ଜିଲ୍ଲା

ବଲାଙ୍ଗୀରରେ ଶାନ୍ତିଶୃଙ୍ଖଳା ସହ ସମ୍ପନ୍ନ ହେଲା ରଥଯାତ୍ରା, ବର୍ଷାକୁ ଖାତିର ନକରି ରଥ ଟାଣିଲେ ମହିଳା ଭକ୍ତ

ବଲାଙ୍ଗୀର,୧୭।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରେ ସୁରୁଖୁରୁରେ ରଥଯାତ୍ରା ପାଳିତ ହୋଇଯାଇଛି । ଅପରାହ୍ଣରେ ଗୋପାଲଜୀ ମନ୍ଦିରରୁ ଶ୍ରୀଜିଉଙ୍କୁ ରଥାରୂଢ଼ କରାଯିବା ପରେ ଶ୍ରଦ୍ଧାଳୁମାନେ ରଥ ଟାଣିଥିଲେ। ରଥକୁ ଶ୍ରଦ୍ଧାଳୁମାନେ ଟାଣି ନେଇ ହସ୍ପିଟାଲ ଛକ ପାଖ ମାଉସୀ ମା’ ମନ୍ଦିରକୁ ନେଇଥିଲେ।

ସହରର ଅନ୍ୟତମ ଲୋକପ୍ରିୟ ରଥ କୋଶଳ କଳାମଣ୍ଡଳ ପଡା ରଥକୁ ଭକ୍ତମାନେ ଟାଣି ମାଉସୀ ମା’ ମନ୍ଦିରରେ ପହଞ୍ଚାଇଥିଲେ। ଏହି ରଥକୁ ବିଶେଷ କରି ମହିଳାମାନେ ବର୍ଷାରେ ଭିଜି ରଥ ଟାଣିଥିଲେ । ରଥଯାତ୍ରାରେ ଭିଡ ପରିଲକ୍ଷିତ ହୋଇଥିଲା। ସହରର ଅନ୍ୟାନ୍ୟ ପଡାରେ ମଧ୍ଯ ରଥଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଥିଲା। ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ବିଭିନ୍ନ ପଡାରେ ରଥ ଟାଣିଥିଲେ । ବର୍ଷା ଯୋଗୁ ଶ୍ରଦ୍ଧାଳୁମାନେ ଭିଜି ଭିଜି ରଥ ଟାଣିଥିଲେ।

 

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button