Accident Breaking: ଖଣ୍ଡଗିରି ଓଭରବ୍ରିଜ୍ ଉପରେ ଟ୍ରକ୍କୁ ପିଟିଲା ଟ୍ରକ୍, ଗୁରୁତର ଡ୍ରାଇଭର ଉଦ୍ଧାର, ଦୁର୍ଘଟଣା ପରେ ଘଟଣାସ୍ଥଳରେ ଟ୍ରାଫିକ୍ ଜାମ୍

ଭୁବନେଶ୍ୱର ୨୧/୦୭: ଖଣ୍ଡଗିରି ଓଭରବ୍ରିଜ୍ରେ ଭୟଙ୍କର ଦୁର୍ଘଟଣା। ଟ୍ରକ୍କୁ ପଛରୁ ପିଟିଲା ଟ୍ରକ୍। ଦୁର୍ଘଟଣା ପରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଟ୍ରକ୍ କ୍ୟାବିନ୍ରେ ଫସି ରହିଲେ ଡ୍ରାଇଭର। ଅଗ୍ନିଶମ ଟିମ୍ ପହଞ୍ଚି ଗ୍ୟାସ୍ କଟରରେ ଟ୍ରକ୍ ଡୋର୍ କାଟି ଉଦ୍ଧାର କରିଛି। ଡ୍ରାଇଭରଙ୍କୁ ଏମ୍ସ ମେଡ଼ିକାଲକୁ ପଠାଯାଇଛି। ଖଣ୍ଡଗିରି ପୁଲିସ ଟ୍ରକ୍ ଜବତ କରି ତଦନ୍ତ ଆରମ୍ଭ ।
ସୂଚନା ଅନୁଯାୟୀ, ଆଜି ସକାଳ ସମୟରେ ଖଣ୍ଡଗିରି ଓଭର ବ୍ରିଜ୍ ଉପରେ ଏକ ଲୁହା ବୋଝେଇ ଟ୍ରକକୁ ପଛରୁ ଧକ୍କା ଦେଲା ମାଲ୍ ବୋଝେଇ ଟ୍ରକ୍। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଟ୍ରକ୍ କ୍ୟାବିନ୍ ଭିତରେ ଡ୍ରାଇଭର ପିଶି ରହିଥିଲେ। ରକ୍ତ ଜୁଡ଼ୁବୁଡ଼ ଅବସ୍ଥାରେ ଚିତ୍କାର କରିବାକୁ ଲାଗିଥିଲେ। ଏନେଇ ୧୧୨କୁ କଲା କରି ସ୍ଥାନୀୟଲୋକ ଜଣାଇଥିଲେ। ଖବର ୩ଟି ପିସିଆର ଏବଂ ଖଣ୍ଡଗିରି ଥାନା ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ପରେ ଅଗ୍ନିଶମ ଟିମ୍ ପହଞ୍ଚି ଚଲାଇଲେ ରେସ୍କ୍ୟୁ ଅପରେସନ ଆରମ୍ଭ କରିଥିଲା। ଗ୍ୟାସ୍ କଟରରେ ଟ୍ରକ୍ ଡୋର୍ କାଟି ଡ୍ରାଇଭରଙ୍କୁ ଉଦ୍ଧାର କରାଯାଇଛି। ପରେ ଗୁରୁତର ଅବସ୍ଥାରେ ଚାଳକଙ୍କୁ ଏମ୍ସ ମେଡିକାଲ ପଠାଯାଇଥିବା ସୂଚନା ମିଳିଛି। ତେବେ ଦୁର୍ଘଟଣା ଯୋଗୁ ଆଇଗିଣିଆରୁ ବରମୁଣ୍ଡା ରାସ୍ତା କିଛି ସମୟ ପାଇଁ ଜାମ୍ ଯୋଗୁଁ ପୁଲିକକୁ ଟ୍ରାଫିକ ନିୟନ୍ତ୍ରଣ କରିବାକୁ ପଡ଼ିଥିଲା।
ସୌଜନ୍ୟ ପ୍ରମେୟ




