଆ କାର୍ଯ୍ୟ ଆରମ୍ଭ ପାଇଁ ଦିନଟି ଅନୁକୂଳ। ସାମାଜିକ କ୍ଷେତ୍ରରେ ମାନ-ସମ୍ମାନ ବୃଦ୍ଧି ପାଇବ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682

 

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button