Bus: ଓଏସଆରଟିସିର କୌଣସି ବସରେ ଦିବ୍ୟାଙ୍ଗ ଅନୁକୂଳ ବ୍ୟବସ୍ଥା ନାହିଁ
ସାଧାରଣ ଯାତ୍ରୀ ପରିବହନ କ୍ଷେତ୍ରରେ ରାଜ୍ୟ ସରକାର ଦିବ୍ୟାଙ୍ଗଙ୍କ ପାଇଁ ଉପଯୁକ୍ତ ବ୍ୟବସ୍ଥା କରୁ ନଥିବା ଅଭିଯୋଗ ହୋଇଛି। ବସ୍ରେ ସମ୍ମାନର ସହିତ ଜଣେ ଦିବ୍ୟାଙ୍ଗ ବ୍ୟକ୍ତି କିପରି ଅନୁକୂଳ ପରିବେଶରେ ଯାତାୟତ କରି ପାରିବେ ସେଥି ପାଇଁ କୌଣସି ପଦକ୍ଷେପ ସରକାର ଗ୍ରହଣ କରୁ ନାହାନ୍ତି।

କଟକ: ସାଧାରଣ ଯାତ୍ରୀ ପରିବହନ କ୍ଷେତ୍ରରେ ରାଜ୍ୟ ସରକାର ଦିବ୍ୟାଙ୍ଗଙ୍କ ପାଇଁ ଉପଯୁକ୍ତ ବ୍ୟବସ୍ଥା କରୁ ନଥିବା ଅଭିଯୋଗ ହୋଇଛି। ବସ୍ରେ ସମ୍ମାନର ସହିତ ଜଣେ ଦିବ୍ୟାଙ୍ଗ ବ୍ୟକ୍ତି କିପରି ଅନୁକୂଳ ପରିବେଶରେ ଯାତାୟତ କରି ପାରିବେ ସେଥି ପାଇଁ କୌଣସି ପଦକ୍ଷେପ ସରକାର ଗ୍ରହଣ କରୁ ନାହାନ୍ତି। ସୁପ୍ରିମକୋର୍ଟଙ୍କ ୨୦୧୭, ଡିସେମ୍ବର ୧୫ର ରାୟ ଓ ଏହାପରେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ତରଫରୁ ୨୦୧୮, ମାର୍ଚ୍ଚ ୨୮ରେ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଦିବ୍ୟାଙ୍ଗ ଅନୁକୂଳ ବସ୍ ସେବା ପ୍ରଦାନ କରିବାରେ ସରକାର ବିଫଳ ହୋଇଛନ୍ତି। ସମସ୍ତ ସରକାରୀ ବସ୍ ଦିବ୍ୟାଙ୍ଗ ଅନୁକୂଳ ଯେପରି ହେବ ତାହା ସୁନିଶ୍ଚିତ କରିବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ଘରୋଇ ବସ ଗୁଡ଼ିକୁ ମଧ୍ୟ ଦିବ୍ୟାଙ୍ଗ ଅନୁକୂଳ କରାଯିବା ଉପରେ ସୁପ୍ରିମକୋର୍ଟ ଗୁରୁତ୍ବାରୋପ କରିଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରି ରାଜ୍ୟ ପରିବହନ ବିଭାଗ ୨୦୧୮, ମାର୍ଚ୍ଚ ୨୮ରେ ବିଜ୍ଞପ୍ତି ଜାରି କରିଥିଲା।
ସୌଜନ୍ୟ ସମ୍ବାଦ




