ରାଜ୍ୟ

AI: ଏଆଇ ନଜରରେ ରହିବେ କଏଦୀ: ଜେଲ୍‌ ବିକାଶ ବୋର୍ଡ ବୈଠକରେ ନିଷ୍ପତ୍ତି

ଜେଲ୍‌ଗୁଡ଼ିକରୁ କଏଦୀ ଚମ୍ପଟ,ଏକଦୀଙ୍କ ମଧ୍ୟରେ ଗଣ୍ଡ‌ଗୋଳ, ଅପରାଧୀଙ୍କ ସହ ଜେଲ୍‌ କର୍ମଚାରୀଙ୍କ ସମ୍ପୃକ୍ତି ପ୍ରସଙ୍ଗକୁ ଜେଲ୍‌ ବିକାଶ ବୋର୍ଡ ଗୁରୁତର ସହ ନେଇଛି। ଆଜି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୋର୍ଡର ଚତୁର୍ଥ ବୈଠକରେ ଜେଲ୍‌ ସୁରକ୍ଷା....

ଭୁବନେଶ୍ୱର: ଜେଲ୍‌ଗୁଡ଼ିକରୁ କଏଦୀ ଚମ୍ପଟ,ଏକଦୀଙ୍କ ମଧ୍ୟରେ ଗଣ୍ଡ‌ଗୋଳ, ଅପରାଧୀଙ୍କ ସହ ଜେଲ୍‌ କର୍ମଚାରୀଙ୍କ ସମ୍ପୃକ୍ତି ପ୍ରସଙ୍ଗକୁ ଜେଲ୍‌ ବିକାଶ ବୋର୍ଡ ଗୁରୁତର ସହ ନେଇଛି। ଆଜି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୋର୍ଡର ଚତୁର୍ଥ ବୈଠକରେ ଜେଲ୍‌ ସୁରକ୍ଷା, ବନ୍ଦୀଙ୍କ କଲ୍ୟାଣ ଓ ଭିତ୍ତିଭୂମି ବିକାଶ ଉପରେ ସମୀକ୍ଷା କରାଯାଇଥିଲା। ଜେଲ୍‌ ଡିଜି ସୁଶାନ୍ତ ନାଥ କହିଥିଲେ, କଏଦୀଙ୍କ ଚମ୍ପଟ ରୋକିବା ପାଇଁ ସେମାନଙ୍କ ଗତିବିଧି ଉପରେ ନଜର ରଖାଯାଉଛି। ପ୍ରତି ବର୍ଷ ରାଜ୍ୟର ବିଭିନ୍ନ ଜେଲ୍‌ରୁ ୧୦-୧୨ଜଣ କଏଦୀ ଚମ୍ପଟ ଉଦ୍ୟମ କରୁଛନ୍ତି। ଏଥିପାଇଁ ରାଜ୍ୟର ୨୦ଟି ଜେଲ୍‌ରେ ଏଆଇ ଆଧାରିତ ସିସିଟିଭି ଖଞ୍ଜାଯିବା ସହ ଭିଡିଓ ଆନାଲିଟିକ୍ସ ବ୍ୟବସ୍ଥା ରଖାଯାଇଛି। ପାଚେରି ଉଚ୍ଚତା ବୃଦ୍ଧି କରାଯାଉଛି, ଆଧୁନିକ ସୁରକ୍ଷା ଉପକରଣ ଖଞ୍ଜାଯାଉଛି। ୱାର୍ଡରେ ଗଣ୍ଡଗୋଳ ବା କୌଣସି ସନ୍ଦେହଜନକ ସ୍ଥିତି ଉପୁଜିଲେ ତୁରନ୍ତ ଏଆଇ କ୍ୟାମେରା ଏହାକୁ ଚିହ୍ନଟ କରି ଆଲାର୍ମ ମାଧ୍ୟମରେ ସୂଚନା ଦେବ।  ସେଭଳି ୭୪ଟି ଜେଲ୍‌ରେ ୧୨୦ ଜଣ ଯୋଗ ପ୍ରଶିକ୍ଷକ ଏବଂ ୩୬ଟି ଜେଲ୍‌ରେ ୬୧ ଜଣ ମାନସିକ ସ୍ୱାସ୍ଥ୍ୟ ପରାମର୍ଶଦାତାଙ୍କୁ ନିଯୁକ୍ତ କରାଯାଇଛି। କଏଦୀ ଯେଭଳି ଜେଲ୍‌ରେ ନ ବସି କର୍ମସଂସ୍ଥାନ ପାଇ ସ୍ବାବଲମ୍ବୀ ‌ହେବେ ଏଥିପାଇଁ ୧୧୦ଟି କ୍ଷୁଦ୍ର ଶିଳ୍ପ ୟୁନିଟ୍‌ ଉପରେ ଗୁରୁତ୍ବ ଦିଆଯାଇଛି।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button