ରାଜ୍ୟ

Support: ବାପା ମାଆ ଛେଉଣ୍ଡ ୪ ଅସହାୟ ଶିଶୁଙ୍କ ପାଖରେ ସ୍ୱାକ୍

କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ମାଣିକେଶ୍ୱର ପଞ୍ଚାୟତର ଦୁର୍ଗମ ମାଲାଗୁଡ଼ା ଗ୍ରାମରେ ବାପା-ମାଆଙ୍କ ସ୍ନେହ ଓ ଯତ୍ନରୁ ବଞ୍ଚିତ ହୋଇ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଜୀବନ ବିତାଉଥିବା ୪ ଜଣ ଶିଶୁଙ୍କୁ ସୋସିଆଲ ୱର୍କର୍ସ...

ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ):କନ୍ଧମାଳଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ମାଣିକେଶ୍ୱର ପଞ୍ଚାୟତର ଦୁର୍ଗମ ମାଲାଗୁଡ଼ା ଗ୍ରାମରେ ବାପା-ମାଆଙ୍କ ସ୍ନେହ ଓ ଯତ୍ନରୁ ବଞ୍ଚିତ ହୋଇ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଜୀବନ ବିତାଉଥିବା ୪ ଜଣ ଶିଶୁଙ୍କୁ ସୋସିଆଲ ୱର୍କର୍ସ ଆସୋସିଏସନ ଅଫ୍ କନ୍ଧମାଳ (ସ୍ୱାକ୍) ପକ୍ଷରୁ ବସ୍ତ୍ର (ଡ୍ରେସ୍) ପ୍ରଦାନ କରାଯାଇଛି। ସ୍ୱାକ୍ ସଦସ୍ୟ ସନ୍ତୋଷ ଡିଗାଲଙ୍କ ଜନ୍ମଦିନ ଅବସରରେ ଏହି ମାନବିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ସୂଚନା ଅନୁଯାୟୀ, ଶିଶୁମାନଙ୍କ ବାପା କୃଷ୍ଣଚନ୍ଦ୍ର ନାୟକ ଦାଦନ ଖଟିବା ପାଇଁ ବାହାରକୁ ଚାଲିଯିବା ପରେ ସେମାନଙ୍କ ପ୍ରତି ଆଉ କୌଣସି ଦାୟିତ୍ୱ ନେଇନଥିବା ବେଳେ ମାଆ ମଧ୍ୟ ଅନ୍ୟତ୍ର ଚାଲିଯାଇଥିବାରୁ ୪ ଜଣ ଶିଶୁ ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ିଛନ୍ତି। ବର୍ତ୍ତମାନ ସେମାନେ ଜଣେ ବୃଦ୍ଧା ବିଧବାଙ୍କ ଆଶ୍ରୟରେ ରହୁଥିବା ବେଳେ ପରିବାରର ଆର୍ଥିକ ସ୍ଥିତି ଅତ୍ୟନ୍ତ ଦୁର୍ବଳ ରହିଛି।

ପରିବାରର ଦୟନୀୟ ପରିସ୍ଥିତି ଯୋଗୁଁ ଶିଶୁମାନଙ୍କ ପାଠପଢ଼ା ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହେଉଛି। ନିୟମିତ ଭାବେ ସ୍କୁଲ ଯିବା ପରିବର୍ତ୍ତେ ସେମାନେ ଅନେକ ସମୟରେ ଜଙ୍ଗଲ ଆଡ଼କୁ ଚାଲିଯାଉଥିବା ଜଣାପଡ଼ିଛି। ସେମାନଙ୍କ ଯତ୍ନ ନେବା ଏବଂ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବା ପାଇଁ ପରିବାରରେ କେହି ନଥିବାରୁ ଗ୍ରାମବାସୀ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button