ରାଜ୍ୟ

Looking at Bhagwati: ଭଗବତୀଙ୍କୁ ଚାହିଁଲେ, ବାପଘରକୁ ଭୁଲିଗଲେ: ଗର୍ଭଗୃହରୁ ଗଳୁଛି ବର୍ଷା ପାଣି

ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀଙ୍କ ମନ୍ଦିର ଓ ପାରିପାର୍ଶ୍ବିକ ବିକାଶ ପାଇଁ ଢାଳିଦେଲେ ଟଙ୍କା। ମା’ ଭଗବତୀଙ୍କ ମନ୍ଦିର ବିକାଶ ପାଇଁ କେଉଁ ସବୁ ପ୍ରକଳ୍ପ ତିଆରି ହେବ, କେଉଁଠୁ ରାସ୍ତା ବାହରିବ ଓ କେଉଁଠୁ ଲୋକ ହଟିବେ, ତାର ଯୋଜନା ଗତ ବିଜେଡି ସରକାର ଅମଳରୁ ହେଲା।

ବିକାଶ ଚନ୍ଦ୍ର ସହୁ

ଖୋରଧା: ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀଙ୍କ ମନ୍ଦିର ଓ ପାରିପାର୍ଶ୍ବିକ ବିକାଶ ପାଇଁ ଢାଳିଦେଲେ ଟଙ୍କା। ମା’ ଭଗବତୀଙ୍କ ମନ୍ଦିର ବିକାଶ ପାଇଁ କେଉଁ ସବୁ ପ୍ରକଳ୍ପ ତିଆରି ହେବ, କେଉଁଠୁ ରାସ୍ତା ବାହରିବ ଓ କେଉଁଠୁ ଲୋକ ହଟିବେ, ତାର ଯୋଜନା ଗତ ବିଜେଡି ସରକାର ଅମଳରୁ ହେଲା। ବିଜେପି ସରକାର ସେ ପ୍ଲାନ୍‌ରେ ଟିକେ ଏପାଖ ସେପାଖ କରି ପ୍ରକଳ୍ପ ଆଗେଇ ନେଇଛି। ଦେବୀ ଭଗବତୀଙ୍କ ମନ୍ଦିର ବିକାଶ ପାଇଁ ଉଭୟ ସରକାର ଉଦ୍ୟମ କରିଥିଲେ ହେଁ, ଦେବୀଙ୍କ ପିତ୍ରାଳୟକୁ ସମସ୍ତେ ଭୁଲି ଯାଇଛନ୍ତି। ତ୍ରୟୋଦଶ ଶତାବ୍ଦୀର କୀର୍ତ୍ତିରାଜି ହୋଇଥିଲେ ହେଁ ଏହା ଆଜି ଅଲୋଡ଼ା ହୋଇ ପଡ଼ିଛି। ସରକାରୀ ଅବହେଳା ପାଇଁ ଏହି ମନ୍ଦିର ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲି ଆସିଛି।

ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ଗଙ୍ଗବଂଶର ରାଜାମାନେ ଦାକ୍ଷିଣାଞ୍ଚଳ ବିଜୟ କରି ଫେରିବା ପରେ ଏହି ମନ୍ଦିର ପ୍ରତିଷ୍ଠା କରାଇଥିଲେ। ମନ୍ଦିରର ଭାସ୍କର୍ଯ୍ୟ ବେଶ୍ ମନଛୁଆଁ। ନିର୍ମିତ ଅଷ୍ଟସଖୀ, ନାଗ ନାଗୁଣୀ, ଶାର୍ଦ୍ଦୁଳ, ଓଲଟ ଗଜ, ବରାଜ ସିଂହ, ଓଲଟ ରାଜସିଂହ, ଓଲଟ ଉଡ଼ାସିଂହ, ଅଳସୀକନ୍ୟାମାନଙ୍କର ନାଟ୍ୟରତ ଭଙ୍ଗୀ କଳାକୃତି କୋଣାର୍କ କାରୁକାର୍ଯ୍ୟ ଭଳି ଜୀବନ୍ତ ଓ ମନୋରମ। ସମଗ୍ର ପୂର୍ବ ଭାରତରେ ଏହା ହେଉଛି ଏକମାତ୍ର ମନ୍ଦିର ଯେଉଁଠାରେ ଦକ୍ଷ ପ୍ରଜାପତିଙ୍କୁ ପୂଜା କରାଯାଏ। ତାକୁ ମା’ ଭଗବତୀଙ୍କର ପିତ୍ରାଳୟ ବୋଲି କୁହନ୍ତି। ଏଠି ପୂଜା ପାଆନ୍ତି ମା’ ଭଗବତୀଙ୍କର ଚଳନ୍ତି ପ୍ରତିମା ମା’ କାଠି ଠାକୁରାଣୀ। ପ୍ରତ୍ୟେକ ମଙ୍ଗଳବାର ପିତ୍ରାଳୟରୁ ମା’ଙ୍କ ଚଳନ୍ତି ପ୍ରତିମା ଦେବୀଙ୍କ ପୀଠକୁ ଆଗମନ ହୁଏ।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button