ରାଜ୍ୟ

Central Cooperative Bank: ୨ ଦିନ ହେଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଲିଙ୍କ୍‌ ଫେଲ୍‌: ୬୬୦ କୋଟିର ଖରିଫ୍‌ ଋଣ ଅଟକିଛି

ରାଜ୍ୟ ସମବାୟ ବ୍ୟାଙ୍କର ଲିଙ୍କ୍‌ ଫେଲ୍‌ ଯୋଗୁଁ ୨ ଦିନ ହେଲା ବ୍ୟାଙ୍କ କାର୍ଯ୍ୟ ଠପ୍‌ ହୋଇଯାଇଛି। ଅବିଭକ୍ତ କୋରାପୁଟ ଜିଲ୍ଲାର ୨୩ଟି ଶାଖା ସମେତ ସାରା ଓଡ଼ିଶାରେ ବ୍ୟାଙ୍କ କାରବାର ପ୍ରଭାବିତ ହୋଇଛି।

ଜୟପୁର/ରାୟଗଡ଼ା: ରାଜ୍ୟ ସମବାୟ ବ୍ୟାଙ୍କର ଲିଙ୍କ୍‌ ଫେଲ୍‌ ଯୋଗୁଁ ୨ ଦିନ ହେଲା ବ୍ୟାଙ୍କ କାର୍ଯ୍ୟ ଠପ୍‌ ହୋଇଯାଇଛି। ଅବିଭକ୍ତ କୋରାପୁଟ ଜିଲ୍ଲାର ୨୩ଟି ଶାଖା ସମେତ ସାରା ଓଡ଼ିଶାରେ ବ୍ୟାଙ୍କ କାରବାର ପ୍ରଭାବିତ ହୋଇଛି। ଜୁଲାଇ ୩୧ ସୁଦ୍ଧା ଖରିଫ୍‌ ଋଣ ଏବଂ ପ୍ରଧାନମନ୍ତ୍ରୀ ଫସଲ ବୀମାର ଶେଷ ତାରିଖ। କିନ୍ତୁ ସୋମବାରରୁ ଲିଙ୍କ୍‌ ଫେଲ୍‌ ଥିବାରୁ ଜଣେ ବି ଚାଷୀଙ୍କୁ ଖରିଫ୍‌ ଋଣ ପ୍ରଦାନରେ ସକ୍ଷମ ହୋଇପାରିନାହାନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ। ଦୈନିକ ଦେଣନେଣ ସହିତ ସମବାୟ ବ୍ୟାଙ୍କ ଏଟିଏମ୍‌ ମଧ୍ୟ କାମ କରୁନଥିବାରୁ ଶତାଧିକ ଗ୍ରାହକ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଅବିଭକ୍ତ କୋରାପୁଟ ସମେତ ସାରା ଓଡ଼ିଶାରେ କାରବାର ଠପ୍‌
ଜୁଲାଇ ୩୧ କୃଷିଋଣ ଓ ଫସଲ ବୀମା ଡେଡଲାଇନ୍‌, ଚିନ୍ତାରେ ଚାଷୀ

କୋରାପୁଟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଅଧୀନରେ କୋରାପୁଟ, ରାୟଗଡ଼ା, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାର ୨୩ଟି ଶାଖା ଅଧୀନରେ ୨୦୨୬ ଖରିଫ୍‌ ପାଇଁ ୬୬୦ କୋଟିର ଋଣ ପ୍ରଦାନ ନିଷ୍ପତ୍ତି ହୋଇଛି। ଜୁଲାଇ ୩୧ ସୁଦ୍ଧା ଚାଷୀଙ୍କୁ ଋଣ ପ୍ରଦାନ କରିବା ଲାଗି ନିର୍ଦ୍ଦେଶ ଥିବା ବେଳେ ଏବେ ସୁଦ୍ଧା ଧାର୍ଯ୍ୟଲକ୍ଷ୍ୟରୁ ୨୯୭ କୋଟି ଅର୍ଥାତ୍‌ ମାତ୍ର ୪୫ ପ୍ରତିଶତ ଋଣ ଦିଆଯାଇଛି। ଆଉ ୧୦ ଦିନ ମଧ୍ୟରେ ୩୬୩ କୋଟି ଟଙ୍କା ଋଣ ଚାଷୀଙ୍କୁ ଦିଆଯିବାକୁ ଥିବା ବେଳେ ଲିଙ୍କ୍‌ ଫେଲ୍‌ କାରଣରୁ ଋଣ ପାଇଁ ବ୍ୟାଙ୍କକୁ ଆସି ଚାଷୀ ଘଣ୍ଟା ଘଣ୍ଟା ଅପେକ୍ଷା କରି ଫେରୁଛନ୍ତି। ଋଣ ଅଟକିଥିବାରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ପୋର୍ଟାଲ୍‌ରେ ମଧ୍ୟ ଚାଷୀଙ୍କ ତଥ୍ୟ ଅପଲୋଡ୍‌ ହୋଇପାରୁନି। ଲିଙ୍କ୍‌ କେବେ ଆସିବ ସେ ନେଇ ବ୍ୟାଙ୍କ କର୍ତ୍ତୃପକ୍ଷ ନିରୁତ୍ତର।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button