ରାଜ୍ୟ

Maoist organization: ମାଓ ସଙ୍ଗଠନକୁ ସରଣ୍ଡା ଭୟ: ୬ ମାସରେ ୧୭ ଏନ୍‌କାଉଣ୍ଟର, ୩୨ ମାଓନେତାଙ୍କ ତାଲିକା ଘୋଷଣା

ଏକଦା ମାଓବାଦୀମାନଙ୍କର ସୁରକ୍ଷିତ ସ୍ଥାନ ଥିଲା ସରଣ୍ଡା ଜଙ୍ଗଲ। ଓଡ଼ିଶା-ଝାଡ଼ଖଣ୍ଡ ଦୁଇଟି ରାଜ୍ୟକୁ ବ୍ୟାପିଥିବା ଏହି ଘଞ୍ଚ ଜଙ୍ଗଲରେ ଦୁର୍ଦ୍ଦାନ୍ତ ମାଓନେତା ଓ ଏରିଆ କମାଣ୍ଡର ନିଜର ସାମ୍ରାଜ୍ୟ ବିସ୍ତାର କରିଥିଲେ।

ମଳୟ ରଞ୍ଜନ ସାହୁ

ରାଉରକେଲା: ଏକଦା ମାଓବାଦୀମାନଙ୍କର ସୁରକ୍ଷିତ ସ୍ଥାନ ଥିଲା ସରଣ୍ଡା ଜଙ୍ଗଲ। ଓଡ଼ିଶା-ଝାଡ଼ଖଣ୍ଡ ଦୁଇଟି ରାଜ୍ୟକୁ ବ୍ୟାପିଥିବା ଏହି ଘଞ୍ଚ ଜଙ୍ଗଲରେ ଦୁର୍ଦ୍ଦାନ୍ତ ମାଓନେତା ଓ ଏରିଆ କମାଣ୍ଡର ନିଜର ସାମ୍ରାଜ୍ୟ ବିସ୍ତାର କରିଥିଲେ। କେନ୍ଦ୍ର ସରକାରଙ୍କ ମାଓମୁକ୍ତ ଘୋଷଣା ପରେ ଉଭୟ ଓଡ଼ିଶା ଓ ଝାଡ଼ଖଣ୍ଡ ପୁଲିସ, ସିଆର୍‌ପିଏଫ୍‌, ଡିଭିଏଫ୍‌, ଝାଡ଼ଖଣ୍ଡ ଜାଗୁଆର ପକ୍ଷରୁ ସର୍ଚ୍ଚ ଅପରେସନ୍‌କୁ ଜୋର୍‌ଦାର କରାଯାଇଛି। ଗୋଟିଏ ପରେ ଗୋଟିଏ ମାଓ ନେତାଙ୍କୁ ଏନ୍‌କାଉଣ୍ଟର କରାଯାଉଛି। ଗତ ସପ୍ତାହ ମଧ୍ୟରେ ୨.୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷିତ ମାଓ କମାଣ୍ଡର ଅଜୟ ମହାତୋ ଓ ୨୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷିତ ମାଓବାଦୀ ରବିନ୍ଦ୍ର ଗଞ୍ଜକୁ ଗିରଫ କରାଯାଇଛି। ଏନ୍‌କାଉଣ୍ଟର ଭୟରେ ମାଓବାଦୀମାନେ ସରଣ୍ଡା ଛାଡ଼ି ଖୁଣ୍ଟି, ସରେଇକେଲା ଓ ଚାଇବାସା ଜଙ୍ଗଲମୁହାଁ ହୋଇଛନ୍ତି।

୩୨ ମାଓନେତାଙ୍କ ତାଲିକା ଘୋଷଣା
ମୁଣ୍ଡ ଉପରେ ୧୦ ଲକ୍ଷରୁ ୧ କୋଟି ପୁରସ୍କାର 

୨୦୧୬ ଜାନୁଆରିରୁ ଜୁଲାଇ ୧୫ ସୁଦ୍ଧା ସରଣ୍ଡାରେ ଯବାନ ଓ ପୁଲିସ ଏନ୍‌କାଉଣ୍ଟରରେ ୨୨ ମାଓବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ କେବଳ ସରଣ୍ଡା ଜଙ୍ଗଲରେ ପ୍ରାଣ ହରାଇଛନ୍ତି ୧୭ ମାଓବାଦୀ। ଏନ୍‌କାଉଣ୍ଟର ଭୟରେ ଏକକାଳୀନ ୨୫ ନକ୍ସଲ ଝାଡ଼ଖଣ୍ଡ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏହା ସହିତ ଅନେକ ମାଓ ଶିବିରକୁ ଧ୍ୱଂସ କରାଯାଇଛି। ତଥାପି ନିକଟରେ କିଛି ମାଓନେତାଙ୍କ ସମେତ ୩୨ ଜଣ ନକ୍ସଲ ସୁରକ୍ଷାବାହିନୀକୁ ଚକ୍‌ମା ଦେଇ ସରଣ୍ଡାରୁ ପଳାଇବାରେ ସଫଳ ହୋଇଛନ୍ତି। ପୁଲିସ ସେମାନଙ୍କୁ ଆତ୍ମସମର୍ପଣ କରିବାକୁ ପରାମର୍ଶ ଦେଇଛି। ଅନ୍ୟଥା ଏନ୍‌କାଉଣ୍ଟର ପାଇଁ ପ୍ରସ୍ତୁତ ରହିବାକୁ ଚେତାବନୀ ଦିଆଯାଇଛି। ଅନ୍ୟପକ୍ଷରେ ଝାଡ଼ଖଣ୍ଡ ପୁଲିସ ସରଣ୍ଡା ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଥିବା ୩୨ ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ତାଲିକା ପ୍ରକାଶ କରିଛି, ଯେଉଁମାନଙ୍କ ମୁଣ୍ଡ ଉପରେ ୫ ଲକ୍ଷରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ଘୋଷିତ ହୋଇଛି। ସେମାନଙ୍କ ମଧ୍ୟରେ ଅଛନ୍ତି ସିପିଆଇ ମାଓବାଦୀ ପଲିଟିବ୍ୟୁରୋ ସଦସ୍ୟ ମିସିର ବେସ୍‌ରା ଓରଫ୍‌ ଭାସ୍କର, କେନ୍ଦ୍ରୀୟ କମିଟି ସଦସ୍ୟ ଅସୀମ ମଣ୍ଡଳ ଓରଫ୍‌ ଆକାଶ, ଏରିଆ କମିଟି ସଦସ୍ୟ ଅଜୟ ଓରଫ୍‌ ଟାଇଗର। ମିସିର ଓ ଅସୀମଙ୍କ ପାଇଁ କୋଟିଏ ଲେଖାଏଁ ପୁରସ୍କାର ଘୋଷଣା କରାଯାଇଛି। ଏହା ସହିତ ଟିପିସି ସୁପ୍ରିମୋ ବ୍ରିଜେଶ ସିଂ, ଆଞ୍ଚଳିକ କମିଟି ସଦସ୍ୟ ମୋଚ୍ଛୁ, ସଞ୍ଜୟ ମହାତୋ, ରାମପ୍ରସାଦ ମାର୍ଡି, ନିତେଶ ଯାଦବ, ଚନ୍ଦନ ମହାତୋ ପ୍ରମୁଖଙ୍କ ଉପରେ ୧୫ ଲକ୍ଷରୁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ଘୋଷଣା ରହିଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button